ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କୃତ ଶିକ୍ଷକମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ମୂଳ ପାଠ
Posted On:
05 SEP 2022 10:38PM by PIB Bhubaneshwar
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଧର୍ମେନ୍ଦ୍ରଜୀ, ଅନ୍ନପୂର୍ଣ୍ଣା ଦେବୀଜୀ ଏବଂ ସାରା ଦେଶରୁ ଆସିଥିବା ମୋର ସମସ୍ତ ଶିକ୍ଷକ ସାଥୀଗଣ । ଆପଣମାନଙ୍କ ମାଧ୍ୟମରେ ଏକପ୍ରକାର ଆଜି ଦେଶର ସମସ୍ତ ଶିକ୍ଷକମାନଙ୍କ ସହିତ ମୁଁ ବାର୍ତ୍ତାଳାପ କରୁଛି ବୋଲି ଅନୁଭବ କରୁଛି ।
ରାଷ୍ଟ୍ର ଆଜି ଭୂତପୂର୍ବ ରାଷ୍ଟ୍ରପତି ଏବଂ ଶିକ୍ଷାବିଦ୍ ଡକ୍ଟର ରାଧାକୃଷ୍ଣନ୍ଜୀଙ୍କ ତାଙ୍କର ଜନ୍ମଦିନ ଅବସରରେ ଆଦରାଞ୍ଜଳି ପ୍ରଦାନ କରୁଛି ଏବଂ ଏହା ଆମମାନଙ୍କର ସୌଭାଗ୍ୟ ଯେ ଆମର ବର୍ତ୍ତମାନର ରାଷ୍ଟ୍ରପତି ମଧ୍ୟ ଜଣେ ଶିକ୍ଷିକା ଥିଲେ । ତାଙ୍କ ଜୀବନର ପ୍ରାରମ୍ଭିକ କାଳ ସେ ଜଣେ ଶିକ୍ଷକ ରୂପେ ହିଁ କାମ କରିଥିଲେ ଏବଂ ତାହାପୁଣି ସୁଦୂର ଓଡ଼ିଶାର ଦୁର୍ଗମ ଅଞ୍ଚଳରେ । ଏବଂ ସେହିଠାରୁ ହିଁ ତାଙ୍କର ଜୀବନ ଅନେକ ପ୍ରକାରେ ଆମମାନଙ୍କ ନିମନ୍ତେ ସୁଖଦ ସଂଯୋଗ ହୋଇଥିଲା ଏବଂ ଏଭଳି ଜଣେ ଶିକ୍ଷକ ରାଷ୍ଟ୍ରପତିଙ୍କ ହାତରୁ ଆପଣମାନେ ଆଜି ଯେତେବେଳେ ସମ୍ମାନିତ ହୋଇଛନ୍ତି ତାହା ଆପଣମାନଙ୍କ ଲାଗି ଗର୍ବ ଓ ଗୌରବର ବିଷୟ ଅବଶ୍ୟ ।
ଦେଖନ୍ତୁ, ଆଜି ଯେତେବଳେ ଦେଶ ସ୍ୱାଧୀନତାର ଅମୃତକାଳରେ ନିଜର ବିରାଟ ସ୍ୱପ୍ନକୁ ସାକାର କରିବା ଲାଗି ପ୍ରୟାସ କରୁଛି, ସେତେବେଳେ ଶିକ୍ଷା କ୍ଷେତ୍ରରେ ରାଧାକୃଷ୍ଣନଜୀଙ୍କ ପ୍ରୟାସ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି। ଏହି ଅବସରରେ ମୁଁ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ସମସ୍ତ ଶିକ୍ଷକମାନଙ୍କୁ, ରାଜ୍ୟମାନଙ୍କରେ ମଧ୍ୟ ଏହି ପ୍ରକାର ପୁରସ୍କାର ପ୍ରଦାନ କରାଯାଉଛି, ସେମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ବଧେଇ ଜଣାଉଛି ।
ସାଥୀଗଣ,
ଏବେ ଏବେ ମୋତେ ଅନେକ ଶିକ୍ଷକମାନଙ୍କ ସହିତ କଥାବାର୍ତ୍ତା ହେବାର ଅବସର ପ୍ରାପ୍ତ ହୋଇଛି । ସେମାନେ ସମସ୍ତେ ଭିନ୍ନ ଭିନ୍ନ ଭାଷାରେ କଥାବାର୍ତ୍ତା କରୁଥିଲେ, ଭିନ୍ନ ଭିନ୍ନ ପ୍ରୟୋଗର କଥା କହୁଥିଲେ । ଭାଷା ଭିନ୍ନ ହୋଇଥାଇପାରେ, କ୍ଷେତ୍ର ଭିନ୍ନ ହୋଇଥାଇପାରେ, ସମସ୍ୟା ମଧ୍ୟ ଭିନ୍ନ ହୋଇଥିବ, କିନ୍ତୁ ଏକଥା ସତଯେ ସେମାନଙ୍କ ମଧ୍ୟରେ ଜଣେ ଯେତେ ବଡ଼ ହୋଇଥାନ୍ତୁ ପଛକେ, ଆପଣମାନଙ୍କ ଭିତରେ ଗୋଟିଏ ସମାନତା ଅବଶ୍ୟ ରହିଛି ଏବଂ ତାହା ହେଉଛି ଆପଣମାନଙ୍କ କର୍ମ, ଆପଣମାନଙ୍କର ବିଦ୍ୟାର୍ଥୀମାନଙ୍କ ପ୍ରତି ସମର୍ପଣ ଏବଂ ଏହି ସମାନତା ଆପଣମାନଙ୍କ ଭିତରେ ସବୁଠାରୁ ବଡ଼ ଯେଉଁ କଥାଟି ସୃଷ୍ଟି କରିଛି ଏବଂ ଆପଣମାନେ ଲକ୍ଷ୍ୟ କରିଥିଲେ ଯେଉଁମାନେ ସଫଳ ଶିକ୍ଷକ ହୋଇପାରିଛନ୍ତି ସେମାନେ କେତେବେଳେ ସୁଦ୍ଧା ପିଲାମାନଙ୍କୁ ଏକଥା କହିନଥାନ୍ତି ଯେ, ଯା’, ଏହା ତୋ ସାଧ୍ୟର କଥା ନୁହେଁ- ସେମାନେ ଏଭଳି କଦାପି କହିନଥାନ୍ତି । ଜଣେ ଶିକ୍ଷକଙ୍କ ଠାରେ ସବୁଠାରୁ ବଡ଼ ଶକ୍ତିଟି ହେଲା ତାଙ୍କର ପଜିଟିଭିଟି, ସକାରାତ୍ମକତା । ଯେତେ ଛାତ୍ରଛାତ୍ରୀ ପଠନ- ଲିଖନରେ ଲିପ୍ତ ହୋଇଥାଆନ୍ତୁ ନା କାହିଁକି, ସେ ସଦାବେଳେ କହିଥାନ୍ତି, ଆରେ ବାବୁ, ପଢ଼ିଚାଲ, ସବୁ ବୁଝିପାରିବୁ । ଆରେ ଦେଖ, ଏ କେମିତି କରିପାରିଛି । ତୁମେମାନେ ବି କରିଚାଲ, ହୋଇଯିବ ।
