ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାମହିମ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 08 SEP 2022 11:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମହାମହିମ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆମ ସମୟର ଜଣେ ମହାନ ବ୍ୟକ୍ତି ଭାବେ ମହାମହିମ ରାଣୀ ଏଲିଜାବେଥ ଦ୍ୱିତୀୟ ସ୍ମରଣୀୟ ହୋଇରହିବେ । ନିଜ ଦେଶ ଓ ଦେଶବାସୀଙ୍କୁ ସେ ପ୍ରେରଣାଦାୟୀ ନେତୃତ୍ୱ ପ୍ରଦାନ କରିଥିଲେ । ସାର୍ବଜନୀନ ଜୀବନରେ ସେ ମର୍ଯ୍ୟାଦା ଓ ଶାଳୀନତାର ପ୍ରତୀକ ଥିଲେ । ତାଙ୍କ ବିୟୋଗରେ ଦୁଃଖିତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଓ ବ୍ରିଟେନବାସୀଙ୍କୁ ସମବେଦନା ଜଣାଉଛି ।

“୨୦୧୫ ଓ ୨୦୧୮ରେ ବ୍ରିଟେନ ଗସ୍ତ ବେଳେ ମହାମହିମ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସହ ସ୍ମରଣୀୟ ବୈଠକ ହୋଇଥିଲା । ତାଙ୍କ ଆନ୍ତରିକତା ଓ ଉଦାରତାକୁ କେବେ ଭୁଲି ପାରିବି ନାହିଁ । ଏକ ବୈଠକରେ ସେ ମୋତେ ତାଙ୍କ ବିବାହରେ ମହାତ୍ମା ଗାନ୍ଧୀ ଉପହାର ଦେଇଥିବା ରୁମାଲ ଦେଖାଇଥିଲେ । ଏହା ମୋ ପାଇଁ ସ୍ମରଣୀୟ ହୋଇରହିବ ।”             

 

SR



(Release ID: 1857964) Visitor Counter : 117