ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ଭାରତରେ ଡିବିଟି ଯୋଜନାର ସଫଳତା ସାରା ବିଶ୍ଵ ପାଇଁ ପ୍ରେରଣା


୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଦୈନିକ ହାରାହାରୀ ଡିବିଟି ହସ୍ତାନ୍ତର ୯୦ ଲକ୍ଷରୁ ଅଧିକ

ଗୋଟିଏ ଦିନରେ ହେଉଛି ୨୮୪ ନିୟୁତ ଡିଜିଟାଲ କାରବାର

Posted On: 01 SEP 2022 7:31PM by PIB Bhubaneshwar

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, କୌଶଳ ବିକାଶ ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଭାରତ ବର୍ତ୍ତମାନ ଡିଜିଟାଲ ଅର୍ଥପଇଠ କ୍ଷେତ୍ରରେ ସାରା ବିଶ୍ଵରେ ଅଗ୍ରଣୀ ରହିଛି ବିଶେଷ କରି ନାଗରିକମାନଙ୍କ ଜୀବନ ଏବଂ ପ୍ରଶାସନରେ ସୁଧାର ଆଣିବା ଲାଗି ପ୍ରଯୁକ୍ତିର ଉପଯୋଗ  କରିବା କ୍ଷେତ୍ରରେ ଭାରତ ସାରା ବିଶ୍ଵର ନେତୃତ୍ୱ ନେଉଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପ୍ରଶାସନିକ କ୍ଷେତ୍ରରେ ବିଭିନ୍ନ ଡିଜିଟାଲ ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ଭାରତ ସାରା ବିଶ୍ଵ ପାଇଁ ପ୍ରେରଣା ସାଜିଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ କାରଣରୁ ଭାରତ ଆଜି ଡିଜିଟାଲ ଦୁନିଆରେ ଅଗ୍ରଣୀ ହୋଇପାରିଛି ଏବଂ ଡିଜିଟାଲ ବିପ୍ଳବ ଭାରତକୁ ଅନେକ କ୍ଷେତ୍ରରେ ଆଗେଇ ନେଇଛି ବୋଲି ଶ୍ରୀ ଚନ୍ଦ୍ରଶେଖର ପ୍ରକାଶ କରିଛନ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଏବଂ ଡିଜିଟାଲ ଅର୍ଥପଇଠର ସଫଳ ମଡେଲ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଭାରତର କୋଟି କୋଟି ନାଗରିକ ଲାଭାନ୍ୱିତ ହେଉଛନ୍ତି

୨୦୧୩ ପରଠାରୁ ଡିବିଟି ଜରିଆରେ ୨୪.୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇଛି । ସେହିପରି କେବଳ ୨୦୨୧-୨୨ ଆର୍ଥିକ ବର୍ଷରେ ୬.୩ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଦୈନିକ ହାରାହାରୀ ୯୦ ଲକ୍ଷରୁ ଅଧିକ ଡିଜିଟାଲ କାରବାର (୨୦୨୧-୨୨ ଆର୍ଥିକ ବର୍ଷରେ) ହେଉଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ଆକାରରେ ଗୋଟିଏ ଦିନରେ ପ୍ରାୟ ୧୦କୋଟି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୨୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି ଦିନକରେ ମାତ୍ର ଗୋଟିଏ ବଟନ୍କ୍ଲିକ୍କରିବା ଦ୍ୱାରା ପ୍ରାୟ ୧୦ କୋଟିରୁ ଅଧିକ ଡିଜିଟାଲ କାରବାର ହୋଇପାରିଛି ।

ଅନ୍ୟପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷରେ ,୮୪୦ କୋଟି ଟଙ୍କାରୁ ଅଧିକ ସଂଖ୍ୟକ ଡିଜିଟାଲ ଅର୍ଥ କାରବାର ହୋଇଛି ସେହିପରି ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ୨୪ ଜୁଲାଇ, ୨୦୨୨ ସୁଦ୍ଧା ୩୩୦୦ କୋଟି ପାଖାପାଖି ଡିଜିଟାଲ ଅର୍ଥ କାରବାର ହୋଇଛି ଗୋଟିଏ ଦିନରେ ହାରାହାରୀ ୨୮.୪ କୋଟି ଡିଜିଟାଲ ଅର୍ଥ କାରବାର ହୋଇଛି ।

ଡିବିଟି, ଜାମ ତ୍ରୟ ଏବଂ ଏନପିସିଆଇ ଆଦି ଡିଜିଟାଲ ସମ୍ପତ୍ତି ସୃଷ୍ଟି କରାଯିବା କାରଣରୁ ଭାରତ ଏହି କ୍ଷେତ୍ରରେ ସଫଳ ହୋଇ ପାରିଛି ଭାରତର ସଫଳତା କେବଳବିକାଶଶୀଳରାଷ୍ଟ୍ର ନୁହେଁ ବରଂବିକଶିତରାଷ୍ଟ୍ରମାନଙ୍କ ପାଇଁ ଏକ ଉଦାହରଣ ସେମାନେ ଏହି ଯୋଜନାରୁ ଶିକ୍ଷା ଲାଭ କରିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି

 

********

P.S.

 



(Release ID: 1856156) Visitor Counter : 173