ଖଣି ମନ୍ତ୍ରଣାଳୟ
azadi ka amrit mahotsav

ଜୁନ୍‌, ୨୦୨୨ରେ ଖଣିଜ ଉତ୍ପାଦନ କ୍ଷେତ୍ରରେ ୭.୫ ପ୍ରତିଶତ ଅଭିବୃଦ୍ଧି


୨୦୨୨ - ୨୩ ଆର୍ଥିକ ବର୍ଷର ଏପ୍ରିଲ୍ - ଜୁନ୍ ମଧ୍ୟରେ ସାମଗ୍ରିକ ଅଭିବୃଦ୍ଧି ୯ ପ୍ରତିଶତ ଛୁଇଁଛି

ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗୁଡିକର ଉତ୍ପାଦନରେ ରେକର୍ଡ ପରିମାଣର ଅଭିବୃଦ୍ଧି

ପୋଷ୍ଟ କରାଯିବା ଦିନାଙ୍କ: 20 AUG 2022 3:27PM by PIB Bhubaneswar

ଜୁନ୍ ୨୦୨୨ ନିମନ୍ତେ ଖନନ ଏବଂ ଉତ୍ତୋଳନ କ୍ଷେତ୍ରର ଖଣିଜ ଉତ୍ପାଦନ ସୂଚକାଙ୍କ ୧୧୩.୪ (ଆଧାର: ୨୦୧୧ - ୧୨ = ୧୦୦) ରେ ରହିଛି, ଯାହା ୨୦୨୧ ବର୍ଷରେ ଜୁନ୍ ମାସର ସ୍ତର ତୁଳନାରେ ୭.୫ ପ୍ରତିଶତ ଅଧିକ ରହିଛି । ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌)ର ଅସ୍ଥାୟୀ ସଂଖ୍ୟା ଅନୁସାରେ ୨୦୨୨ - ୨୩ ଆର୍ଥିକ ବର୍ଷର ଏପ୍ରିଲ୍ - ଜୁନ୍ ମାସ ମଧ୍ୟରେ ସାମଗ୍ରିକ ଉତ୍ପାଦନରେ ଗତ ବର୍ଷର ଏହି ସମୟ ତୁଳନାରେ ୯.୦ ପ୍ରତିଶତର ଅଭିବୃଦ୍ଧି ଦେଖା ଦେଇଛି । 

ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌)ର ଅସ୍ଥାୟୀ ସଂଖ୍ୟା ଅନୁସାରେ ଜୁନ୍‌, ୨୦୨୨ରେ ମହତ୍ୱପୂର୍ଣ୍ଣ ଖଣିଜର ଉତ୍ପାଦନ ସ୍ତର ଏହି ପ୍ରକାରର ଥିଲା : କୋଇଲା ୬୬୯ ଲକ୍ଷ ଟନ୍‌, ଲିଗ୍‌ନାଇଟ୍ ୪୬ ଲକ୍ଷ ଟନ୍‌, ପ୍ରାକୃତିକ ଗ୍ୟାସ୍ (ବ୍ୟବହାର କରା ଯାଇଥିବା) ୨୭୪୭ ମିଲିୟନ୍ ଘନ ମିଟର, ପେଟ୍ରୋଲିୟମ୍ (ଅଶୋଧିତ) ୨୪ ଲକ୍ଷ ଟନ୍‌, ବକ୍ସାଇଟ୍ ୧୯୫୦ ହଜାର ଟନ୍‌, କ୍ରୋମାଇଟ୍ ୩୪୩ ହଜାର ଟନ୍‌, ଘନୀଭୂତ ତମ୍ବା ୧୦ ହଜାର ଟନ୍‌, ସୁନା ୮୫ କିଲୋଗ୍ରାମ୍‌, ଲୁହା ପଥର ୨୦୧ ଲକ୍ଷ ଟନ୍‌, ଘନୀଭୂତ ସୀସା ୩୦ ହଜାର ଟନ୍‌, ମାଙ୍ଗାନିଜ୍ ପଥର ୨୩୮ ହଜାର ଟନ୍‌, ଘନୀଭୂତ ଦସ୍ତା ୧୪୨ ହଜାର ଟନ୍‌, ଚୂନ ପଥର ୩୩୫ ଲକ୍ଷ ଟନ୍‌, ଫସ୍ଫୋରାଇଟ୍ ୧୮୯ ହଜାର ଟନ୍‌, ମ୍ୟାଗ୍ନେସାଇଟ୍ ୮ ହଜାର ଟନ୍ ଏବଂ ୪୪ କ୍ୟାରେଟ୍‌ର ହୀରା । 

ଜୁନ୍ ୨୦୨୧ ତୁଳନାରେ ଚଳିତ ବର୍ଷ ଜୁନ୍‌, ୨୦୨୨ରେ ସକାରାତ୍ମକ ବୃଦ୍ଧି ଦେଖାଇଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ଗୁଡିକର ଉତ୍ପାଦନରେ ହୀରା (୩୪୦%), ସୁନା (୧୦୭.୩%), ଫସ୍ଫୋରାଇଟ୍ (୪୧.୦%), କୋଇଲା (୩୧.୧%), ଲିଗ୍‌ନାଇଟ୍ (୨୮.୮%), ଘନୀଭୂତ ଦସ୍ତା (୨୦.୦%), ମାଙ୍ଗାନିଜ୍ ପଥର (୧୯.୩%), ମାଗ୍ନେସାଇଟ୍ (୧୬.୬%) ବକ୍ସାଇଟ୍ (୮.୯%), କ୍ରୋମାଇଟ୍ (୬.୫%), ଘନୀଭୂତ ସୀସା (୪.୨%), ଚୂନ ପଥର (୧.୬%), ଏବଂ ପ୍ରାକୃତିକ ଗ୍ୟାସ୍ (ବ୍ୟବହୃତ) ୧.୩% ଇତ୍ୟାଦି ସାମିଲ୍ ଅଟେ । ନକାରାତ୍ମକ ଅଭିବୃଦ୍ଧି ଦେଖାଇ ଥିବା ଅନ୍ୟ ମହତ୍ୱପୂର୍ଣ୍ଣ ଖଣିଜ ଗୁଡିକର ଉତ୍ପାଦନରେ ପେଟ୍ରୋଲିୟମ୍ (ଅଶୋଧିତ) (-୧.୭%), ଘନୀଭୂତ ତମ୍ବା (-୭.୨%) ଏବଂ ଲୁହା ପଥର (- ୯.୭%) ଅନ୍ତର୍ଭୁକ୍ତ ରହିଛନ୍ତି ।

*****

SSP

 


(ରିଲିଜ ଆଡି: 1853350) ପରିଦର୍ଶକ କାଉଣ୍ଟର : 290
ଏହି ରିଲିଜ ପଢନ୍ତୁ : Tamil , Kannada , English , Urdu , Marathi , हिन्दी , Manipuri , Punjabi