ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାନିପଥ ଠାରେ ୨-ଜି ଇଥାନଲ କାରଖାନା ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

Posted On: 10 AUG 2022 7:31PM by PIB Bhubaneshwar

ନମସ୍କାର,

ହରିଆଣାର ରାଜ୍ୟପାଳ ଶ୍ରୀ ବଂଡ଼ାରୁ ଦତ୍ତାତ୍ରେୟ ଜୀ, କେନ୍ଦ୍ର ମନ୍ତ୍ରିପରିଷଦର ମୋର ସହଯୋଗୀ ନରେନ୍ଦ୍ର ସିଂହ ତୋମାର ଜୀ, ହରଦୀପ ସିଂହ ପୁରୀ ଜୀ, ରାମେଶ୍ୱର ତେଲୀ ଜୀ, ସାଂସଦଗଣ, ବିଧାୟକଗଣ, ପାନିପତରେ ବହୁ ସଂଖ୍ୟାରେ ଉପସ୍ଥିତ ମୋର ପ୍ରିୟ ଚାଷୀ ଭାଇ ଏବଂ ଭଉଣୀ, ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିବା ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳାମାନେ ଏବଂ ଭଦ୍ର ବ୍ୟକ୍ତିମାନେ, ଆପଣ ସମସ୍ତଙ୍କୁ ବିଶ୍ୱ ଜୈବ ଇନ୍ଧନ ଦିବସର ବହୁତ ବହୁତ ଶୁଭକାମନା!

ଆଜିର କାର୍ଯ୍ୟକ୍ରମ ପାନିପତ, ହରିୟାଣା ସମେତ ସମଗ୍ର ଦେଶର ଚାଷୀମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଏହି ପାନିପତ ଠାରେ ଯେଉଁ ଆଧୁନିକ ଇଥାନଲର କାରଖାନା ଲାଗିଛି, ଜୈବିକ ଇନ୍ଧନ ପ୍ଲାଣ୍ଟ ହୋଇଛି, ଏହା ଏକ ଆରମ୍ଭ ମାତ୍ର ଅଟେ ଏହି ପ୍ଲାଣ୍ଟ କାରଣରୁ ଦିଲ୍ଲୀ - ଏନସିଆର ଏବଂ ସମଗ୍ର ହରିଆଣାରେ ପ୍ରଦୂଷଣ କମ କରିବାର ମଧ୍ୟ ସାହାଯ୍ୟ ମିଳିବ ମୁଁ ହରିଆଣାର ଲୋକମାନଙ୍କୁ ବିଶେଷ ଭାବରେ ଚାଷୀ ଭଉଣୀ-ଭାଇମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ଏମିତି ଭାବରେ ଆଜି ହରିଆଣା ଦୁଇ ଦୁଇଟି ଶୁଭେଚ୍ଛା ପାଇବାର ହକଦାର ମଧ୍ୟ ଅଟେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହରିଆଣାର ପୁଅ-ଝିଅମାନେ ବହୁତ ଉତ୍ତମ ପ୍ରଦର୍ଶନ କରି ଦେଶକୁ ଗୌରବ ଆଣି ଦେଇଛନ୍ତି ଦେଶକୁ ବହୁତଗୁଡ଼ିଏ ପଦକ ଆଣି ଦେଇଛନ୍ତି ଖେଳ ପଡ଼ିଆରେ ଯେଉଁ ଶକ୍ତି ହରିଆଣାର ଖେଳାଳିମାନେ ଦେଖାଇଛନ୍ତି, ସେମିତି ଭାବରେ ବର୍ତ୍ତମାନ ହରିଆଣାର କ୍ଷେତ ମଧ୍ୟ ଶକ୍ତି ଉତ୍ପନ୍ନ କରି ଦେଖାଇବ

