ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ଭାରତରେ ପ୍ରଥମ ଥର ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଗର୍ଭାଶୟ କର୍କଟ ନିରାକରଣ ଟିକା ସର୍ବାଭାକ୍ ର ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ


ଗର୍ଭାଶୟ କର୍କଟ ଭାରତରେ ଦେଖାଯାଇଥିବା କର୍କଟ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଶ୍ୱରେ ପାଖାପାଖି ଏକ ଚତୁର୍ଥାଂଶ କର୍କଟ ଜନିତ ମୃତ୍ୟୁ ଏଥିପାଇଁ ହୋଇଥାଏ, ତେବେ ଅଧିକାଂଶରେ ଏହାର ନିରାକରଣ ସମ୍ଭବ

କମ୍ ବ୍ୟୟ ସାପେକ୍ଷ ଓ ପ୍ରଭାବୀ ଏହି ଟିକା ପ୍ରସ୍ତୁତି ଡିବିଟି ଓ ବିଆଇଆରଏସି ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତ ନିମନ୍ତେ ଆଉ ଏକ ମାଇଲ ଖୁଣ୍ଟ : ଜିତେନ୍ଦ୍ର ସିଂ
ଟିକା ଏବଂ ଔଷଧ ପ୍ରସ୍ତୁତିରେ ବେସରକାରୀ ଓ ସରକାରୀ କ୍ଷେତ୍ରର ଅଧିକ ସହଯୋଗ ପାଇଁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅର୍ଥ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଦର ସି ପୁନେୱାଲାଙ୍କ ଆହ୍ୱାନ

ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତ୍ରୀ ମନୀଷା କୋଏରାଲା ସାହାସର ସହ ଗର୍ଭାଶୟ କର୍କଟର ମୁକାବିଲା କରି ଏଥିରେ ବିଜୟୀ ହେଇଥିଲେ ଓ ସେ ଏଥିପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଓ ବିଶେଷକରି ଡିବିଟିକୁ ଏହି ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି

Posted On: 01 SEP 2022 3:49PM by PIB Bhubaneshwar

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି (ସ୍ୱାଧୀନ ଦାୟିତ୍ୱ) ଭୂ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ପିଏମ୍‌ଓ, ମାନବ ସମ୍ବଳ ଓ ସାଧାରଣ ଅଭିଯୋଗ, ପେନ୍‌ସନ, ଆଣବିକ ଶକ୍ତି ଓ ମହାକାଶ ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗର୍ଭାଶୟ କର୍କଟ ନିରାକରଣ ପାଇଁ ଉଦ୍ଦିଷ୍ଟ ଭାରତର  ପ୍ରଥମ ଟିକା ସର୍ବାଭାକପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଛନ୍ତି

କ୍ୱାଡ୍ରିଭାଲେଣ୍ଟ ହ୍ୟୁମାନ ପାପିଲୋମା(କ୍ୟୁଏଚପିଭି) ଟିକାର ବୈଜ୍ଞାନିକ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିବା ବିଷୟ ଡକ୍ଟର ସିଂ ସିରମ୍ ଇନ୍‌ଷ୍ଟିଚ୍ୟୁଟ ପୁଣେର ସିଇଓ ଶ୍ରୀ ଅଦର ସି ପୁନେୱାଲ ଓ ଅନ୍ୟାନ୍ୟ ବିଶିଷ୍ଟ ବୈଜ୍ଞାନିକଙ୍କ ଗହଣରେ ଘୋଷଣା କରିଛନ୍ତି ଘୋଷଣା କରି ଡକ୍ଟର ସିଂ କହିଛନ୍ତି ଯେ ଏହି କମ୍ ବ୍ୟୟ ସାପେକ୍ଷ ଓ ପ୍ରଭାବୀ ଟିକା ଡିଇଟି ଓ ବିଆଇଆରଏସି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଓ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତ ପଥରେ ଆଉ ପାଦେ ଆଗେଇଛି

ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗର୍ଭାଶୟ କର୍କଟ ସର୍ବାଧିକ କର୍କଟ ରୋଗ ମଧ୍ୟରେ ଭାରତର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଅନେକାଂଶରେ ନିରାକରଣ ସମ୍ଭବ, ଏହି ରୋଗ ଯୋଗୁଁ ବିଶ୍ୱର ଏକ ଚତୁର୍ଥାଂଶ କର୍କଟ ରୋଗୀ ପ୍ରାଣ ହରାଇଥାନ୍ତି ସେ କହିଥିଲେ ଯେ, ବର୍ତ୍ତମାନର ଆକଳନ ଅନୁସାରେ ଭାରତରେ ୧.୨୫ ଲକ୍ଷ ମହିଳାଙ୍କଠାରେ ଗର୍ଭାଶୟ କର୍କଟ ରୋଗ ନିରୂପଣ ହୋଇଥିବାବେଳେ ୭୫ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁ ମୁଖରେ ପଡିଥାନ୍ତି ଦ୍ରୁତଗତିରେ ମାଡିଯାଉଥିବା ଗର୍ଭାଶୟ କର୍କଟ ମଧ୍ୟରୁ ଶତକଡା ୮୩ଭାଗ ଭାରତରେ ଏଚପିଭି ୧୬ ବା ୧୮ ଯୋଗୁଁ ହେଉଥିବା ବେଳେ, ବିଶ୍ୱରେ ଏହା ଶତକଡା ୭୦ଭାଗ ଦେଖାଯାଇଥାଏ ଗର୍ଭାଶୟ କର୍କଟ ନିରାକରଣ ନିମନ୍ତେ (ଏଚପିଭି) ବା ହ୍ୟୁମାନ ପାପିଲୋମାଭା ଭାଇରସ ପାଇଁ ଟିକାକରଣ  ଏଚପିଭି ୧୬ ବା ୧୮ ପ୍ରଜାତି ଭୂତାଣୁ ମିଶି ବିଶ୍ୱର ଶତକଡା ୭୦ ଭାଗ ଦୃତ ପ୍ରସାରଗାମୀ ଗର୍ଭାଶୟ କର୍କଟ ମାମଲା ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି

ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ ଯେ ନିରାକରଣ ସ୍ୱାସ୍ଥ୍ୟ ସମସ୍ୟା ନେଇ କୋଭିଡ ଆମକୁ ସଚେତନ କରିଛି ବିଶେଷକରି ଭାରତ ଭଳି ଦେଶରେ ବିଭିନ୍ନ ସାମାଜିକ ଓ ଆର୍ଥିକ କାରଣ ଯୋଗୁଁ ନିରାକରଣ ଧର୍ମୀ ସ୍ୱାସ୍ଥ୍ୟ ଯତ୍ନ  କ୍ଷେତ୍ରରେ ସଚେତନତା କମ୍ ରହିଛି ଆୟୁଷ୍ମାନ ଭଳି ଯୋଜନା ଯୋଗୁଁ ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ପାଂଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ 

ଅହମ୍ମଦାବାଦର ଜାଇଡସ୍ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ୍ ଓ ପୁଣେର ସିରମ୍ ଇନ୍‌ଷ୍ଟିଚ୍ୟୁଟକୁ ନଭେମ୍ବର ୨୦୨୦ ପ୍ରଧାନମନ୍ତ୍ରୀ ମୋଦୀ ଗସ୍ତ କରି ବ୍ୟକ୍ତିଗତ ଭାବେ ଟିକାର ବିକାଶ ଓ ନିର୍ମାଣ ପଦ୍ଧତି ନେଇ ସମୀକ୍ଷା କରିଥିଲେ ମୋଦୀଙ୍କ ଏହି ପରିଦର୍ଶନର ଉଦାହରଣ ଦେଇ ଡକ୍ଟର ସିଂ କହିଥିଲେ ସେତେବେଳେ ଶ୍ରୀ ମୋଦୀ କହିଥିଲେ ଯେ, ଭାରତ ଟିକାକୁ କେବଳ ଉତ୍ତମ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଚାର କରେ ନାହିଁ ଓ ଏହା ବିଶ୍ୱର ହିତ ପାଇଁ ଉଦ୍ଦିଷ୍ଟ ସେଥିପାଇଁ ଆମ ପଡୋଶୀ ଦେଶ ସହ ମିଶି ଭୂତାଣୁ ବିରୁଦ୍ଧରେ ସଂଗ୍ରାମ କରିବା ଭାରତର ଦାୟିତ୍ୱ

ଡକ୍ଟର ସିଂ ଆହୁରି କହିଥିଲେ ଯେ ତ୍ୱରାନ୍ୱିତ ହେବାର ମାତ୍ର ବର୍ଷକ ମଧ୍ୟରେ କୋଭିଡ୍ ସୁରକ୍ଷା ଅଭିଯାନ ଅନେକ ସଫଳତା ହାସଲ କରିଥିଲା ସେଥିମଧ୍ୟରେ (୧) ବିଶ୍ୱର ଡିଏନ୍‌ଏ ଟିକା (କୋଭିଡ-୧୯) ପାଇଁ ଯାହା କାଡିଲା ହେଲଥ କେୟାର ଦ୍ୱାରା ପ୍ରସ୍ତୁତ ହୋଇ ୨୦ ଅଗଷ୍ଟ ୨୦୨୧ରେ ଜରୁରୀକାଳୀନ ବ୍ୟବହାର ନିମନ୍ତେ ସ୍ୱୀକୃତୀ ଲାଭ କଲା