ଅର୍ଥାତ୍, ଆପଣମାନେ ଲକ୍ଷ୍ୟ କରନ୍ତୁ, ତାଙ୍କୁ ଜଣା ନଥାଇପାରେ, କିନ୍ତୁ ତାହା ଜଣେ ଉତ୍ତମ ଶିକ୍ଷକର ଗୁଣରେ ନିହିତ ଥାଏ । ଜଣେ ଶିକ୍ଷକ ସଦାବେଳେ ସକାରାତ୍ମକ ଭାବନାର ସହିତ ହିଁ କଥାବାର୍ତ୍ତା କରିଥାନ୍ତି । ସେ କେତେବେଳେ ସୁଦ୍ଧା କାହାକୁ ନକାରାତ୍ମକ ଭାବେ ନିରାଶାର ବାଣୀ ଶୁଣାଇ ନଥାନ୍ତି । ହତାଶ କରିନଥାନ୍ତି । ହତାଶ କରିବା ତ ତାଙ୍କ ସ୍ୱଭାବରେ ନଥାଏ । ଏବଂ ଜଣେ ଶିକ୍ଷକର ଭୂମିକା ହେଉଛି ଜଣେ ବ୍ୟକ୍ତିକୁ ଆଗକୁ ଅଗ୍ରସର ହେବାର ଆଲୋକବର୍ତ୍ତିକା ପ୍ରଦାନ କରିବା । ଜଣେ ଶିକ୍ଷକ ସ୍ୱପ୍ନ ହିଁ ବୁଣିଥାନ୍ତି । ଶିକ୍ଷକମାନେ ସଦାବେଳେ ପ୍ରତି ବିଦ୍ୟାର୍ଥୀଙ୍କ ମନରେ କେବଳ ସ୍ୱପ୍ନ ରୋପଣ କରିଥାନ୍ତି ଏବଂ ତାହାକୁ ସଂକଳ୍ପରେ ପରିବର୍ତ୍ତନ କରିବାର ତାଲିମ ପ୍ରଦାନ କରିଥାନ୍ତି ଯେ ଦେଖ, ତୁମମାନଙ୍କୁ ଏହି ସ୍ୱପ୍ନକୁ ସାକାର କରିବାର ଅଛି । ତୁମେ ଥରେ ସଂକଳ୍ପ କରିନିଅ, ଏବଂ କାମରେ ଲାଗିପଡ଼ ।ଆପଣମାନେ ଦେଖିଥିବେ ଯେ ଯେଉଁ ପିଲା ସ୍ୱପ୍ନକୁ ସଂକଳ୍ପରେ ପରିବର୍ତ୍ତନ କରିଥାଏ ଏବଂ ତା’ର ଗୁରୁ ତାକୁ ଯେଉଁ ମାର୍ଗ ପ୍ରଦର୍ଶନ କରିଥାଏ, ସେ ତାକୁ ସିଦ୍ଧ କରିଥାଏ । ଅର୍ଥାତ୍, ସ୍ୱପ୍ନ ଠାରୁ ସିଦ୍ଧି ପର୍ଯ୍ୟନ୍ତ ଏହି ସମଗ୍ର ଯାତ୍ରା ସେହି ପ୍ରକାଶ ପୁଂଜ ସହିତ ହୋଇଥାଏ ଯାହା କୌଣସି ଜଣେ ଶିକ୍ଷକ ତାଙ୍କ ଜୀବନରେ ସ୍ୱପ୍ନ ଭାବେ ରୋପଣ କରିଥିଲା, ପ୍ରଦୀପ ଭାବେ ପ୍ରଜ୍ୱଳିତ କରିଥିଲା । ଯିଏ ତାକୁ କେତେ କେତେ ପ୍ରତିବନ୍ଧକ ଓ ସମସ୍ୟାର ଅନ୍ଧାର ଭିତରେ ମାର୍ଗ ପ୍ରଦର୍ଶନ କରିଥିଲା ।
ଆଉ ଆଜି ଦେଶ ମଧ୍ୟ ନୂତନ ସ୍ୱପ୍ନର ସହିତ, ନୂତନ ସଂକଳ୍ପକୁ ନେଇ ଏକ ଏଭଳି ମୋଡ଼ରେ ଆସି ଦଣ୍ଡାୟମାନ ହୋଇଛି ଯେ ଆଜି ଯେଉଁ ନୂତନ ପିଢ଼ି, ଯେଉଁମାନେ ବିଦ୍ୟାର୍ଥୀ ଅବସ୍ଥାରେ ଅଛନ୍ତି, ସେମାନେ ୨୦୪୭ ମସିହା ବେଳକୁ ଭାରତକୁ କିଭଳି ଭାବେ ଗଢ଼ିବେ, ତାହା ସେମାନଙ୍କ ଦ୍ୱାରା ହିଁ ସିଦ୍ଧାନ୍ତ ନିଆଯିବ । ଏବଂ ସେମାନଙ୍କ ଜୀବନ ଏବେ ଆପଣମାନଙ୍କ ହାତରେ ନ୍ୟସ୍ତ । ଏହାର ଅର୍ଥ ହେଲା ଯେ ୨୦୪୭ ସୁଦ୍ଧା ଦେଶ ଗଠନର କାର୍ମ ଆଜି, ବର୍ତ୍ତମାନ ଯେଉଁମାନେ ଶିକ୍ଷକ ଅଛନ୍ତି, ଯେଉଁମାନେ ଆଗାମୀ ୧୦ ବର୍ଷ, ୨୦ ବର୍ଷ ପର୍ଯ୍ୟନ୍ତ ସେବା ପ୍ରଦାନ କରିବାକୁ ଅଛନ୍ତି, ସେମାନଙ୍କ ହାତରେ ୨୦୪୭ ମସିହାର ଭବିଷ୍ୟତ ନିର୍ଦ୍ଧାରିତ ହେବାକୁ ଯାଉଛି ।
ଏବଂ ସେଥିପାଇଁ ଆପଣମାନେ କେବଳ ଗୋଟିଏ ବିଦ୍ୟାଳୟରେ ଚାକିରି କରିଛନ୍ତି, ସେକଥା ନୁହେଁ । ଆପଣମାନେ ଗୋଟିଏ ଶ୍ରେଣୀକକ୍ଷରେ ପିଲାମାନଙ୍କୁ ପଢ଼ାଉଛନ୍ତି, ସେକଥା ନୁହେଁ, ଆପଣମାନେ ଗୋଟିଏ ପାଠ୍ୟକ୍ରମକୁ ଆଟେଣ୍ଡ୍ କରୁଛନ୍ତି, ସେକଥା ମଧ୍ୟ ନୁହେଁ । ଆପଣମାନେ ଏହା ସହିତ ଯୋଡ଼ିହୋଇ, ପିଲାମାନଙ୍କ ଜୀବନ ଗଠନ କାର୍ଯ୍ୟ ମଧ୍ୟ ସଂପାଦନ କରୁଛନ୍ତି ଏବଂ ସେମାନଙ୍କ ଜୀବନ ମାଧ୍ୟମରେ ଦେଶ ଗଠନର ସ୍ୱପ୍ନକୁ ମଧ୍ୟ ନେଇ ଚାଲିଛନ୍ତି । ଯେଉଁ ଶିକ୍ଷକର ନିଜର ସ୍ୱପ୍ନ ଛୋଟ ହୋଇଥିବ, ତାଙ୍କ ମନରେ ୧୦ କି ୫ ଭରି ରହିଥିବ । ଆଜି ଚାରିଟି ପିରିଅଡ୍ ନେବାକୁ ଅଛି, ବାସ୍ ସେତିକିରେ ସୀମିତ । ସେଥିପାଇଁ ହୁଏତ ତାଙ୍କୁ ବେତନ ମିଳୁଥାଇପାରେ । ମାସ ଶେଷକୁ ବେତନ ପାଇବା ଲାଗି ତାଙ୍କୁ ଗୋଟିଏ ତାରିଖକୁ ଅପେକ୍ଷା କରିବାକୁ ପଡ଼ୁଥାଇପାରେ । କିନ୍ତୁ ତାଙ୍କୁ ଶିକ୍ଷାଦାନ କରି କଦାପି ଆନନ୍ଦ ମିଳୁନଥିବ । ତାଙ୍କୁ ସେଭଳି କର୍ତ୍ତବ୍ୟ ବୋଝ ପରି ଲାଗୁଥିବ । କିନ୍ତୁ ଯେତେବେଳେ ଶିକ୍ଷାଦାନ କର୍ତ୍ତବ୍ୟଟି ତାଙ୍କ ସ୍ୱପ୍ନ ସହିତ ଯୋଡ଼ିହୋଇ ଯିବ, ସେତେବେଳେ ତାଙ୍କୁ ଆଉ କୌଣସି କାର୍ଯ୍ୟ ବୋଝ ବୋଲି ବୋଧ ହେବନାହିଁ । ତାଙ୍କୁ ଲାଗିବ ଯେ ଆରେ! ମୋର ଏହି କାର୍ଯ୍ୟ ଦ୍ୱାରା ମୁଁ ତ ଦେଶପାଇଁ ଏତେ ବଡ଼ ଅବଦାନ ଦେଇପାରିବି । ଯଦି ମୁଁ ଖେଳ ପଡ଼ିଆରେ ଗୋଟିଏ କ୍ରୀଡ଼ାବିତ୍କୁ ପ୍ରସ୍ତୁତ କରିପାରିବି ଏବଂ ମୁଁ ତା’ ଭିତରେ ଏହି ସ୍ୱପ୍ନକୁ ଥାପିପାରିବି ଯେ କେବେ ନା କେବେ ମୁଁ ବିଶ୍ୱରେ କୌଣସି ନା କୌଣସି ସ୍ଥାନରେ ମୋ ସାମ୍ନାରେ ତିରଙ୍ଗା ଉଡ଼ୁଥିବାର ଦେଖିବାକୁ ଚାହିଁବି... ଆପଣମାନେ କଳ୍ପନା କରିପାରିବେ, ଆପଣମାନଙ୍କ ମନରେ ଏ କାମ କେତେ ଆନନ୍ଦ ପ୍ରଦାନ କରିବ? ଆପଣମାନେ ରାତି ରାତି ଉଜାଗର ରହିବାର କେତେ ଆନନ୍ଦ ଅନୁଭବ କରିପାରିବେ?
ଏବଂ ଏଇଥିପାଇଁ ଶିକ୍ଷକମାନଙ୍କ ମନରେ କେବଳ ସେହି ଶ୍ରେଣୀକକ୍ଷ, ସେହି ପିରିଅଡ଼୍, ଚାରି ଲେନ୍, ପାଞ୍ଚ ଲେନ୍ ଆସିନଥାଏ । ଯଦି ଆଜି ସେଭଳି ଚିନ୍ତା ଆସିବନାହିଁ ତେବେ ମୋତେ ପଢ଼ାଇବାକୁ ଯିବାକୁ ପଡ଼ୁଛି, ଏ ସବୁ ବୋଝରୁ ମୁଁ କେବେ ମୁକ୍ତି ପାଇବି... ମୁଁ ଆପଣମାନଙ୍କ ସମସ୍ୟା ବୁଝିପାରୁଛି । ସେଇଥିପାଇଁ କହିବାକୁ ଚାହେଁ... ଏହି ବୋଝରୁ ମୁକ୍ତ ହୋଇ ଯଦି ଆମେ ଏହିସବୁ ପିଲାମାନଙ୍କ ସହିତ, ସେମାନଙ୍କ ଜୀବନ ସହିତ ଯୋଡ଼ି ହୋଇପାରିବା ।
ଦ୍ୱିତୀୟ କଥାଟି ହେଲା, ପରିଶେଷରେ ଆମକୁ ତ ପିଲାମାନଙ୍କୁ ପଢ଼ାଇବାକୁ ପଡ଼ିବ । ଜ୍ଞାନ ଦାନ ତ କରିବାକୁ ହେବ । କିନ୍ତୁ ଆମକୁ ସେମାନଙ୍କ ଜୀବନ ଗଢ଼ିବାକୁ ହେବ । ଦେଖନ୍ତୁ, ଏକାନ୍ତରେ, ସାଇଲୋସ୍ରେ ଜୀବନ କେବେ ଗଢ଼ିହେବ ନାହିଁ। ଶ୍ରେଣୀ କକ୍ଷରେ ପିଲାଟି କିଛି କଥା ଦେଖି ପାରିବ, ସ୍କୁଲ ପରିସରରେ ଆଉ କିଛି ଦେଖିବ, ଘର ପରିବେଶରେ କିଛି ଭିନ୍ନ କଥା ଦେଖିବ । ସେତେବେଳେ ପିଲାଟି କନଫ୍ଲକ୍ଟ ଏବଂ କଣ୍ଟ୍ରାଡିକ୍ସନ ଚକ୍ରବୂ୍ୟହ ଭିତରେ ଫସିଯାଇଥାଏ । ତାକୁ ଲାଗିବ, ମା’ତ ଏକଥା କହୁଥିଲା ଏବଂ ଶିକ୍ଷକ ତ ଏକଥା କହୁଥିଲେ ଏବଂ କ୍ଲାସରେ ଅନ୍ୟ ଯେଉଁସବୁ ପିଲାଥିଳେ ସେମାନେ ତ କିଛି ଭିନ୍ନ କଥା କହୁଥିଲେ । ସେହି ଶିଶୁମାନଙ୍କୁ ଦ୍ୱିଧାର ଜୀବନରୁ ବାହାରକୁ ଆଣିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ । କିନ୍ତୁ ଶିଶୁଟିକୁ ସେଥିରୁ ମୁକ୍ତ କରିବା ନିମନ୍ତେ କୌଣସି ଟିକା ଉପଲବ୍ଧ ନାହିଁ ଯେ ଚାଲ, ପିଲାଟିକୁ ସେ ଟିକା ଦେଇଦେବା ଓ ସେ ତା’ର ମାନସିକ ଦ୍ୱନ୍ଦ୍ୱ ଭିତରୁ ବାହାରି ଆସିବ । ଟିକା ଲଗେଇଦେବା, ଦ୍ୱିଧାରୁ ସେ ବାହାରି ଆସିବ, ସେପରି କିଛି ନାହିଁ । ଏବଂ ସେଥିପାଇଁ ଜଣେ ଶିକ୍ଷକ ନିମନ୍ତେ ଏହା ଜରୁରି ଯେ ତାଙ୍କୁ କିଛି ନା କିଛି ସମନ୍ୱିତ କାର୍ଯ୍ୟପନ୍ଥା ଆପଣାଇବାକୁ ପଡ଼ିବ ।
କେତେଜଣ ଶିକ୍ଷକ ଅଛନ୍ତି ଯେଉଁମାନେ ଛାତ୍ରମାନଙ୍କ ପରିବାର ବିଷୟରେ ଜାଣିଛନ୍ତି । କେତେଜଣ ସେମାନଙ୍କ ପରିବାରକୁ ଭେଟିଛନ୍ତି? କେବେ ସେମାନଙ୍କ ପଚାରିଛନ୍ତି ଯେ ଘରକୁ ଯାଇ ପିଲାଟି କ’ଣ କରେ, କିପରି କରେ? ଆପଣମାନଙ୍କୁ କ’ଣ ଲାଗୁଛି? ଆଉ କେବେ ପଚାରିଛନ୍ତି ଯେ ଦେଖନ୍ତୁ ଭାଇ, ମୋ କ୍ଲାସକୁ ଆପଣଙ୍କ ପିଲାଟି ଆସୁଛି, ତା’ ଭିତରେ ମୁଁ ବେଶ୍ ଆଗ୍ରହ ଓ ଶକ୍ତି ଲକ୍ଷ୍ୟ କରିଛି । ଯଦି ଆପଣ ଘରେ ଟିକେ ପିଲାଟି ପ୍ରତି ଧ୍ୟାନ ଦେଇପାରିବେ, ସେ ବେଶ୍ ଆନକୁ ଯାଇପାରିବ । ମୁଁ ତ ସଦାବେଳେ ତା’ ପାଖରେ ଅଛି ଶିକ୍ଷକ ହିସାବରେ । ମୁଁ ମୋ ଆଡ଼ୁ କୌଣସି କମି ରଖିôବିନାହିଁ । କିନ୍ତୁ ଆପଣ ବି ସାମାନ୍ୟ ଚେଷ୍ଟା କରନ୍ତୁ । ସେତେବେଳେ ସେହି ପରିବାର ଭିତରେ ମଧ୍ୟ ଆପଣ ଗୋଟିଏ ସ୍ୱପ୍ନର ବୀଜ ବପନ କରିପାରିବେ ଏବଂ ସେ ଆପଣମାନଙ୍କ ସହଯାତ୍ରୀ ବନିଯିବେ । ତା’ପରେ ଆପାଣା ଛାଏଁ ଘରେ ପାଠଶାଳାର ସଂସ୍କାର ସୃଷ୍ଟି ହୋଇଯିବ । ଯେଉଁ ସ୍ୱପ୍ନ ଆପଣମାନେ ଶ୍ରେଣୀକକ୍ଷରେ ରୋପଣ କରିଥାନ୍ତି, ସେହି ସ୍ୱପ୍ନ ସେହି ଘର ଭିତରେ ଫୁଲବାରୀ ଭାବେ ପୁଲକିତ ହେବା ଆରମ୍ଭ କରିଦେଇଥାଏ । ଏବଂ ସେ ଦିଗରେ କ’ଣ ଆମେମାନେ କେବେ ପ୍ରୟାସ କରିଛେ? ଆପଣମାନେ ଲକ୍ଷ୍ୟ କରିଥିବେ, ଜଣେ ଜଣେ ଛାତ୍ର ଆପଣମାନଙ୍କୁ ବେଶ୍ ବ୍ୟତିବ୍ୟସ୍ତ କରିଦେବାଭଳି ଲାଗନ୍ତି । ସେମାନେ ସେମିତି କାହିଁକି ହୁଅନ୍ତି? ସମୟ ସେମାନଙ୍କୁ ଖରାପ କରିଦେଇଥାଏ । କ୍ଳାସ୍ ଭିତରକୁ ଆସିଲାପରେ ପ୍ରଥମେ ନଜର ସେଇ ଆଡ଼କୁ ଯାଇଥାଏ ଓ ସେତେବେଳେ ଅଧନା ମନ ସେଇଠି ଖରାପ ହୋଇଯାଇଥାଏ । ମୁଁ ଆପଣମାନଙ୍କ ମନ କଥା କହୁଛି । ଏବଂ ସେମାନେ ବି ଏମିତି ହୋଇଥାନ୍ତି ଯେ ସେମାନେ ଆଗ ଧାଡ଼ିରେ ବସିବେ । ସେମାନଙ୍କୁ ଲାଗେ ଯେ ଏ ଶିକ୍ଷକ ମୋତେ ଜମା ପସନ୍ଦ କରନ୍ତିନାହିଁ, ତେଣୁ ମୋ ସାମ୍ନାକୁ ପ୍ରଥମେ ଆସିବେ । ଏବଂ ଆପଣମାନଙ୍କର ଅଧା ସମୟ ସେହି ବରବାଦ କରିଦେଇଥାଏ ।
ଏମିତିରେ ଅବଶିଷ୍ଟ ପିଲାମାନଙ୍କ ପାଇଁ ବଡ଼ ଅନ୍ୟାୟ ହୋଇଥାଏ... ଏହାର କାରଣ କ’ଣ, ମୋର ପସନ୍ଦ - ନାପସନ୍ଦ । ସଫଳ ଶିକ୍ଷକ ସେଇମାନେ ହୋଇଥାନ୍ତି, ଯାହାଙ୍କ ମନରେ ପିଲାମାନଙ୍କ ସମ୍ପର୍କରେ, ଷ୍ଟୁଡେଣ୍ଟସ୍ମାନଙ୍କ ବିଷୟରେ ନା କୌଣସି ପସନ୍ଦ ଥାଏ ନା କିଛି ନାପସନ୍ଦ ଭାବ ଥାଏ । ସେମାନଙ୍କ ଲାଗି ସମସ୍ତେ ସମାନ । ମୁଁ ଏଭଳି ଶିକ୍ଷକଙ୍କୁ ଦେଖିଛି, ଯାହାଙ୍କର ନିଜ ସନ୍ତାନମାନେ ବି ସେଇ ଶ୍ରେଣୀକକ୍ଷରେ ଥାଆନ୍ତି । କିନ୍ତୁ ସେ ଶିକ୍ଷକ ଶ୍ରେଣୀକକ୍ଷରେ ନିଜର ସନ୍ତାନକୁ ସୁଦ୍ଧା ସେହିଭଳି ଟ୍ରିଟମେଣ୍ଟ କରନ୍ତି, ଯାହା ଅନ୍ୟସବୁ ଛାତ୍ରଛାତ୍ରୀମାନଙ୍କୁ ଦେଇଥାନ୍ତି ।
ଯଦି ଚାରିଜଣ ପିଲାଙ୍କୁ କିଛି ପ୍ରଶ୍ନ ପଚାରିବାର ଅଛି, ତା’ ବାରି ଆସିବାବେଳେ ହିଁ ନିଜ ସନ୍ତାନକୁ ପ୍ରଶ୍ନ ପଚାରନ୍ତି । କେତେବେଳେ ବିଶେଷ କରି ନିଜ ସନ୍ତାନକୁ ପଚାରି ନଥାନ୍ତି ଯେ ତୁ ଏ ପ୍ରଶ୍ନଟିର ଉତ୍ତର କହ, ତୁ ଏକଥା କର, କେବେ ନୁହେଁ । କାରଣ ତାଙ୍କୁ ମାଲୁମ ଥାଏ ଯେ ତାକୁ ଜଣେ ଉତ୍ତମ ମାତାର ଆବଶକତା ଅଛି, ଜଣେ ଉତ୍ତମ ପିତାର ଆବଶ୍ୟକତା ଅଛି, ଏବଂ ଜଣେ ଉତ୍ତମ ଶିକ୍ଷକର ମଧ୍ୟ ଆବଶ୍ୟକତା ରହିଛି । ସେମାନେ ମଧ୍ୟ ପ୍ରୟାସ କରନ୍ତି ଯେ ଘରେ ମୁଁ ମା- ବାପର ଭୂମିକା ସଂପାଦନ କରିବି, କିନ୍ତୁ କ୍ଳାସରେ ତ ମୋତେ ତାକୁ ଶିକ୍ଷକ- ଛାତ୍ର ଭଳି ବ୍ୟବହାର କରିବାକୁ ପଡ଼ିବ, ସେହିଭଳି ସମ୍ପର୍କ ରହିବ । ଘରବାଲା ସମ୍ପର୍କ ବିଦ୍ୟାଳୟକୁ ଆସିବା ଉଚିତ ନୁହେଁ ।
