ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଏମଓୟୁ ସ୍ବାକ୍ଷର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

Posted On: 31 AUG 2022 12:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏହା ଜଙ୍ଗଲ, ବନ୍ୟ ପ୍ରାଣୀ, ପରିବେଶ, ଜୈବ ବିବିଧତା ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମେତ କରିଡର ପୁନରୁଦ୍ଧାର ଓ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମନ୍ବୟ ତଥା ସହଯୋଗକୁ ସୁଦୃଢ଼ କରିବ । ଦୁଇ ଦେଶ ଏହି କ୍ଷେତ୍ରରେ ପରସ୍ପର ସହ ଜ୍ଞାନ ଓ ଶ୍ରେଷ୍ଠ ପଦ୍ଧତିର ବିନିମୟ କରିବା ଲାଗି ସକ୍ଷମ ହୋଇପାରିବେ ।

ଏହି ଏମଓୟୁ ସ୍ବାକ୍ଷରିତ ହେବା ଦ୍ବାରା ଜଙ୍ଗଲ, ବନ୍ୟପ୍ରାଣୀ, ଜୈବ ବିବିଧତା ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ସମେତ କରିଡର ସଂରକ୍ଷଣ ଏବଂ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଆପୋସ ସହଯୋଗକୁ ପ୍ରୋତ୍ସାହନ ମିଳିବ । ଉଭୟ ପକ୍ଷ ପରସ୍ପର ମଧ୍ୟରେ ଶ୍ରେଷ୍ଠ ପଦ୍ଧତି ଏବଂ ଜ୍ଞାନର ଆଦାନପ୍ରଦାନ କରିପାରିବେ ।

 

*******

P.S.

 



(Release ID: 1855737) Visitor Counter : 105