ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

Posted On: 06 SEP 2022 2:46PM by PIB Bhubaneshwar

କ. ହସ୍ତାନ୍ତରିତ ବୁଝାମଣା/ରାଜିନାମା

ଖ. ଉଦଘାଟିତ/ଘୋଷିତ/ ଉନ୍ମୋଚିତ ପ୍ରକଳ୍ପଗୁଡିକର ସୂଚୀ

୧. ମୈତ୍ରୀ ବିଦ୍ୟୁତ ପ୍ରକଳ୍ପ ଉନ୍ମୋଚନ- ରାମପାଲ, ଖୁଲନା ଠାରେ ୧୩୨୦ (୬୬୦ x୨) ମେଗାୱାଟ ସୁପର କ୍ରିଟିକାଲ କୋଇଲା ପରିଚାଳିତ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରାୟ ୨ ବିଲିୟନ ଆମେରିକୀୟ ଡଲାର ବିନିଯୋଗରେ ନିର୍ମିତ ହେଉଛି, ଯେଉଁଥିରେ ୧.୬ ବିଲିୟନ ଆମେରିକୀୟ ଡଲାରର ରିହାତିଯୋଗ୍ୟ ଆର୍ଥିକ ସହାୟତା ଭାରତୀୟ ବିକାଶ ସହାୟତା ଭାବେ ବିନିଯୋଗ ହେବ ।  

୨. ରୂପ୍ସା ବ୍ରିଜ ଉନ୍ମୋଚନ- ୫.୧୩ କିଲୋମିଟର ଦୀର୍ଘ ରୂପ୍ସା ରେଳ ବ୍ରିଜ ୬୪.୭ କିଲୋମିଟରର ଖୁଲନା- ମୋଙ୍ଗଲା ବନ୍ଦର ସିଙ୍ଗଲ ଟ୍ରାକ ବ୍ରଡ ଗେଜ ରେଳ ପ୍ରକଳ୍ପର ପ୍ରମୁଖ ଅଂଶ, ଯାହା ମୋଙ୍ଗଲା ବନ୍ଦରକୁ ପ୍ରଥମ ଥର ପାଇଁ ରେଳ ଯୋଗାଯୋଗ କରିବା ସହ ମଧ୍ୟ ଓ ଉତ୍ତର ବାଂଲାଦେଶ ତଥା ଭାରତ ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗର ପେଟ୍ରୋପୋଲ ଓ ଗେଡେ ପର୍ଯ୍ୟନ୍ତ ଯୋଡୁଛି । 

୩. ସଡକ ନିର୍ମାଣ ସମ୍ପର୍କିତ ଉପକରଣ ଓ ଯନ୍ତ୍ରାଂଶ ଯୋଗାଣ- ଏହି ପ୍ରକଳ୍ପ ଅନ୍ତର୍ଗତ ବାଂଲାଦେଶ ସଡକ ଓ ରାଜପଥ ବିଭାଗକୁ ୨୫ ପ୍ୟାକେଜରେ ସଡକ ରକ୍ଷଣାବେକ୍ଷଣ ଓ ନିର୍ମାଣ ଉପକରଣ ଏବଂ ଯନ୍ତ୍ରାଂଶର ଯୋଗାଣ ସାମିଲ ରହିଛି । 

୪. ଖୁଲନା ଦର୍ଶନ ରେଳୱେ ଲାଇନ ଲିଙ୍କ ପ୍ରକଳ୍ପ- ଏହି ପ୍ରକଳ୍ପ ମାଧ୍ୟମରେ ଗେଦେ- ଦର୍ଶନା କ୍ରସ ବର୍ଡର ରେଳ ଲିଙ୍କକୁ ଖୁଲନା ସହ ଯୋଡିବା ପାଇଁ ବର୍ତ୍ତମାନର ଭିତ୍ତିଭୂମି (ବ୍ରଡ ଗେଜ ଦୋହରୀକରଣ) ଉନ୍ନୟନ ହେବ । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବିଶେଷ କରି ଏବେ ଢାକା ପର୍ଯ୍ୟନ୍ତ ଓ ଭବିଷ୍ୟତରେ ମୋଙ୍ଗଲା ବନ୍ଦରକୁ ରେଳ ସଂଯୋଗ କରିବ । ଏହି ପ୍ରକଳ୍ପରେ ୩୧୨.୪୮ ମିଲିୟନ ଆମେରିକୀୟ ଡଲାର ବିନିଯୋଗ ଆକଳନ କରାଯାଇଛି । 

୫. ପାର୍ବତୀପୁର- କୌନିଆ ରେଳ ଲାଇନ- ବର୍ତ୍ତମାନର ମିଟର ଗେଜ ଲାଇନକୁ ଦୋହରା ଗେଜ ଲାଇନରେ ପରିବର୍ତ୍ତନ ପାଇଁ ପ୍ରକଳ୍ପରେ ୧୨୦.୪୧ ମିଲିୟନ ଡଲାର ବିନିଯୋଗ ଆକଳନ କରାଯାଇଛି । ଏହି ପ୍ରକଳ୍ପ ବିରୋଲ (ବାଂଲାଦେଶ)- ରାଧିକାପୁର (ପଶ୍ଚିମବଙ୍ଗ)ର ବର୍ତ୍ତମାନର କ୍ରସ ବର୍ଡର ରେଳ ସହିତ ସଂଯୋଗ ହେବ ଓ ଏହାଦ୍ୱାରା ଦ୍ୱିପାକ୍ଷିକ ରେଳ ସମ୍ପର୍କ ବୃଦ୍ଧି ହେବ । 

SR

 



(Release ID: 1857250) Visitor Counter : 167