ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ଭାରତୀୟ ପରିବହନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଫ୍ରାନ୍ସ ଚୁକ୍ତି କ୍ୟାବିନେଟରେ ଅନୁମୋଦିତ

Posted On: 17 AUG 2022 3:19PM by PIB Bhubaneshwar

ଭାରତର ପରିବହନ କ୍ଷେତ୍ରରେ ସହଯୋଗ ପାଇଁ ଫ୍ରାନ୍ସ ସହିତ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

 ଏହି ଚୁକ୍ତି ବିଷୟରେ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇ ଏହାର ବିଭିନ୍ନ ଦିଗ ବିଷୟରେ ବୁଝାଇ ଦିଆଯାଇଥିଲା । ଭାରତର ପରିବହନ କ୍ଷେତ୍ରରେ ସହାୟତା ପାଇଁ ଉଦ୍ଦିଷ୍ଟ ଏହି ଚୁକ୍ତି ଫ୍ରାନ୍ସର ଅର୍ଥନୀତିକ ସହଯୋଗ ଓ ବିକାଶ ସଂଗଠନ ସହିତ ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ଫ୍ରାନ୍ସ ଆନ୍ତର୍ଜାତିକ ଟ୍ରାନ୍ସପୋର୍ଟ ଫୋରମ୍ ଓ ଟେକ୍ନୋଲୋଜି ଇନଫରମେସନ, ଫୋରକାଷ୍ଟିଂ ଏବଂ ଆସେସମେଣ୍ଟ ସଂସ୍ଥା ପକ୍ଷରୁ ଭାରତ ସହିତ ଚୁକ୍ତିବଦ୍ଧ । ଭାରତୀୟ ପରିବହନ କ୍ଷେତ୍ରରେ ଆନ୍ତର୍ଜାତିକ ପରିବହନ ଫୋରମ (ଆଇଟିଏଫ୍‌)କାର୍ଯ୍ୟକ୍ରମ ଓ ଯୋଜନାକୁ କାର୍ଯ୍ୟକାରୀ କରିବା ଏହି ଚୁକ୍ତିର ଲକ୍ଷ୍ୟ । 

୨୦୨୨ ଜୁଲାଇ ଛ’ତାରିଖରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତି ଅନୁସାରେ ଭାରତର ପରିବହନ କ୍ଷେତ୍ରରେ ନୂଆ ବିଜ୍ଞାନଭିତ୍ତିକ ଫଳାଫଳ, ନୂଆ ନୀତି, ବୈଜ୍ଞାନିକ ପଦ୍ଧତିର ଉପଯୋଗ କରି ଦକ୍ଷତା ବିକାଶ ତଥା ଯାନବାହନ ନିମନ୍ତେ ପ୍ରଦୂଷଣ ମୁକ୍ତ ବିକଳ୍ପ ଇନ୍ଧନ ପାଇଁ ଟେକ୍‌ନୋଲୋଜି ଠାବ କରାଯିବ । ଏହା ଦ୍ୱାରା ଭାରତର ପରିବହନ କ୍ଷେତ୍ର ବିଶେଷ ଉପକୃତ ହେବ ।

 

*****

TKM/SLP



(Release ID: 1852735) Visitor Counter : 105