ଏହା ଜଣେ ଶିକ୍ଷକର ବହୁତ ବଡ଼ ତ୍ୟାଗ, ସେତେବେଳେ ଯାଇ ଶିକ୍ଷକର ବାସ୍ତବ ଭୂମିକା ସମ୍ଭବପର ହୋଇପାରିବ । ଏହି ଦାୟିତ୍ୱ ନିଜେ ନିଜେ ସମ୍ଭାଳି ଏହିଭଳି ଭାବେ କାମ କଲେ ଏ କାର୍ଯ୍ୟ ସମ୍ଭବ ହୋଇପାରିବ । ସେଥିପାଇଁ ଆମର ଯେଉଁ ଶିକ୍ଷା ବ୍ୟବସ୍ଥା ରହିଛି, ଭାରତର ଯେଉଁ ମହାନ୍ ପରମ୍ପରା ରହିଛି ତାହା କେବଳ ପୁସ୍ତକ ପର୍ଯ୍ୟନ୍ତ କେତେବେଳେ ସୀମିତ ନୁହେଁ । ତାହା ତ ଆମମାନଙ୍କ ପାଇଁ ଏକପ୍ରକାର ଏକ ସାହାରା ।
ଏବଂ ସେଇଥିପାଇଁ ଆମର ଯେଉଁ ଶିକ୍ଷା ବ୍ୟବସ୍ଥା ରହିଛି, ଭାରତର ଯେଉଁ ପରମ୍ପରା ରହିଛି ତାହା କେବଳ ପୁସ୍ତକ ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ । କେତେବେଳେ ସୁଦ୍ଧା ରହିନଥିଲା । ତାହା ତ ଆମମାନଙ୍କ ପାଇଁ ଏକ ପ୍ରକାର ଏକ ସାହାରା । ଆମେ ଅନେକ କଥା... ଏବଂ ଆଜି ଟେକ୍ନୋଲୋଜି କାରଣୁ ଏହା ସମ୍ଭବପର ହୋଇପାରିଛି । ଏବଂ ମୁଁ ମଧ୍ୟ ଲକ୍ଷ୍ୟ କରୁଛି ଯେ ଟେକ୍ନୋଲୋଜି କାରରୁ ଢେର୍ ମାତ୍ରାରେ ଆମର ଗ୍ରାମାଞ୍ଚଳର ଶିକ୍ଷକମାନେ ମଧ୍ୟ ଯାହା ସ୍ୱୟଂ ଟେକ୍ନୋଲୋଜିରେ ସେମାନଙ୍କର ପଢ଼ାଶୁଣା ନଥିଲେ ସୁଦ୍ଧା ନିଜେ ତାହାକୁ ଅଭ୍ୟାସ କରି କରି ବ୍ୟବହାରକ୍ଷମ କରିପାରିଛନ୍ତି । ସେମାନେ ମଧ୍ୟ ଚିନ୍ତା କରିଥିଲେ ଯେ ଭାଇ, କାରଣ ସେମାନଙ୍କ ମନରେ ଛାତ୍ରଛାତ୍ରୀମାନଙ୍କ କଥା ଭରି ରହିଥିଲା, ସେମାନଙ୍କ ମନରେ ପାଠ୍ୟଖସଡ଼ା ଭରି ରହିଥିଲା, ସେ ସେମାନେ ଏହିସବୁ କଥା, ପ୍ରଡକ୍ଟ ପ୍ରସ୍ତୁତ କରିଛନ୍ତି ଯାହା ସେହିସବୁ ବିଦ୍ୟାର୍ଥୀମାନଙ୍କ କାମରେ ଆସିପାରୁଛି ।
ଏଠାରେ ସରକାରରେ ବସିଥିବା ଲୋକମାନଙ୍କ ମନରେ କ’ଣ ଚାଲିଛି, ପରିସଂଖ୍ୟାନ । ଭାଇ, କେତେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ବାକି ରହିଲା, କେତେ ଛାତ୍ରଛାତ୍ରୀ ଡ୍ରପ୍ ଆଉଟ୍ ହୋଇଗଲେ, ବାଳିକାମାନଙ୍କର କେମିତି ନାମଲେଖା ହୋଇପାରିନାହିଁ । ସେମାନଙ୍କ ମନରେ ଏହିସବୁ କଥା ରହିଥାଏ । କିନ୍ତୁ ଶିକ୍ଷକମାନଙ୍କ ମନରେ ଛାତ୍ରଛାତ୍ରୀମାନଙ୍କ ଜୀବନ ରହିଥାଏ । ସେମାନଙ୍କ ମନରେ ଏହିସବୁ କଥା ରହିଥାଏ, କିନ୍ତୁ ଶିକ୍ଷକମାନଙ୍କ ମନରେ ସେମାନଙ୍କ ଜୀବନ ଓ ଭବିଷ୍ୟତ ରହିଥାଏ... ଏଥିରେ ବହୁତ ବଡ଼ ଫରକ ରହିଛି । ଏବଂ ସେଇଥିପାଇଁ ଜଣେ ଶିକ୍ଷକ ଏହିସବୁ କଥାକୁ ଦାୟିତ୍ୱବୋଧର ସହ ମୁଣ୍ଡାଇଥାଏ ।
ଏବେ ଆମର ଯେଉଁ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି, ତାହାର ଏତେ ପ୍ରଶଂସା କରାଯାଉଛି, ଏତେ ତାରିଫ୍ କରାଯାଉଛି । କାହିଁକି ଏତେ ପ୍ରଶଂସା କରାଯାଉଛି? ସେଥିରେ କିଛି ତ୍ରୁଟି କିମ୍ବା କମି ରହିଯାଇନାହିଁ, ସେକଥା ତ ମୁଁ ଦୃଢ଼ତାର ସହ ଦାବି କରିପାରିବ ନାହିଁ । କେହି ବି ଏପରି ଦାବି କରିପାରିବ ନାହିଁ । କିନ୍ତୁ ଯାହା ଲୋକମାନଙ୍କ ମନରେ ଥିଲା, ସେମାନଙ୍କୁ ଲାଗୁଛି, ଭାଇ, କିଛି ତ ରାସ୍ତା ଦିଶୁଛି । ଏହା ଉଚିତ ମାର୍ଗରେ ଯାଉଛି । ଚାଲ, ଏହି ରାସ୍ତାରେ ଆମେ ଚାଲିବା।
