ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ କ୍ରୀଡା ପୁରସ୍କାର ୨୦୨୨ ପାଇଁ ଆବେଦନ ଆମନ୍ତ୍ରିତ କରିଛି


ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ dbtyas-sports.gov.in ମାଧ୍ୟମରେ ଆବେଦନ ଗୁଡିକ କେବଳ ଅନ୍ ଲାଇନ୍ ମୋଡ୍‌ରେ ଆମନ୍ତ୍ରିତ କରା ଯାଇଛି: ଆବେଦନ ଗୁଡିକ ୨୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ରାତି ୧୧.୫୯ ସୁଦ୍ଧା ଗ୍ରହଣ କରା ଯିବ

Posted On: 27 AUG 2022 6:20PM by PIB Bhubaneshwar

ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ପ୍ରତି ବର୍ଷ କ୍ରୀଡା ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରିଥାଏ । ୨୦୨୨ ବର୍ଷ ପାଇଁ କ୍ରୀଡା ପୁରସ୍କାର ନିମନ୍ତେ ଆବେଦନକାରୀ ଆମନ୍ତ୍ରଣ ପତ୍ର ସମ୍ପର୍କିତ ବିଜ୍ଞପ୍ତି ୱେବ୍ ସାଇଟ୍ www.yas.nic.in ରେ ଅପ୍‌ଲୋଡ୍ କରା ଯାଇଛି । ଭାରତୀୟ ଅଲିମ୍ପିକ୍ ସଂଘ / ଭାରତୀୟ କ୍ରୀଡା ପ୍ରାଧିକରଣ (ସ୍ୱୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ) / ସ୍ୱୀକୃତି ପ୍ରାପ୍ତ ଜାତୀୟ କ୍ରୀଡା ସଂଘ / କ୍ରୀଡା ପ୍ରୋତ୍ସାହନ ବୋର୍ଡ / ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଇତ୍ୟାଦିଙ୍କୁ ମଧ୍ୟ ସେହି ଅନୁଯାୟୀ ସୂଚିତ କରା ଯାଇଛି । 

ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ୍ ମାନଙ୍କ ଠାରୁ / ପ୍ରଶିକ୍ଷକ ମାନଙ୍କ ଠାରୁ / ସଂସ୍ଥା ଗୁଡିକ ଠାରୁ / ବିଶ୍ୱ ବିଦ୍ୟାଳୟ ଗୁଡିକ ଠାରୁ ଆବେଦନ ଆମନ୍ତ୍ରିତ କରା ଯାଇଛି । ଏହି ବର୍ଷ ଠାରୁ ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ ମାଧ୍ୟମରେ କେବଳ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ ଗୁଡିକ ଆମନ୍ତ୍ରିତ କରା ଯାଉଛି । ପୁରସ୍କାର ନିର୍ଦ୍ଦେଶାବଳୀ ଅନୁଯାୟୀ ଆବେଦନକାରୀ କେବଳ ପୋର୍ଟାଲ୍ dbtyas-sports.gov.in  ରେ ଅନ୍‌ଲାଇନ୍ ମାଧ୍ୟମରେ କୌଣସି କର୍ତୃପକ୍ଷ / ବ୍ୟକ୍ତିଙ୍କ ବିନା ସୁପାରିଶରେ ଆତ୍ମ - ନିବେଦନ କରିବାକୁ ଅନୁମତି ପ୍ରଦାନ କରା ଯାଇଛି । ଅନ୍ ଲାଇନ୍ ଆବେଦନ କରିବା ସମୟରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ, ଆବେଦନକାରୀ କ୍ରୀଡା ବିଭାଗ ସହିତ ଇ – ମେଲ୍ ଆଇଡି section.sp4-moyas[at]gov[dot]in ମାଧ୍ୟମରେ ଯୋଗାଯୋଗ କରି ପାରିବେ କିମ୍ବା ୦୧୧ – ୨୩୩୮୭୪୩୨ ଟେଲିଫୋନ୍ ନମ୍ବରରେ ଯେ କୌଣସି କାର୍ଯ୍ୟ ଦିବସରେ ସକାଳ ୯ଟା ରୁ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ସମୟ ଭିତରେ ଯୋଗାଯୋଗ କରି ପାରିବେ । ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ୍‌ଙ୍କର ଆବେଦନ ପୋର୍ଟାଲ୍ dbtyas-sports.gov.in ରେ ୨୦ ସେପ୍ଟେମ୍ବର ୨୦୨୨ ତାରିଖ ରାତି ୧୧. ୫୯ ସୁଦ୍ଧା ଦାଖଲ ହେବା ଜରୁରୀ ଅଟେ । ଶେଷ ତାରିଖ ପରେ ଗ୍ରହଣ କରା ଯାଇଥିବା ଆବେଦନକୁ ବିଚାରକୁ ନିଆ ଯିବ ନାହିଁ । 

କ୍ରୀଡା କ୍ଷେତ୍ରରେ ଉତ୍କର୍ଷତାକୁ ଚିହ୍ନଟ କରିବା ଏବଂ ପୁରସ୍କୃତ କରିବା ପାଇଁ ପ୍ରତି ବର୍ଷ କ୍ରୀଡା ପୁରସ୍କାର ଦିଆଯାଏ । ଚାରି ବର୍ଷ ମଧ୍ୟରେ ଜଣେ କ୍ରୀଡାବିତ୍‌ଙ୍କ ଦ୍ୱାରା କ୍ରୀଡା କ୍ଷେତ୍ରରେ ଚମତ୍କାର ତଥା ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମେଜର୍ ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରା ଯାଇଥାଏ । ଚାରି ବର୍ଷ ପାଇଁ କ୍ରମାଗତ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଅର୍ଜୁନ ପୁରସ୍କାର ଦିଆଯାଏ । ଆନ୍ତର୍ଜାତୀୟ ସମ୍ମାନଜନକ କ୍ରୀଡା ଇଭେଂଟରେ ପଦକ ବିଜେତା ସୃଷ୍ଟି କରିବା ନିମନ୍ତେ ପ୍ରଶିକ୍ଷକ ମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରା ଯାଇଥାଏ, ଯେତେବେଳେ କି ଧ୍ୟାନଚାନ୍ଦ ପୁରସ୍କାର କ୍ରୀଡା ବିକାଶରେ ଜୀବନ ବ୍ୟାପି ଅବଦାନ ପାଇଁ ଦିଆ ଯାଇଥାଏ । କର୍ପୋରେଟ୍ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରା ଯାଇଥାଏ, ଯେଉଁମାନେ କ୍ରୀଡା ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ଆଖି ଦୃଶିଆ ଭୂମିକା ଗ୍ରହଣ କରିଥାନ୍ତି । ଆନ୍ତଃ ବିଶ୍ୱ ବିଦ୍ୟାଳୟ ଟୁର୍ଣ୍ଣାମେଂଟରେ ସାମଗ୍ରିକ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ବିଶ୍ୱ ବିଦ୍ୟାଳୟକୁ ମୌଲାନା ଆବଦୁଲ୍ କଲାମ୍ ଆଜାଦ୍ (ଏମ୍‌ଏକେଏ) ଟ୍ରଫି ପ୍ରଦାନ କରା ଯାଇଥାଏ ।

 *******

SSP

 

 



(Release ID: 1854901) Visitor Counter : 175