ସାଥୀମାନେ,

ପ୍ରକୃତିର ପୂଜା କରୁଥିବା ଆମ ଦେଶରେ ବାୟୋ ଫୁଏଲ କିମ୍ବା ଜୈବିକ ଇନ୍ଧନ, ପ୍ରକୃତିର ରକ୍ଷାର ହିଁ ଏକ ପର୍ଯ୍ୟାୟ ଅଟେ ଆମର କୃଷକ ଭାଇ ଭଉଣୀମାନେ ଏହାକୁ ଆହୁରି ଭଲ ଭାବରେ ବୁଝିପାରୁଛନ୍ତି ଆମ ପାଇଁ ଜୈବ ଇନ୍ଧନ ଅର୍ଥାତ ସବୁଜିମା ଆଣି ଦେଉଥିବା ଇନ୍ଧନ, ପର୍ଯ୍ୟାବରଣକୁ ବଞ୍ଚାଉଥିବା ଇନ୍ଧନ, ଆପଣ କୃଷକ ଭାଇ ଭଉଣୀମାନେ ଶତାବ୍ଦୀ କାଳରୁ ସେମାନେ ଏତେ ସଚେତନ ଅଟନ୍ତି ଯେ ବୀଜ ବୁଣିବା ଠାରୁ ଆରମ୍ଭ କରି ଫସଲ ଚାଷ କରିବା ଏବଂ ପୁଣି ତାହାକୁ ବଜାରରେ ପହଞ୍ଚାଇବା ପର୍ଯ୍ୟନ୍ତ କୌଣସି ଜିନିଷକୁ ନଷ୍ଟ ହେବାକୁ ଦିଅନ୍ତି ନାହିଁ ଚାଷୀ ନିଜ କ୍ଷେତରେ ଚାଷ କରୁଥିବା ପ୍ରତ୍ୟେକ ଜିନିଷ, ତାହାକୁ ଭଲ ଭାବରେ ବ୍ୟବହାର କରିବା ଜାଣିଥାନ୍ତି ଯେଉଁ କ୍ଷେତରେ ଲୋକମାନଙ୍କ ପାଇଁ ଚାଉଳ ଚାଷ କରାଯାଏ, ସେଥିରୁ ପଶୁମାନଙ୍କ ପାଇଁ ଚାରା ମଧ୍ୟ ଆସିଥାଏ ଫସଲ କଟାଯିବା ପରେ ଜମିରେ ଯେଉଁ ଶୁଖିଲା ଘାସକୁଟା ବଞ୍ଚି ଯାଇଥାଏ, ତାହାକୁ ମଧ୍ୟ ଆମର ଅନେକ କୃଷକ ସଠିକ୍ ଭାବରେ ଉପଯୋଗ କରିବା ଜାଣିଛନ୍ତି ଶୁଖିଲା କୁଟାର ବ୍ୟବହାର ପଶୁମାନଙ୍କର ଖାଦ୍ୟ ପାଇଁ ହୋଇଥାଏ; ବହୁତ ଗାଁମାନଙ୍କରେ, ମାଟିର ଜିନିଷଗୁଡ଼ିକ ତିଆରି କରିବାରେ ମଧ୍ୟ ଶୁଖିଲା କୁଟାର ବ୍ୟବହାର ହୋଇଥାଏ କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ହରିଆଣା ଭଳି ସ୍ଥାନରେ ଯେଉଁଠି ଧାନ ଏବଂ ଗହମର ଉତ୍ପାଦନ ବହୁତ ହୋଇଥାଏ, ସେଠାରେ ଶୁଖି ଯାଇଥିବା ଘାସ ବା କୁଟାର ସମ୍ପୂର୍ଣ୍ଣ ଭାବେ ବ୍ୟବହାର ହୋଇପାରି ଥାଏ ବର୍ତ୍ତମାନ ଏଠାରେ କୃଷକମାନଙ୍କୁ ଶୁଖିଲା ଘାସର ଉପଯୋଗର ଆହୁରି ଏକ ସାଧନ ମିଳୁଛି ଏବଂ ଏହି ସାଧନ ହେଉଛି- ଆଧୁନିକ ଇଥାନଲ ପ୍ଲାଣ୍ଟ, ଜୈବିକ ଇନ୍ଧନ କାରଖାନା ପାନିପତର ଜୈବିକ ଇନ୍ଧନ କାରଖାନାକୁ ଶୁଖିଲା ଘାସକୁ ଜଳାଇ ମଧ୍ୟ ସମାପ୍ତି ହୋଇପାରିବ ଏବଂ ଏହାର ଗୋଟିଏ ନୁହେଁ, ଦୁଇଟି ନୁହେଁ ବରଂ ଅନେକଗୁଡ଼ିଏ ଲାଭ ଏକା ସହିତ ହୋଇପାରିବ ପ୍ରଥମ ଲାଭ ଏହା ହେବ ଯେ ଶୁଖିଲା ଘାସକୁ ଜଳାଇବା ଦ୍ୱାରା ଆମର ଧରିତ୍ରୀ ମା’କୁ ଯେଉଁ କଷ୍ଟ ହେଉଥିଲା, ଯେଉଁ ନିଆଁ ଦ୍ୱାରା ଧରିତ୍ରୀ ମା’କୁ ମଧ୍ୟ ଭଲ ଲାଗିବ ଯେ ଶୁଖିଲା କୁଟାର ବର୍ତ୍ତମାନ ସଠିକ୍ ସ୍ଥାନରେ ବ୍ୟବହାର ହୋଇପାରୁଛି ଦ୍ୱିତୀୟ ଲାଭ ଏହା ହେବ ଯେ ଶୁଖିଲା ଘାସ କାଟିବାରୁ ନେଇ ତାହାର ନିସ୍ତାର ପାଇବା ପାଇଁ ଯେଉଁ ନୂତନ ବ୍ୟବସ୍ଥା ତିଆରି ହେଉଛି, ନୂଆ ମେସିନ ଆସୁଛି, ପରିବହନ କ୍ଷେତ୍ରରେ ଯେଉଁ ନୂଆ ସୁବିଧା ତିଆରି ହେଉଛି, ଏହା ଯେଉଁ ନୂତନ ଜୈବିକ ଇନ୍ଧନ କାରଖାନା ହେଉଛି, ଏଥିରୁ ଗାଁର ରୋଜଗାର ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ସବୁଜ ନିଯୁକ୍ତିର କ୍ଷେତ୍ର ମଜବୁତ ହେବ ତୃତୀୟ ଲାଭ ହେବ ଯେ ଯେଉଁ ଶୁଖିଲା ଘାସ କୁଟା ଚାଷୀମାନଙ୍କ ପାଇଁ ବୋଝ ଥିଲା, ଚିନ୍ତାର କାରଣ ଥିଲା, ତାହା ତାଙ୍କ ପାଇଁ ଅତିରିକ୍ତ ମାଧ୍ୟମ ହୋଇପାରିଲା ଚତୁର୍ଥ ଲାଭ ଏହା ଯେ ପ୍ରଦୂଷଣ କମ୍ ହେବ, ପର୍ଯ୍ୟାବରଣ ରକ୍ଷାରେ ଚାଷୀମାନଙ୍କର ଯୋଗଦାନ ଆହୁରି ବୃଦ୍ଧି ହେବ ଏବଂ ପଞ୍ଚମ ଲାଭ ଏହା ଯେ, ଦେଶକୁ ଏକ ବୈକଳ୍ପିକ ଇନ୍ଧନ ମଧ୍ୟ ମିଳିବ ଅର୍ଥାତ୍ ପ୍ରଥମେ ଯେଉଁ ଶୁଖିଲା ଘାସକୁଟା ନଷ୍ଟର କାରଣ ହେଉଥିଲା, ସେଥିରୁ ଏହି ପାଞ୍ଚଟି ଅମୃତ ବାହାରିବ ମୋତେ ଖୁସି ଲାଗୁଛି ଯେ ଦେଶର ଭିନ୍ନ ଭିନ୍ନ ଭାଗରେ ଏହିଭଳି ଅନେକ ଜୈବିକ ଇନ୍ଧନ କାରଖାନା ନିର୍ମାଣ ହେବାର କାର୍ଯ୍ୟ କରାଯାଉଛି