ଆମ ଭିତରେ ପୁରୁଣା କଥା ଏତେ ମାତ୍ରାରେ ବସା ବାନ୍ଧି ରହିଛି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଥରେ ପଢ଼ିବା- ଶୁଣିବା କଥା ସୁଦ୍ଧା ଆମେ ମାନିବାକୁ ପ୍ରସ୍ତୁତ ନୋହୁ । ମହାତ୍ମା ଗାନ୍ଧୀଜୀ ଥରେ କେହି ଜଣେ ପଚାରିଥିଲେ ଯେ ଆପଣଙ୍କ ମନରେ କିଛି ସଂଶୟ ଅଛି କି? ସମସ୍ୟା ଯଦି ଥାଏ ତେବେ ଆପଣ କ’ଣ କରନ୍ତି? ସେ କହିଥିଲେ, ମୋତେ ଭଗବଦ୍ ଗୀତାରୁ ଢେର୍ କିଛି ମିଳିଯାଇଥାଏ । ଏହାର ଅର୍ଥହେଲା ସେ ଗୀତାକୁ ବାରମ୍ବାର ପଢ଼ିଥାନ୍ତି, ସେଥିରୁ ବାରମ୍ବାର ନୂଆ ନୂଆ ଅର୍ଥ ପାଇଥାନ୍ତି, ବାରମ୍ବାର ନୂତନ ପ୍ରକାଶବାନ୍ ପୁଂଜ ସାମ୍ନାରେ ସେ ଦଣ୍ଡାୟମାନ ହୋଇଥାନ୍ତି ।
ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି ମଧ୍ୟ ଯେତେବେଳ ପର୍ଯ୍ୟନ୍ତ ଶିକ୍ଷା ଜଗତର ଲୋକମାନଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ସେଥିରେ ରହିଛି କି ନାହିଁ ତାହା ଜାଣିବା ଲାଗି ଏହାକୁ ଦଶ ଥର ,୧୨ ଥର ,୧୫ ଥର ପଢନ୍ତୁ । ସମାଧାନ ପନ୍ଥା ସେଥିରେ ଅଛି କି? ତାହାକୁ ଆମେ ସେହି ରୂପରେ ଦେଖିବା । ଥରେ ଆସିଛି, ଚାଲ ସର୍କୁଲାର ଆସୁଛି । ଏମିତିରେ ଦେଖିଲେ ତ ଚଳିବନି । ଏହାକୁ ଆମେ ଆମର ମନରେ, ଅନ୍ତରରେ ଉତାରିବାକୁ ପଡ଼ିବ । ଯଦି ଏଭଳି ପ୍ରୟାସ କରାଯିବ ତ ମୋର ଦୃଢ଼ ବିଶ୍ୱାସ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରସ୍ତୁତ କରିବାରେ ଆମ ଦେଶର ଶିକ୍ଷକମାନଙ୍କର ବହୁତ ବଡ଼ ଭୂମିକା ରହିବ । ଲକ୍ଷ ଲକ୍ଷ ସଂଖ୍ୟାରେ ଶିକ୍ଷକମାନଙ୍କର ଅବଦାନ ରହିବ, ଏହାକୁ ପ୍ରସ୍ତୁତ କରିବାରେ ।
ପ୍ରଥମ ଥର ପାଇଁ ଦେଶରେ ଏତେ ବଡ଼ ମାତ୍ରାରେ ମନ୍ଥନ କରାଯାଇଛି । ଯେଉଁ ଶିକ୍ଷକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି ସେହିସବୁ ଶିକ୍ଷକମାନଙ୍କ କାମ ହେଲା ସରକାରୀ ଭାଷା ବିନା ପିଲାମାନଙ୍କ ନିମନ୍ତେ କାମ ଆସେନାହିଁ । ଆପଣମାନଙ୍କୁ ଏହାର ମାଧ୍ୟମ ହେବାକୁ ପଡ଼ିବ ଯେ ଯେଉଁ ସରକାରୀ ନଥି ରହିଛି, ତାହାକୁ ସେମାନଙ୍କର ଜୀବନର ଆଧାର କିପରି ଭାବେ ବନାଯାଇ ପାରିବ? ମୋତେ ଏହାକୁ କାର୍ଯ୍ୟାନ୍ୱୟନ କରିବାକୁ ପଡ଼ିବ, ମୋତେ ଏହାକୁ ପୂର୍ଣ୍ଣଚ୍ଛେଦ, କମା ସହିତ ବୁଝିବାକୁ ହେବ । ଏହାକୁ ସହଜ, ସରଳ ରୂପରେ ହୃଦୟଙ୍ଗମ କରିବାକ ପଡ଼ିବ । ଏବଂ ମୁଁ ମାନୁଛି ଯେ କେମିତି ଭାବେ କିଛି ନାଟ୍ୟ ପ୍ରୟୋଗ ହୋଇଥାଏ କିଛି ରଚନା ଲିଖନ ହୋଇଥାଏ, କିଛି ବ୍ୟକ୍ତିତ୍ୱ ସ୍ପର୍ଦ୍ଧା ହୋଇଥାଏ । ପିଲାମାନଙ୍କୁ ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ଆବଶ୍ୟକ । କାରଣ ଶିକ୍ଷକ ଏହାକୁ ପ୍ରସ୍ତୁତ କରିବେ, ଯେତେବେଳେ ସେମାନେ କହିବେ ତ ଗୋଟିଏ ଅଧେ କଥା ନୂଆ ଭାବେ ସେଥିରୁ ବାହାରି ପାରିବ । ତେଣୁ ଏଭଳି ପ୍ରୟାସ କରାଯିବା ଆବଶ୍ୟକ ।
