ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଭାରତ-ଅଷ୍ଟ୍ରେଲିୟା ଶିକ୍ଷା ପରିଷଦର ଷଷ୍ଠ ବୈଠକରେ ମିଳିତଭାବେ ଅଷ୍ଟ୍ରେଲିୟ ପ୍ରତିପକ୍ଷ ମହାମହିମ ଜାସନ କ୍ଲେଆରଙ୍କ ସହ ଅଧ୍ୟକ୍ଷତା କଲେ ଧର୍ମେନ୍ଦ୍ର ପ୍ରଧାନ


ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ଦୁଇପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ହେଲେ ସହମତ

ଭାରତରେ କ୍ୟାମ୍ପସ ସ୍ଥାପନ କରିବାକୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିୟ ଶିକ୍ଷାନୁଷ୍ଠାନଗୁଡିକୁ କଲେ ଆମନ୍ତ୍ରଣ

ଭାରତୀୟ ଛାତ୍ରଛାତ୍ରୀଙ୍କ ଅଟକିଥିବା ଭିସା ସମସ୍ୟା ପ୍ରସଙ୍ଗ ଉତ୍‌ଥାପନ କଲେ କେନ୍ଦ୍ରମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 AUG 2022 1:01PM by PIB Bhubaneshwar

 କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି (୨୨-୦୮-୨୦୨୨) ତାଙ୍କ ଅଷ୍ଟ୍ରେଲିୟ ପ୍ରତିପକ୍ଷ ମହାମହିମ ଜାସନ କ୍ଲେଆରଙ୍କ ସହ ପଶ୍ଚିମ ସିଡ୍‌ନୀ ବିଶ୍ୱ ବିଦ୍ୟାଳୟଠାରେ ଭାରତ ଅଷ୍ଟ୍ରେଲିୟା ଶିକ୍ଷା ପରିଷଦ(ଏଆଇଇସି) ଷଷ୍ଠ ବୈଠକରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।

https://static.pib.gov.in/WriteReadData/userfiles/image/image001JSRI.jpg

https://static.pib.gov.in/WriteReadData/userfiles/image/image002N6Y9.jpg

ଦ୍ୱିପାକ୍ଷିକ ବୈଠକରେ ମନ୍ତ୍ରୀଦ୍ୱୟ ଶିକ୍ଷା କୌଶଳ ବିକାଶ, ଗବେଣୋ, ନବୋନ୍ମେଷ ଓ ଔଦ୍ୟୋଗିକତା କ୍ଷେତ୍ରରେ ସହଯୋଗ ନେଇ ଫଳପ୍ରଦ ଆଲୋଚନା କରିଥିଲେ । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିୟ ବିଶ୍ୱବିଦ୍ୟାଳୟ ଓ କୌଶଳ ବିକାଶ ପ୍ରତିଷ୍ଠାନଗୁଡିଙ୍କୁ ଭାରତରେ ସେମାନଙ୍କ କ୍ୟାମ୍ପସ ସ୍ଥାପନ କରିବା ସହ ଭାରତୀୟ ଶିକ୍ଷାନୁଷ୍ଠାନଗୁଡିକ  ସହ ସହଯାଗ ପାଇଁ ସ୍ୱାଗତ କରିଥିଲେ । ସେ ମଧ୍ୟ ଚଳିତବର୍ଷ ଶେଷ ସୁଦ୍ଧା ଭାରତ ପରିଦର୍ଶନରେ ଆସିବାକୁ ମହାମହିମ ଜାସନ କ୍ଲେଆରଙ୍କୁ ଆମନ୍ତ୍ରଣ ଜଣାଇଥିଲେ ।

ଭାରତ-ଅଷ୍ଟ୍ରେଲିୟା ବ୍ୟାପକ ରଣନୀତିକ ଅଂଶଦାରିତାରେ ଶିକ୍ଷା କ୍ଷେତ୍ରରେ ସହଯୋଗ, କୌଶଳ ବିକାଶ ଓ ଗବେଷଣା ଦୃଷ୍ଟିରୁ ଶିକ୍ଷାକୁ ଏକ ମୁଖ୍ୟ ସହଯୋଗର ସ୍ତମ୍ଭ ବିବେଚନା କରିବାକୁ ଉଭୟ ମନ୍ତ୍ରୀ ସହମତ ହୋଇଥିଲେ ।

https://static.pib.gov.in/WriteReadData/userfiles/image/image003M6LU.jpg

ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ ଶ୍ରୀ ପ୍ରଧାନ କହିଥିଲେ ଯେ ଶିକ୍ଷା, କୌଶଳ ବିକାଶ ଓ ଆଗୁଆ ଗବେଷଣା କ୍ଷେତ୍ରରେ ଏଆଇଇସି ହେଉଛି ଉନ୍ନତ ମଞ୍ଚଆସନ୍ତା ବର୍ଷ ଏଆଇଇସିର ସପ୍ତମ ବୈଠକ ଭାରତରେ କରିବାକୁ ସେ ଅଷ୍ଟ୍ରେଲିଆ ପକ୍ଷଙ୍କୁ ନିମନ୍ତ୍ରଣ ଜଣାଇଥିଲେ ।

ଦୁଇ ପକ୍ଷ ମଧ୍ୟରେ ଆୟୁର୍ବେଦ, ଯୋଗ ଓ କୃଷି ଉତ୍ୟାଦି କ୍ଷେତ୍ରରେ ଗବେଷଣା  ସହଯୋଗ ଦୁଇଦେଶ ମଧ୍ୟରେ ବୃଦ୍ଧି କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱଆରୋପ କରିଥିଲେ । ସେ ମଧ୍ୟ କୌଶଳ ବିକାଶ ଏବଂ ଖଣି, ଲଜିଷ୍ଟିକ ପରିଚାଳନା ଇତ୍ୟାଦି ଉପରେ ସହଯୋଗ ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଭାରତ ଡିଜିଟାଲ  ଓ ଗତି ଶକ୍ତି ବିଶ୍ୱବିଦ୍ୟାଳୟ ସ୍ଥାପନ କରିସାରିଥିବାରୁ ଉଭୟ ଦେଶ ମିଶି ପାଠ୍ୟ ସୂଚୀ ଓ ଅନ୍ୟାନ୍ୟ ବିଷୟରେ କାର୍ଯ୍ୟ କରିପାରିବେ ।

https://static.pib.gov.in/WriteReadData/userfiles/image/image004CEAT.jpg

https://static.pib.gov.in/WriteReadData/userfiles/image/image005G1Z8.jpg

ଅଷ୍ଟ୍ରେଲିୟା ଯିବା ପାଇଁ ଯେଉଁ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଭିସା ପ୍ରଦାନ ବିଚାରଧୀନ ଅଛି ଶ୍ରୀ ପ୍ରଧାନ ସେ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ବିଚାରଧୀନ ଭିସାଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ସମସ୍ତ ସହଯୋଗ ପାଇଁ ଅଷ୍ଟ୍ରେଲିଆ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପରେ ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ଉଭୟେ ଦୁଇଦେଶ ମଧ୍ୟରେ ବିନିମୟ  ତଥା  ଶିକ୍ଷା ପ୍ରତିଷ୍ଠାନରେ ଉଭୟ ପକ୍ଷର  ସ୍ଥାନାନ୍ତର ସମ୍ପର୍କରେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନିମନ୍ତେ ଘୋଷଣା କରିଥିଲେ । ଦୁଇ ଦେଶ ମଧ୍ୟରେ ଶିକ୍ଷା,କୌଶଳ ବିକାଶ ଓ ଗବେଷଣା କ୍ଷେତ୍ରରେ ଅଭିବୃଦ୍ଧି ଓ ସମୃଦ୍ଧି ନେଇ ଭାରତ ଜ୍ଞାନର ସେତୁ ନିର୍ମାଣ ପାଇଁ ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ ।

ମହାମହିମ ସାରା ମିଶେଲ ଏମଏଲସି, ଏନ୍‌ଏସ୍‌ଡବ୍ଲୁ ଶିକ୍ଷାମନ୍ତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଏକ ବିଦ୍ୟାଳୟ ପରିଦର୍ଶନ କରିବେ । ସେ ମଧ୍ୟ ଟିଏଏଫ୍‌ଇ ଏବଂ ସିଡିନୀ ସ୍ଥିତ ନ୍ୟୁସାଉଥେଓଲ୍ସ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସେଠାରେ ସେ କୁଳପତି ଓ ଅଷ୍ଟ୍ରେଲିଆ ସରକାରଙ୍କ ଶିକ୍ଷା ବିଭାଗର ବରିଷ୍ଠ ପ୍ରତିନିଧିମାନଙ୍କର ସହ ମତ ବିନିମୟ କରିବେ

 

*****

SM/SLP


(ରିଲିଜ ଆଡି: 1853619) ପରିଦର୍ଶକ କାଉଣ୍ଟର : 198