ଅର୍ଥ ମନ୍ତ୍ରଣାଳୟ

ଅଗଷ୍ଟ ୨୦୨୨ରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ


୨୦୨୧ ଅଗଷ୍ଟ ମାସରେ ସଂଗୃହିତ ରାଜସ୍ୱ ତୁଳନାରେ ଅଗଷ୍ଟ ୨୦୨୨ରେ ୨୮% ଜିଏସଟି ରାଜସ୍ୱ ଆଦାୟ

ଅଗଷ୍ଟ ୨୦୨୨ରେ ଓଡ଼ିଶାରେ ୩ ହଜାର ୮୮୪ କୋଟି ଟଙ୍କାର ଜିଏସଟି ସଂଗ୍ରହ; ଗତ ବର୍ଷ ତୁଳନାରେ ୧୭% ଅଧିକ

ଲଗାତାର ୬ ମାସ ପର୍ଯ୍ୟନ୍ତ ମାସିକ ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଟପିଲା

Posted On: 01 SEP 2022 11:46AM by PIB Bhubaneshwar

୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ଏସଜିଏସଟି ପରିମାଣ ୩୦ ହଜାର ୯୫୧ କୋଟି ଟଙ୍କା ରହିଛି । ସେହିପରି ଚଳିତ ବର୍ଷ ଅଗଷ୍ଟ ମାସରେ ୭୭ ହଜାର ୭୮୨ କୋଟି ଟଙ୍କାର ଆଇଜିଏସଟି (ବସ୍ତୁ ଆମଦାନୀ ଉପରେ ୪୨ ହଜାର ୬୭ କୋଟି ଟଙ୍କାର ରାଜସ୍ୱ ସମେତ) ଏବଂ ୧୦ ହଜାର ୧୬୮ କୋଟି ଟଙ୍କାର ସେସ୍‌ (ବସ୍ତୁ ଆମଦାନୀ ଉପରେ ୧,୦୧୮ କୋଟି ଟଙ୍କାର ରାଜସ୍ୱ ସମେତ) ଆଦାୟ ହୋଇଛି ।

ଓଡ଼ିଶାରେ ଅଗଷ୍ଟ ୨୦୨୧ ତୁଳନାରେ ଅଗଷ୍ଟ ୨୦୨୨ରେ ୧୭% ଅଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଗତ ବର୍ଷ ଅଗଷ୍ଟ ମାସରେ ୩ହଜାର ୩୧୭ କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଥିବା ବେଳେ ଅଗଷ୍ଟ ୨୦୨୨ରେ ୩ ହଜାର ୮୮୪ କୋଟି ଟଙ୍କାର ଜିଏସଟି ରାଜସ୍ୱ  ସଂଗ୍ରହ କରାଯାଇଛି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଇଜିଏସଟିରୁ ସିଜିଏସଟି ବାବଦରେ ୨୯ ହଜାର ୫୨୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୨୫ ହଜାର ୧୧୯ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ ଅଗଷ୍ଟ ୨୦୨୨ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ ରାଜସ୍ୱ ସିଜିଏସଟି ବାବଦକୁ ୫୩ ହଜାର ୨୩୪ କୋଟି ଟଙ୍କା ଏବଂ ଏସଜିଏସଟି ବାବଦକୁ ୫୬ ହଜାର ୭୦ କୋଟି ଟଙ୍କା ରହିଥିବା ଜଣାଯାଇଛି ।

ସେହିପରି ଦେଶରେ ଗତ ବର୍ଷ ଅର୍ଥାତ୍‌ ୨୦୨୧ ଅଗଷ୍ଟ ମାସରେ ମୋଟ୍‌ ୧ ଲକ୍ଷ ୧୨ ହଜାର ୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା । ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ମାସରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି । ସେହିପରି ଗତ ବର୍ଷ ତୁଳନାରେ ୨୦୨୨ ଅଗଷ୍ଟ ମାସରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ୱ ୫୭% ଅଧିକ ଥିବା ବେଳେ ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ସଂଗୃହିତ ରାଜସ୍ୱ ୧୯% ଅଧିକ ରହିଛି ।

ଅଗଷ୍ଟ ମାସକୁ ମିଶାଇ ଗତ ୬ ମାସ ଧରି ଲଗାତାର ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ, ଗତବର୍ଷର ସମାନ ଅବଧି ତୁଳନାରେ, ଜିଏସଟି ରାଜସ୍ୱ ସଂଗ୍ରହ ୩୩% ଅଭିବୃଦ୍ଧି ଦେଖାଦେଇଛି, ଯାହାକି କ୍ରମାଗତ ଭାବେ ରାଜସ୍ୱ ସଂଗ୍ରହରେ ଦେଖାଦେଇଥିବା ବୃଦ୍ଧିକୁ ପ୍ରଦର୍ଶିତ କରୁଛି । ଉତ୍ତମ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଜିଏସଟି ପରିଷଦ ବିଗତ ଦିନଗୁଡ଼ିକରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାର ସ୍ପଷ୍ଟ ପ୍ରଭାବ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଦେଖିବାକୁ ମିମଳିଛି । ଉନ୍ନତ ରିପୋର୍ଟିଂ ସହିତ ଆର୍ଥିକ ସୁଧାରର ସକାରାତ୍ମକ ପ୍ରଭାବ ଲଗାତାର ଭାବେ ଜିଏସଟି ରାଜସ୍ୱ ସଂଗ୍ରହ ଉପରେ ପଡ଼ୁଛି । ଜୁଲାଇ ୨୦୨୨ ମାସରେ, ୭.୬ କୋଟି ଇ-ୱେ ବିଲ୍‌ ପ୍ରସ୍ତୁତ କରାଯାଇଥିଲା, ଯାହାକି ଜୁନ ୨୦୨୨ରେ ପ୍ରସ୍ତୁତ ଇ-ୱେ ବିଲ ସଂଖ୍ୟା ୭.୪ କୋଟିରୁ ଅଧିକ । ସେହିପରି ଜୁଲାଇ ୨୦୨୧ରେ ପ୍ରସ୍ତୁତ ୬.୪ କୋଟି ଇ-ୱେ ବିଲ ଠାରୁ ୧୯% ଅଧିକ ।

ନିମ୍ନରେ ଦିଆଯାଇଥିବା ସାରଣୀରେ ଚଳିତ ବର୍ଷର ସକଳ ମାସିକ ଜିଏସଟି ରାଜସ୍ୱ ସଂଗ୍ରହର ଧାରା ସୂଚୀତ କରାଯାଇଛି ।

https://static.pib.gov.in/WriteReadData/userfiles/image/image001I65M.png

 

ତଳେ ଦିଆଯାଇଥିବା ସାରଣୀରେ ଅଗଷ୍ଟ ୨୦୨୧ ତୁଳନାରେ ଅଗଷ୍ଟ ୨୦୨୨ରେ ସଂଗୃହିତ ସକଳ ଜିଏସଟି ରାଜସ୍ୱର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଯାଇଛି।

 

ରାଜ୍ୟ

ଅଗଷ୍ଟ-21

ଅଗଷ୍ଟ-22

ଅଭିବୃଦ୍ଧି

ଜମ୍ମୁ ଓ କଶ୍ମୀର

392

434

11%

ହିମାଚଳ ପ୍ରଦେଶ

704

709

1%

ପଞ୍ଜାବ

1,414

1,651

17%

ଚଣ୍ଡିଗଡ଼

144

179

24%

ଉତ୍ତରାଖଣ୍ଡ

1,089

1,094

0%

ହରିୟାଣା

5,618

6,772

21%

ଦିଲ୍ଲୀ

3,605

4,349

21%

ରାଜସ୍ଥାନ

3,049

3,341

10%

ଉତ୍ତର ପ୍ରଦେଶ

5,946

6,781

14%

ବିହାର

1,037

1,271

23%

ସିକ୍କିମ

219

247

13%

ଅରୁଣାଚଳ ପ୍ରଦେଶ

53

59

11%

ନାଗାଲାଣ୍ଡ

32

38

18%

ମଣିପୁର

45

35

-22%

ମିଜୋରାମ

16

28

78%

ତ୍ରିପୁରା

56

56

0%

ମେଘାଳୟ

119

147

23%

ଆସାମ

959

1,055

10%

ପଶ୍ଚିମବଙ୍ଗ

3,678

4,600

25%

ଝାଡ଼ଖଣ୍ଡ

2,166

2,595

20%

ଓଡ଼ିଶା

3,317

3,884

17%

ଛତିଶଗଡ଼

2,391

2,442

2%

ମଧ୍ୟପ୍ରଦେଶ

2,438

2,814

15%

ଗୁଜରାଟ

7,556

8,684

15%

ଡାମନ ଓ ଡିଉ

1

1

4%

ଦାଦ୍ରା ଓ ନଗର ହାଭେଳୀ

254

310

22%

ମହାରାଷ୍ଟ୍ର

15,175

18,863

24%

କର୍ଣ୍ଣାଟକ

7,429

9,583

29%

ଗୋଆ

285

376

32%

ଲାକ୍ଷାଦ୍ବୀପ

1

0

-73%

କେରଳ

1,612

2,036

26%

ତାମିଲନାଡ଼ୁ

7,060

8,386

19%

ପୁଡୁଚେରୀ

156

200

28%

ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ

20

16

-21%

ତେଲଙ୍ଗାନା

3,526

3,871

10%

ଆନ୍ଧ୍ରପ୍ରଦେଶ

2,591

3,173

22%

ଲଦାଖ

14

19

34%

ଅନ୍ୟାନ୍ୟ କ୍ଷେତ୍ର

109

224

106%

କେନ୍ଦ୍ର ସରକାରଙ୍କ ଅଧୀନ କ୍ଷେତ୍ର

214

205

-4%

ସର୍ବମୋଟ

84,490

1,00,526

19%

 

1] ଏଥିରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ୱ ସାମିଲ ନାହିଁ । 

 

********

P.S.



(Release ID: 1856044) Visitor Counter : 160