କ୍ୟାବିନେଟ

କୋଚି ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ, ଜେଏଲଏନ୍ ଷ୍ଟାଡିୟମରୁ କାକାନାଡ ଦେଇ ଇନଫୋପାର୍କ ପର୍ଯ୍ୟନ୍ତ କାର୍ଯ୍ୟକୁ କ୍ୟାବିନେଟର ଅନୁମୋଦନ


ଏହି ପର୍ଯ୍ୟାୟରେ ୧୧.୧୭ କିମି ଦୈର୍ଘ୍ୟ ଏବଂ ୧୧ ଷ୍ଟେସନ ପାଇଁ ୧୯୫୭.୦୫ କୋଟି ମଞ୍ଜୁର

Posted On: 07 SEP 2022 4:00PM by PIB Bhubaneshwar

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୧୯୫୭.୦୫ କୋଟି ଟଙ୍କା ବ୍ୟୟରେ କୋଚି ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଜେଏଲ୍ଏନ୍ ଷ୍ଟାଡିୟମରୁ କାକାନାଡ ଦେଇ ଇନଫୋପାର୍କ ପର୍ଯ୍ୟନ୍ତ ୧୧.୧୭ କିମି ଦୈର୍ଘ୍ୟ ଏବଂ ୧୧ ଷ୍ଟେସନ କାର୍ଯ୍ୟ ଲାଗି ଅନୁମୋଦନ କରିଛି   ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସାମୁଦ୍ରିକ ବିମାନ ବନ୍ଦର ସଡକର ପ୍ରଶସ୍ତିକରଣ ସହିତ ପ୍ରସ୍ତୁତି କାର୍ଯ୍ୟ ଠିକଣା ଭାବରେ ଅଗ୍ରଗତି କରୁଛି

ଆଲୁଭା ଠାରୁ ପେଟା ପର୍ଯ୍ୟନ୍ତ କୋଚିରେ ପ୍ରଥମ ପର୍ଯ୍ୟାୟ ଆନୁମାନିକ ସମାପ୍ତି ମୂଲ୍ୟ ୫୧୮୧.୭୯ କୋଟି ଟଙ୍କା ବ୍ୟୟରେ ୨୫. କିଲୋମିଟର ଦୈର୍ଘ୍ୟ ଏବଂ ୨୨ ଟି ଷ୍ଟେସନ୍ ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଟେ

କୋଚି ମେଟ୍ରୋ ୧ଏ ପର୍ଯ୍ୟାୟ ପ୍ରକଳ୍ପ ପେଟା ଠାରୁ ଏସଏନ ଜଙ୍କସନ ମଧ୍ୟରେ .୮୦ କିଲୋମିଟରର ପ୍ରକଳ୍ପର ଅନୁମୋଦିତ ମୂଲ୍ୟ ୭୧୦.୯୩ କୋଟି ଟଙ୍କା ଏହି ପ୍ରକଳ୍ପ ରାଜ୍ୟ କ୍ଷେତ୍ର ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେଉଛି ବର୍ତ୍ତମାନ ପ୍ରକଳ୍ପ ସହିତ ଜଡିତ ସମସ୍ତ ର୍ନିମାଣ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ଉଦଘାଟନ ପାଇଁ ପ୍ରକଳ୍ପ ପ୍ରସ୍ତୁତ ରହିଛି

ରାଜ୍ୟ କ୍ଷେତ୍ର ପ୍ରକଳ୍ପ ଭାବରେ ଏସଏନ ଜଙ୍କସନ ଠାରୁ ଥ୍ରିପୁନିଥୁରା ଟର୍ମିନାଲ୍ ପର୍ଯ୍ୟନ୍ତ .୨୦ କିଲୋମିଟର କୋଚି ମେଟ୍ରୋର ୧ବି ପ୍ରଥମ ପର୍ଯ୍ୟାୟର ର୍ନିମାଣ କାର୍ଯ୍ୟ ଚାଲିଛି

ପାଣ୍ଠି ପ୍ରଦାନର ଢାଞ୍ଚା:

 

S.No.

Source

Amount (in Crore)

% Contribution

1.

GoI Equity

274.90

16.23%

2.

GoK Equity

274.90

16.23%

3.

GoI Subordinate Debt for 50% of Central Taxes

63.85

3.77%

4.

GoK Subordinate Debt for 50% of Central Taxes

63.85

3.77%

5.

Loan from Bilateral/Multilateral agencies

1016.24

60.00%

6.

Total Cost excluding Land, R&R and PPP Components

1693.74

100.00%

7.

GoK Subordinate Debt for Land including R&R cost

82.68

 

8.

State Taxes to be borne by GoK

94.19

 

9.

Interest during Construction (IDC) for loan and front end fees to be borne by GoK

39.56

 

10.

PPP Components (AFC)

46.88

 

11.

Total Completion Cost

1957.05

 

 

 

ପୃଷ୍ଠଭୂମି:

କୋଚି ହେଉଛି କେରଳ ରାଜ୍ୟର ସବୁଠାରୁ ଜନବହୁଳ ସହର ଏବଂ ଏହା ଏକ ବିସ୍ତାରିତ ମହାନଗରର ଏକ ଅଂଶ, ଯାହାକି କେରଳର ସର୍ବ ବୃହତ ସହରୀ ଏକୀକରଣ ଅଟେ କୋଚି ମହାନଗର ନିଗମର ଜନସଂଖ୍ୟା ୨୦୧୩ ରେ ପ୍ରାୟ ୨୦. ଲକ୍ଷ, ୨୦୨୧ ରେ ୨୫. ଲକ୍ଷ ଏବଂ ୨୦୩୧ ସୁଦ୍ଧା ୩୩.୧୨ ଲକ୍ଷ ହେବ ବୋଲି ଆକଳନ କରାଯାଇଛି

HS



(Release ID: 1857545) Visitor Counter : 117