ଆପଣମାନଙ୍କୁ ଜଣାଥିବ ଯେ ଏବେ ଏବେ ମୁଁ ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ମୋର ଭାଷଣ ଥିଲା ଯେ ସେଥିରେ ଏହାର ଏକ ନିଜସ୍ୱ ମାନସିକତା ଥିଲା । ସେତେବେଳେ ମୁଁ ୨୦୪୭ ମସିହାକୁ ଧ୍ୟାନରେ ରଖି ଉଦ୍ବୋଧନ ଦେଇଥିଲି । ଏବଂ ସେଥିରେ ମୁଁ ଆହ୍ୱାନ କରିଥିଲି ଯେ ପଞ୍ଚ ପ୍ରଣର କଥା । ଏ ପଞ୍ଚ ପ୍ରଣ କ’ଣ? ଆମର କ୍ଲାସ୍ରୁମ୍ରେ ଏହାର ଚର୍ଚ୍ଚା ହୋଇପାରିବ କି? ଯେତେବେଳେ ପ୍ରାର୍ଥନା ସଭା ହୋଇଥାଏ ସେତେବେଳେ କିଛି ପିଲାଙ୍କୁ କୁହାଯାଇପାରିବ, ଚାଲ ଭାଇ, ଆଜି ଅମୁକ ଅମୁକ ବିଦ୍ୟାର୍ଥୀ ଏବଂ ଅମୁକ ଅମୁକ ଶିକ୍ଷକ ପ୍ରଥମ ପ୍ରଣ ଉପରେ କିଛି କହିବେ । ମଙ୍ଗଳବାରକୁ ଦ୍ୱିତୀୟ ପ୍ରଣ ଉପରେ, ବୁଧବାରକୁ ତୃତୀୟ ପ୍ରଣ ଉପରେ, ଶୁକ୍ରବାକୁ ପଞ୍ଚମ ପ୍ରଣ ଉପରେ ଏବଂ ପୁଣି ଆସନ୍ତା ସପ୍ତାହର ପ୍ରଥମ ଦିନ ପ୍ରଥମ ପ୍ରଣ ଉପରେ ଆଉ ଜଣେ ଶିକ୍ଷକ, ତା’ପରେ ଆଉ ଜଣେ ଶିକ୍ଷକ । ଅର୍ଥାତ୍, ବର୍ଷସାରା, ଏହାର ଅର୍ଥ କ’ଣ, ଆମକୁ କ’ଣ କରିବାକୁ ପଡ଼ିବ, ଏହି ପଞ୍ଚ ପ୍ରଣ ଆମର, ଆମମାନଙ୍କର ମଧ୍ୟ ପଞ୍ଚ ପଣ ହେବା ଉଚିତ କି ନୁହେଁ, ପ୍ରତ୍ୟେକ ନାଗରିକର ହେବା ବାଂଛନୀୟ ।
ଏହିଭଳି ଭାବେ ଯଦି ଆମେ କାର୍ଯ୍ୟ କରିପାରିବା ତେବେ ମୁଁ ଭାବୁଛି ଏହାର ଆଦୃତି ବୃଦ୍ଧି ପାଇବ, ଗ୍ରହଣୀୟତା ବୃଦ୍ଧି ପାଇବ। ସବୁ ଲୋକ କହୁଛନ୍ତି ଭାଇ, ଏ ପଞ୍ଚ ପ୍ରଣ ଏଭଳି ଯେ ଆମକୁ ଆଗକୁ ଯିବାର ରାସ୍ତା ପ୍ରସ୍ତୁତ କରିଦେବ । ତେବେ ଏହି ପଞ୍ଚ ପ୍ରଣ ସେହିସବୁ ପିଲାମାନଙ୍କ ପର୍ଯ୍ୟନ୍ତ କିପରି ପହଂଚିବ, ସେମାନଙ୍କ ଜୀବନରେ କିପରି କାମରେ ଆସିବ, ଏହାକୁ ଯୋଡ଼ିବା ଦାୟିତ୍ୱ କିପରି ସମ୍ପାଦନ କରାଯାଇପାରିବ?
ଦ୍ୱିତୀୟରେ, ଭାରତରେ ଏବେ କୌଣସି ସ୍କୁଲରେ ଏଭଳି ଶିଶୁ ରହିବା ଉଚିତ ନୁହେଁ, ଯାହାର ମନରେ ୨୦୪୭ ମସିହାର ସ୍ୱପ୍ନ ନଥିବ । ସେମାନଙ୍କୁ କୁହାଯିବା ଆବଶ୍ୟକ, ତୁମେ କୁହ ଭାଇ, ୨୦୪୭ରେ ତୁମର ଆୟୁ କେତେବର୍ଷ ହୋଇଥିବ, ତାହା ସେମାନଙ୍କୁ ପଚାରିବା ଆବଶ୍ୟକ । ହିସାବ ଲଗାନ୍ତୁ, ତୁମ ପାଖରେ ଆଉ କେତେ ବର୍ଷ ରହିଲା, ତୁମେ କୁହ, କେତେ ମାସ ରହିଲା, କେତେ ଦିନ ରହିଲା, କେତେ ଘଣ୍ଟା ରହିଲା । ତୁମେ ଗୋଟିଏ ଗୋଟିଏ ଘଣ୍ଟାକୁ ଯୋଡ଼ି କୁହ, ତୁମେ କ’ଣ କରିବାକୁ ଚାହୁଁଛ । ତୁରନ୍ତ ଏହାର ଏକ ସଂପୂର୍ଣ୍ଣ କାନଭାସ୍ ପ୍ରସ୍ତୁତ ହୋଇଯିବ ଯେ ହଁ, ଆଜି ଗୋଟିଏ ଘଣ୍ଟା ଚାଲିଗଲା । ମୋର ୨୦୪୭ ମସିହା ତ ନିକଟତର ହୋଇଗଲା । ଆଜି ଦୁଇ ଘଣ୍ଟା ଚାଲିଗଲା, ମୋର ୨୦୪୭ ପାଖକୁ ଆସିଗଲା । ମୋତେ ୨୦୪୭ ନିକଟକୁ ଏମିତି ଭାବେ ଯିବାର ଅଛି, ଏମିତି କାମ କରିବାର ଅଛି ।
ଯଦି ଏପରି ଭାବ ଆମ ପିଲାମାନଙ୍କ ମନ ମନ୍ଦିରରେ ଆମେ ଭରିଦେବା, ଏକ ନୂତନ ଶକ୍ତିର ସହିତ, ଏକ ନୂତନ ବିଶ୍ୱାସ ଓ ଆଶାର ସହିତ,ପିଲାମାନେ ଏହା ପଛରେ ଲାଗିଯିବେ । ଏବଂ ବିଶ୍ୱରେ, ପ୍ରଗତି ସେମାନଙ୍କର ହିଁ ହୋଇଥାଏ ଯେଉଁମାନେ ସ୍ୱପ୍ନ ଦେଖିଥାନ୍ତି, ବଡ଼ ବଡ଼ ସଂକଳ୍ପ ନେଇଥାନ୍ତି ଏବଂ ଦୂରଦୂରାନ୍ତ ପର୍ଯ୍ୟନ୍ତ ଚିନ୍ତା କରି ଜୀବନକୁ ସମର୍ପିତ କରିବା ଲାଗି ପ୍ରସ୍ତୁତ ରହିଥାନ୍ତି ।
ଭାରତରେ ୨୦୪୭ ମସିହା ପୂର୍ବରୁ ଏକପ୍ରକାର ଦାଣ୍ଡି ଯାତ୍ରା-୧୯୩୦ ଏବଂ ୧୯୪୨, ଇଂରେଜ ଭାରତ ଛାଡ଼ ଭାବେ ହୋଇଥିଲା । ଏହି ଯେଉଁ ୧୨ ବର୍ଷ... ଆପଣମାନେ ଦେଖନ୍ତୁ, ସମଗ୍ର ଭାରତବର୍ଷରେ ଆଲୋଡ଼ନ ସୃଷ୍ଟି ହୋଇଥିଲା, କେବଳ ସ୍ୱାଧୀନତାକୁ ଛାଡ଼ି ଆଉ କିଛି ମନ୍ତ୍ର ନଥିଲା । ଜୀବନର ପ୍ରତି କାର୍ଯ୍ୟରେ ସ୍ୱାଧୀନତା, ସ୍ୱତନ୍ତ୍ରତା, ଏଭଳି ଏକ ମାନସିକତା ସୃଷ୍ଟି ହୋଇଥିଲା । ସେହିଭଳି ମାନସିକତା, ସୁରାଜ, ରାଷ୍ଟ୍ରର ଗୌରବ, ମୋ ଦେଶ ଓ ମୋତେ ଏଠାରେ, ଏହି ସମୟରେ ଆମକୁ ଏଇଆ ସୃଷ୍ଟି କରିବାର ଅଛି ।