() ଦେଶର ପ୍ରଥମ ଏମଆରଏନଏ ଟିକା ଓ କୋଭିଡ-୧୯ ବିରୁଦ୍ଧରେ ଇଣ୍ଟର ନାଜାଲ ଟିକା ସେ କହିଥିଲେଏ ଯେ ସର୍ବାଭାକ୍ଡିବିଟି ଓ ବିଆଇଆରଏସି ଏବଂ ବିଲ୍ ଆଣ୍ଡ ମିଲିଣ୍ଡା ଗେଟ୍ ଫାଉଣ୍ଡେସନର ମିଳିତ ସମନ୍ୱୟରେ ହୋଇଛି ଭାରତରେ ଗ୍ରାଣ୍ଡ ଚ୍ୟାଲେଞ୍ଜ ଇଣ୍ଡିଆକାର୍ଯ୍ୟକ୍ରମ ଭାଗିଦାରିତାରେ ସିରମ  ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଲିମିଟେଡ ଏହାକୁ ବିକଶିତ କରିଛି କୌଣସି ବସ୍ତୁର ସଫଳତା ନିମନ୍ତେ ବୃଦ୍ଧିଜୀବୀ, ଶିଳ୍ପ ଓ ଗବେଷଣା ମିଳିତଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ

ମନ୍ତ୍ରୀ କହିଥିଲେ ଯେ ଜୈବପ୍ରଯୁକ୍ତି ବିଦ୍ୟା ବିଭାଗ (ଡିବିଟି ) ଭାରତୀୟ ଟିକା ଗବେଷଣା  ଓ ବିକାଶ ନିମନ୍ତେ ଗତ ତିନି ଦଶନ୍ଧି ଧରି ଜୋରଦାର ପ୍ରୟାସ ଜାରି ରଖିଛି ବର୍ତ୍ତମାନ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଟିକା ଗବେଷଣା କ୍ଷେତ୍ରରେ ନିଆଯାଉଛି ସେଗୁଡିକ ମଧ୍ୟରେ (୧) ଭାରତ-ୟୁଏସ୍ ଟିକା ଆକ୍ସନ କାର୍ଯ୍ୟକ୍ରମ ) ଜାତୀୟ ବାୟୋଫାର୍ମା ମିଶନ ) ଆଇଏନଡିସିଇପିଆଇ ମିଶନ ଏବଂ ୪) ମିଶନ କୋଭିଡ ସୁରକ୍ଷା ଯାହା ଆତ୍ମନିର୍ଭର ଭାରତ ୩.୦ ଅଂଶ ବିଶେଷ ଭାବେ ଦେଶକୁ ଖୁବ୍ ଶୀଘ୍ର କମ୍ ବ୍ୟୟସାପେକ୍ଷ ଓ କାର୍ଯ୍ୟକ୍ଷକମ କୋଭିଡ-୧୯ ଟିକା ପାଇଁ ଉଦ୍ଦିଷ୍ଟ ଥିଲା

ଡିବିଟି ସଚିବ ଡକ୍ଟର ରାଜେଶ ଗୋଖାଲେ କହିଥିଲେ ଯେ ସମନ୍ୱିତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ଗବେଷଣାଚଓ ପରିପାଟୀ ଗଠନ ନିମନ୍ତେ ସହଯୋଗ ସହ  ବିପୁଳ ପାଣ୍ଠିର ମଧ୍ୟ ଆବଶ୍ୟକତା ରହିଛି ସମସ୍ତ ଘାତ ପ୍ରତିଘାତ ଦୂର କରି ଭାରତ ଟିକା ଓ ଔଷଧପତ୍ର ପ୍ରସ୍ତୁତ କ୍ଷେତ୍ରରେ ନେତୃତ୍ୱ ନେବ ବୋଲି ସେ କହିଥିଲେ

ସିଏସଆଇଆର ମହାନିର୍ଦ୍ଦେଶକ  ଡକ୍ଟର ଏନ୍‌.କଲାଇସେଲଭୀ କର୍କଟ ଟିକା ଭାରତୀୟ ଓ ସର୍ବୋପରି ବିଶ୍ୱ ବ୍ୟାପୀ ମହିଳାଙ୍କ ନିମନ୍ତେ ଖୁବ୍ ଉପଯୋଗୀ ହେବ ଭବିଷ୍ୟତରେ ସର୍ବାଭାକ୍ର ପ୍ରଥମ ଦ୍ୱିତୀୟ ଓ ତୃତୀୟ ଟାଇପ  ମଧ୍ୟ ଆମେ ଦେଖିବା ଆତ୍ମନିର୍ଭର ଭାରତ ଏହା କରିପାରିବ ବୋଲି କହିଥିଲେ

ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁଣେର ସିଇଓ  ଶ୍ରୀ ଅଦର ସି  ପୁନେୱାଲା ତାଙ୍କର ସଂକ୍ଷିପ୍ତ ଅଭିଭାଷଣରେ କହିଥିଲେ ଯେ ମାଓ ଶିଶୁର  ନିରାପତ୍ତାକୁ  ସିରମ ଇନ୍‌ଷ୍ଟିଚ୍ୟୁଟ ସଦାସର୍ବଦା ପ୍ରାଧାନ୍ୟ ଦେଇଥାଏ ସେ ମଧ୍ୟ ଡିବିଟିର ସରକାରୀ ଓ ବେସରକାରୀ କ୍ଷେତ୍ର ମଧ୍ୟରେ ଭାରତରେ ଟିକା ଓ ଔଷଧପତ୍ର ବିକାଶ ସକାରାତ୍ମକ ମନୋଭାବର ସମର୍ଥନ କରିଥିଲେ

ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତ୍ରୀ ମନୀଷା କୈରାଲା ଯେକି ସାହସର ସହ ଗର୍ଭାଶୟ କର୍କଟର ମୁକାବିଲା କରି ଏଥିରେ ସଫଳ ହୋଇଥିଲେ ସେ ଆଭାସୀ ମାଧ୍ୟମରେ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ତଥା ବିଶେଷକରି ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିବିଟି)କୁ ଏହି ସଫଳତା ନିମନ୍ତେ ଧନ୍ୟବାଦ ଦେଇଥିଲେ ସେ କହିଥିଲେ ଯେ ଆଜି ଭାରତ ଓ ସମଗ୍ର ବିଶ୍ୱରେ ମହିଳାମାନଙ୍କ ନିମନ୍ତେ ଏକ ବିରାଟ ଦିନ ଏଇଥି ପାଇଁ ଯେ କର୍କଟ ସତ୍ତ୍ୱେ ମଧ୍ୟ ଜୀଇଁବା ସମ୍ଭବ କମ୍ ବ୍ୟୟ ସାପେକ୍ଷ ନିରାକରଣଜନିତ ଉପଚାର ଲକ୍ଷ ଲକ୍ଷ ରୋଗୀଙ୍କ ମନରେ ଆଶାର ସଂଚାର କରିବ

ଡିବିଟିର ବରିଷ୍ଠ ଉପଦେଷ୍ଟା ତଥା ବିଆଇଆରଏସିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଳକା ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ, ଅଭିଯାନ ନିର୍ଦ୍ଦେଶକ ଓ ମିଶନ କୋଭିଡ ସୁରକ୍ଷା ତତ୍ତ୍ଵାଧିକାରୀ ଡକ୍ଟର ଶୀର୍ଷେନ୍ଦୁ ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ

ଏମ୍ସ ନୂଆଦିଲ୍ଳୀର ପ୍ରସୂତି ଓ ସ୍ତ୍ରୀରୋଗ ପ୍ରଫେସର ଡକ୍ଟର ନିରଜା ଭାଲ୍ଲା, ଆଇଏନସିଏଲଇଏନ୍ ଟ୍ରଷ୍ଟ  ନୂଆଦିଲ୍ଳୀର ଡକ୍ଟର ଆର.ଏନ.କେ ଆରୋରା, ସିରମ ଇନ୍‌ଷ୍ଟିଚ୍ୟୁଟ ଇଣ୍ଡିଆ ପୁଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଉମେଶ ଶାଲୀଗ୍ରାମ, ଫରିଦାବାଦ ଟିଏଚଏସଟିଆଇର ସହକାରୀ ପ୍ରଫେସର ଡକ୍ଟର ଗୁରୁପଦ ଆର ମେଡିଗେସୀ ଓ ଆରଜିସିବି ତିରୁଅନନ୍ତପୁରମ୍‌ର ବିଜ୍ଞାନୀ ଡକ୍ଟର ଦେବସେନା ଅନନ୍ତରମଣ ଏଥିରେ ଅଂଶଗ୍ରହଣ କରିଥିଲେ

 

*****

SM/SLP



(Release ID: 1856222) Visitor Counter : 167