ସାଥୀମାନେ,

ଯେଉଁ ଲୋକମାନେ ରାଜନୈତିକ ସ୍ୱାର୍ଥ ପାଇଁ ସର୍ଟକଟକୁ ଆପଣାଇ, ସମସ୍ୟାଗୁଡ଼ିକୁ ଅଣଦେଖା କରିବାର ପ୍ରବୃତ୍ତି ରହିଥାଏ, ସେମାନେ କେବେ ମଧ୍ୟ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରିପାରିବ ନାହିଁ ସର୍ଟକଟ ଅପଣାଉଥିବା ଲୋକମାନଙ୍କୁ କିଛି ସମୟ ପାଇଁ ପ୍ରଶଂସା ମିଳିଥାଏ କିନ୍ତୁ ସମସ୍ୟା କମ ହୋଇ ଥାଏ ଏଥିପାଇଁ ମୁଁ କହିଥାଏ ଯେ ସର୍ଟକଟ ନୀତିରେ ଚାଲିବା ବଦଳରେ ଆମର ସରକାର ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଲାଗି ପଡ଼ିଥାଏ ଶୁଖିଲା ଖାସକୁଟାର ଅସୁବିଧା ସମ୍ପର୍କରେ ମଧ୍ୟ ବହୁ ବର୍ଷରୁ କେତେ କ’ଣ କୁହାଯାଇଛି କିନ୍ତୁ ସର୍ଟକଟ କରୁଥିବା ଲୋକ ଏହାର ସମାଧାନ କରିପାରିଲେ ନାହିଁ ଆମେ କୃଷକମାନଙ୍କର ଏହି ଶୁଖିଲା ଘାସ କୁଟା ସହିତ ଜଡ଼ିତ ସମସ୍ୟାଗୁଡ଼ିକୁ ବୁଝିପାରୁଛୁ ଏଥିପାଇଁ ସେମାନଙ୍କୁ ଏଥିରୁ ମୁକ୍ତ ପାଇବା ପାଇଁ ସହଜ ବିକଳ୍ପ ମଧ୍ୟ ନେଉଛୁ

ଆମର ଯେଉଁ କୃଷକ ଉତ୍ପାଦ ସଂଘ ଅଛି, ଏଫପିଓଏସ ଅଛି, ସେମାନଙ୍କୁ ଶୁଖିଲା ଘାସ କୁଟାରୁ ନିସ୍ତାର ପାଇବା ପାଇଁ ଆର୍ଥିକ ସାହାଯ୍ୟ କଲୁ ଏହା ସହିତ ଜଡ଼ିତ ଆଧୁନିକ ମେସିନଗୁଡ଼ିକୁ କିଣିବା ପାଇଁ ୮ଠ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ଦେଇଛୁ ବର୍ତ୍ତମାନ ପାନିପତରେ ହୋଇଥିବା ଏହି ଜୈବିକ ଇନ୍ଧନ କାରଖାନା ମଧ୍ୟ ଶୁଖିଲା ଘାସ କୁଟାର ସମସ୍ୟାର ସ୍ଥାୟୀ ସମଧାନ କ୍ଷେତ୍ରରେ ସାହାଯ୍ୟ କରିବ ଏହି ଆଧୁନିକ କାରଖାନାରେ ଧାନ ଏବଂ ଗହମର ଚୋପା ସହିତ ମକ୍କାର ଅବଶିଷ୍ଟ ଅଂଶ, ଆଖୁର ଛିଲକା, ସଢ଼ା ଚାଉଳ, ଏସବୁର ବ୍ୟବହାର ଇଥାନଲ ତିଆରି କରିବାରେ ଲଗାଯିବ ଅର୍ଥାତ କୃଷକମାନଙ୍କର ବହୁତ ବଡ଼ ଚିନ୍ତା ଶେଷ ହେବ ଆମର ଅନ୍ନଦାତା ଯେଉଁ ମଜବୁରୀରେ ପଡ଼ି ସେହି ଶୁଖିଲା ଘାସ କୁଟାକୁ ଜଳାଉଥିଲେ, ଯେଉଁମାନଙ୍କୁ ଏହି କାରଣରୁ ବଦନାମ କରାଯାଉଥିଲା, ତାଙ୍କୁ ମଧ୍ୟ ବର୍ତ୍ତମାନ ଗର୍ବ ହେବ ଯେ ସେ ଇଥାନଲ କିମ୍ବା ଜୈବିକ ଇନ୍ଧନ ଉତ୍ପାଦନରେ ମଧ୍ୟ ସାହାଯ୍ୟ କରୁଛନ୍ତି, ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରୁଛନ୍ତି ଗାଈ- ମଇଁଷିରୁ ଯେଉଁ ଗୋବର ହୋଇଥାଏ, କ୍ଷେତରୁ ଯେଉଁ ଅଳିଆ ବାହାରିଥାଏ, ତାହାକୁ ବିଶୁଦ୍ଧ କରିବା ପାଇଁ ସରକାର ଆଉ ଏକ ଯୋଜନା ଚଳାଇଛନ୍ତି ଗୋବରଧନ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ଗୋବରଧନ ଯୋଜନା ମଧ୍ୟ ଚାଷୀମାନଙ୍କର ଆୟ ବଢ଼ାଇବାର ଆଉ ଏକ ମାଧ୍ୟମ ହୋଇପାରିଛି