ଏବଂ ମୋର ଆମର ଶିକ୍ଷକ ବନ୍ଧୁମାନଙ୍କ ଉପରେ ଅଧିକ ଭରସା ରହିଛି, ଶିକ୍ଷା ଜଗତ ଉପରେ ଅଧିକ ଭରସା ଅଛି । ଯଦି ଆପଣମାନେ ଏହି ପ୍ରୟାସରେ ଲିପ୍ତ ରହିବେ, ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମେ ଏହିସବୁ ସ୍ୱପ୍ନକୁ ସହଜରେ ପାର କରିଯାଇପାରିବ ଏବଂ ଏହି ସ୍ୱର ଗାଆଁ ଗାଆଁ ପର୍ଯ୍ୟନ୍ତ ପହଂଚିପାରିବ । ଏବେ ଦେଶକୁ ଆଉ ରୋକିବା ଉଚିତ ନୁହେଁ। ଏବେ ଦେଖନ୍ତୁ, ଦି’ଦିନ ପୂର୍ବରୁ ୨୫୦ ବର୍ଷ ପର୍ଯ୍ୟନ୍ତ ଯେଉଁମାନେ ଆମ ଉପରେ ରାଜତ୍ୱ କରୁଥିଲେ ସେମାନଙ୍କୁ ପଛରେ ପକାଇ ଆମେ ବିଶ୍ୱ ଅର୍ଥନୀତିରେ ଆଗକୁ ବଢ଼ି ଯାଇଛୁ । ୬ ନମ୍ବରରୁ ୫ ନମ୍ବରକୁ ଆସିବାର ଯେଉଁ ଆନନ୍ଦ, ତାହାଠାରୁ ଅଧିକ ଆନନ୍ଦ ଏହା ଦ୍ୱାରା ହୋଇପାରିଛି, କାହିଁକି? ୬ରୁ ୫ ନମ୍ବର ହେବାରେ କିଛି ଆନନ୍ଦ ଅଛି, କିନ୍ତୁ ଏହି ୫ର କିଛି ବିଶେଷତା ରହିଛି । କାରଣ ଆମେ ସେଇ ଦେଶକୁ ପଛରେ ପକାଇ ଦେଇଛୁ, ଆମ ମନରେ ସେହି ଭାବ ଭରିରହିଛି, ସେହି ତିରଙ୍ଗାବାଲା, ୧୫ ଅଗଷ୍ଟର ।
୧୫ ଅଗଷ୍ଟକୁ ତିରଙ୍ଗାର ଯେଉଁ ଆନେ୍ଦାଳନ ଥିଲା, ଏହାର ପ୍ରକାଶରେ ଏହି ୫ ନମ୍ବର ଆସିଛି ଏବଂ ସେଇଥିପାଇଁ ଏହା ଭିତରେ ସେହି ଜିଦ୍ ଭରିଯାଇଛି । ଦେଖନ୍ତୁ, ମୋର ତିରଙ୍ଗା ଆହୁରି ଫରଫର ହୋଇ ଉଡ଼ୁଛି । ଏଭଳି ମାନସିକତା ବହୁତ ଆବଶ୍ୟକ ଏବଂ ସେଥିପାଇଁ ୧୯୩୦ ଠାରୁ ୧୯୪୨ ପର୍ଯ୍ୟନ୍ତ ଦେଶର ଯେଉଁ ମୁଡ୍ ଥିଲା, ଦେଶ ନିମନ୍ତେ ଜୀବନ ବଞ୍ଚôବା, ଦେଶ ପାଇଁ ଯୋଡ଼ି ହେବା, ଏବଂ ଆବଶ୍ୟକ ପଡ଼ିଲେ ଦେଶ ପାଇଁ ପ୍ରାଣବଳି ଦେବା, ଆଜି ସେହି ମାନସିକତା ଆବଶ୍ୟକ ।
ମୁଁ ମୋର ଦେଶକୁ ପଛରେ ରହିବାକୁ ଦେବିନାହିଁ । ହଜାର ହଜାର ବର୍ଷର ଦାସତ୍ୱରୁ ମୁକ୍ତ ହୋଇ, ଏବେ ସୁଯୋଗ ଆସିଛି, ଆମେ ରୋକିବୁନି, ଆମକୁ ଆଗକୁ ଚାଲିବାକୁ ହେବ । ଏହି ମାନସିକତା ପହଞ୍ଚାଇବାର କାର୍ଯ୍ୟ, ଆମ ସମସ୍ତ ଶିକ୍ଷକବର୍ଗଙ୍କ ଦ୍ୱାର ସଂପାଦିତ ହେବ, ତା’ହେଲେ ଯାଇ ସେମାନଙ୍କର ଶକ୍ତି ଅନେକ ଗୁଣ ହୋଇପାରିବ, ଅନେକ ଗୁଣ ବଢ଼ି ପାରିବ ।
ମୁଁ ପୁଣି ଥରେ, ଆପଣମାନେ ଏତେ କାର୍ଯ୍ୟ କରି ଏହି ପୁରସ୍କାର ଲାଭ କରିଛନ୍ତି, କିନ୍ତ ପୁରସ୍କାର ପ୍ରାପ୍ତ ହୋଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ଅଧିକ ଦାୟିତ୍ୱ ପ୍ରଦାନ କରୁଛି । ଯିଏ କାମ କରେ, ତାଙ୍କୁ ହିଁ ଅଧିକ କାମ ସମର୍ପିବାକୁ ମନ କରିଥାଏ । ଯିଏ କାମ କରେନାହିଁ, ତାକୁ କିଏ କାମ ଦିଏ? ଏବଂ ଶିକ୍ଷକମାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଆସିଛି ଯେ ସେମାନେ ଏହି ଦାୟିତ୍ୱକୁ ସମ୍ଭାଳିବେ ଓ ସାକାର କରିବେ । ସେଥିପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି, ମୋ ତରଫରୁ ବହୁତ ବହୁତ ଶୁଭକାମନା ଜଣାଉଛି ।
ବହୁତ ବହୁତ ଧନ୍ୟବାଦ!
SS/MB
(Release ID: 1857742)
Visitor Counter : 166
Read this release in:
Marathi
,
Tamil
,
Malayalam
,
English
,
Urdu
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada