ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

କ୍ୟାବିନେଟ୍ ମଞ୍ଜୁରି : ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର



ମୂଲ୍ୟ ସମର୍ଥନ ଯୋଜନା ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ କିଣା ଯାଇଥିବା ଚଣା ଯୋଗାଣ ପ୍ରସ୍ତାବକୁ ଅନୁମୋଦନ

ବିରି, ହରଡ଼ ଏବଂ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମା ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ିଲା

ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଖର୍ଚ୍ଚ ହେବ ୧୨ଶହ କୋଟି ଟଙ୍କା

ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚଣା ଯୋଗାଣ ପାଇଁ ଦିଆଗଲା ପ୍ରସ୍ତାବ

କଲ୍ୟାଣମୂଳକ ଯୋଜନା/କାର୍ଯ୍ୟକ୍ରମରେ ଏହି ଡାଲିକୁ ଉପଯୋଗ କରିବେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର

Posted On: 31 AUG 2022 12:18PM by PIB Bhubaneshwar

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣା ରାଜ୍ୟମାନଙ୍କୁ ଯୋଗାଇ ଦେବେ । ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ । ଅନ୍ୟପଟେ ବିରି, ହରଡ଼ ଓ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଅନୁମୋଦିତ ଯୋଜନାରେ, ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଚଣା ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପ୍ରସ୍ତାବ ଦିଆଯାଇଛି ପ୍ରଥମେ ଅନୁରୋଧ ଆସିଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ପ୍ରଥମେ ଏହି ଯୋଜନାର ସୁବିଧା ମିଳିପାରିବ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ସେମାନଙ୍କର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ/ଯୋଜନା ଯଥା ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ (ଆଇସିଡିପି) ଆଦିରେ ଏହିସବୁ ଡାଲିକୁ ନିଜ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଉପଯୋଗ କରିବେ ୧୨ ମାସର ଏକକାଳୀନ ବିତରଣ ଅବଧି କିମ୍ବା ୧୫ ଲକ୍ଷ ମେଟ୍ରିକ ଟନ୍‌ ଚଣା ଷ୍ଟକ୍‌ ସରିବା ପର୍ଯ୍ୟନ୍ତ, ଯାହା ପ୍ରଥମେ ହେବ ସେହି ସୀମା ଅନୁଯାୟୀ ଏହି ସୁବିଧା ଉପଲବ୍ଧ ରହିବ ଭାରତ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ

କ୍ୟାବିନେଟଙ୍କ ନିଷ୍ପତ୍ତି ଫଳରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ପିଡିଏସ, ମଧ୍ୟାହ୍ନ ଭୋଜନ ଯୋଜନା ଆଦି ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଏହି ଚଣାକୁ ଉପଯୋଗ କରିବା ଲାଗି ସକ୍ଷମ ହେବେ ମହଜୁଦ ଡାଲି ଉପଯୋଗ ହେବା ପରେ ପଣ୍ୟାଗାରଗୁଡ଼ିକରେ ସ୍ଥାନ ଖାଲି ହୋଇପାରିବ ଯାହାକି ଆସନ୍ତା ରବି ଋତୁ ସମୟରେ ମୂଲ୍ୟ ସମର୍ଥନ ଯୋଜନାରେ କିଣାଯାଇଥିବା ଡାଲି ଜାତୀୟ ଫସଲ ମହଜୁଦ କରି ରଖିବାରେ ସହାୟକ ହେବ ଏହାଦ୍ବାରା ଚାଷୀମାନେ ସେମାନଙ୍କ ଡାଲିର ଉଚିତ୍‌ ମୂଲ୍ୟ ପାଇପାରିବେ ଏବଂ ଅଧିକ ଡାଲିଜାତୀୟ ଫସଲ ଚାଷରେ ନିବେଶ କରିବା ପାଇଁ ସେମାନେ ଅନୁପ୍ରାଣିତ ହେବେ ଭବିଷ୍ୟତରେ ମଧ୍ୟ ସେମାନେ ନିଜ ଉତ୍ପାଦର ଉଚିତ୍‌ ମୂଲ୍ୟ ପାଇପାରିବେ ଅଧିକନ୍ତୁ, ଏହା ଆମ ଦେଶକୁ ଏପରି ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ସହାୟକ ହେବ

ନିକଟ ଅତୀତରେ, ବିଶେଷ କରି ଗତ ତିନି ବର୍ଷ ମଧ୍ୟରେ ଚଣା (ଡାଲି) ଉତ୍ପାଦନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ରବି ଋତୁରେ ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ ଭାରତ ସରକାର ରେକର୍ଡ ପରିମାଣର ଚଣା କିଣିଛନ୍ତି ଏହି କାରଣରୁ  ପିଏସଏସ ଏବଂ ପିଏସଏଫ ଅଧୀନରେ ସରକାରଙ୍କ ପାଖରେ ୩୦.୫୫ ଲକ୍ଷ ମେଟ୍ରିକ ଟନ୍‌ ଚଣା ମହଜୁଦ ଅଛି ପରବର୍ତ୍ତୀ ରବି ଋତୁରେ ଚଣା ଉତ୍ପାଦନ ମଧ୍ୟ ଭଲ ରହିବ ବୋଲି ଆଶା କରାଯାଉଛି ଏହାଛଡ଼ା ୨୦୨୨-୨୩ ଋତୁ ପାଇଁ ଚଣାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା କାରଣରୁ ମୂଲ୍ୟ ସମର୍ଥନ ଯୋଜନାରେ ଅଧିକ ଡାଲି କିଣାଯିବ

 

*******

P.S.

 



(Release ID: 1855738) Visitor Counter : 124