ସାଥୀମାନେ,

ସ୍ୱାଧୀନତାର ଏତେ ଦଶକ ପର୍ଯ୍ୟନ୍ତ ଆମେ ଫର୍ଟିଲାଇଜର ହେଉ, କେମିକାଲ ହେଉ, ଖାଇବାର ତେଲ ହେଉ, କଚ୍ଚା ତେଲ ହେଉ, ଗ୍ୟାସ ହେଉ- ଏଗୁଡ଼ିକ ପାଇଁ ବିଦେଶ ଉପରେ ବହୁତ ଅଧିକ ନିର୍ଭର କରୁଥିଲୁ ଏଥିପାଇଁ ଯେମିତି ଏହି ବୈଶ୍ୱିକ ପରିସ୍ଥିତି ପାଇଁ ଯୋଗାଣ ଶୃଙ୍ଖଳାରେ ଅବରୋଧ ଆସିଥାଏ ଭାରତ ମଧ୍ୟ ଅସୁବିଧାରୁ ବଞ୍ଚôପାରିବ ନାହିଁ ଗତ ଆଠ ବର୍ଷରୁ ଦେଶ ଏହି ଆହ୍ୱାନଗୁଡ଼ିକର ସ୍ଥାୟୀ ସମାଧାନ ଉପରେ ମଧ୍ୟ କାର୍ଯ୍ୟ କରୁଛି ଦେଶରେ ନୂତନ ଫର୍ଟିଲାଇଜର କାରଖାନାର ନିର୍ମାଣ ହେଉଛି, ଜେନୋ ଫର୍ଟିଲାଇଜର ଉତ୍ପାଦ ହେଉଛି, ଖାଇବା ଦେଲ ପାଇଁ ନୂଆ ନୂଆ ମିଶନ ମଧ୍ୟ ଆରମ୍ଭ ହୋଇଛି ଆଗାମୀ ସମୟରେ ଏହି ସମସ୍ତ ଦେଶଗୁଡ଼ିକୁ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ଆଡ଼କୁ ନେଇଯିବ

ସାଥୀମାନେ,

ସ୍ୱାଧୀନତାର ଅମୃତ କାଳରେ ଦେଶ ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର କରିବାକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଆମର ଗାଁ ଏବଂ ଆମର କୃଷକମାନଙ୍କ ଆତ୍ମନିର୍ଭରତାର ସବୁଠାରୁ ବଡ଼ ଉଦାହରଣ ଅଟେ କୃଷକ ନିଜର ଆବଶ୍ୟକତା ଥିବା ଜିନିଷଗୁଡ଼ିକୁ ନିଜ ଗାଁରେ ବହୁତ ଭଲ ଭାବରେ ଯୋଗାଡ଼ କରିଦେଇଥାନ୍ତି ଗାଁର ସାମାଜିକ ଆର୍ଥିକ ବ୍ୟବସ୍ଥା ଏହିଭଳି ହୋଇଥାଏ ଯେ ଯେତେବେଳେ ଜଣେ ଅନ୍ୟଜଣଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ସମସ୍ତେ ସାଥୀ ହୋଇ ଆସିଥାନ୍ତି, ଏହି କାରଣରୁ ଗାଁର ଲୋକମାନଙ୍କ ପାଖରେ ସଞ୍ଚୟର ପ୍ରବୃତ୍ତି ମଧ୍ୟ ବହୁତ ମଜବୁତ ହୋଇଥାଏ ତାଙ୍କର ଏହି ପ୍ରବୃତ୍ତି ଦେଶର ପଇସାକୁ ମଧ୍ୟ ସଞ୍ଚୟ କରିପାରୁଛି ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବାରେ ମଧ୍ୟ ୭-୮ ବର୍ଷରେ ଦେଶରେ ପାଖାପାଖି ୫ଠ ହଜାର କୋଟଇ ବାହାର ବିଦେଶକୁ ଯିବାରେ ରୋକାଯାଇ ପାରିଛି, ଏବଂ ପାଖାପାଖି ଏତିକି ହିଁ ହଜାର କୋଟି ଟଙ୍କା ଇଥାନଲ ବ୍ଲୋଡିଂଗ ପାଇଁ ଆମର ଦେଶର ଚାଷୀମାନଙ୍କ ନିକଟକୁ ଯାଉଛି ଅର୍ଥାତ ଯେଉଁ ପଇସା ବିଦେଶ ଯାଉଥିଲା, ତାହା ଗୋଟିଏ ପ୍ରକାରରେ ଆମର ଚାଷୀମାନଙ୍କୁ ମିଳିଛି

ସାଥୀମାନେ,

ଏକବିଂଶ ଶତାବ୍ଦୀର ନୂତନ ଭାରତରେ ଆହୁରି ବଡ଼ ବଡ଼ ପରିବର୍ତ୍ତନ ହୋଇଛି ଆଜି ଦେଶ ବଡ଼ ସଂକଳ୍ପ ନେଉଛି ଏବଂ ତାହାକୁ ସିଦ୍ଧ କରି ମଧ୍ୟ ଦେଖାଉଛି କିଛି ବର୍ଷ ପୂର୍ବରୁ ଦେଶ ନିଶ୍ଚିତ କରିଥିଲା ଯେ ପେଟ୍ରୋଲରେ ୧ଠ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶାଇବାର ଲକ୍ଷ୍ୟ ପୂରା କରିବ ଆମର କୃଷକ ଭାଇ- ଭଉଣୀମାନଙ୍କର ସାହାଯ୍ୟରେ, ଦେଶ ଏହି ଲକ୍ଷ୍ୟ ସମୟ ପୂର୍ବରୁ ହାସଲ କରିଲା ଆଠ ବର୍ଷ ପୂର୍ବରୁ ଆମ ଦେଶରେ ଇଥାନଲର ଉତ୍ପାଦନ ମାତ୍ର ୪ଠ କୋଟି ଲିଟରର ପାଖାପାଖି ରହୁଥିଲା ଆଜି ପାଖାପାଖି ୪ଠଠ କୋଟି ଲିଟର ଇଥାନଲର ଉତ୍ପାଦନ ହେଉଛି ଏତେ ବଡ଼ ମାତ୍ରାରେ ଇଥାନଲ ତିଆରି କରିବା ପାଇଁ କଞ୍ଚାମାଲ ଆମର ଚାଷୀମାନଙ୍କ ଜମିରୁ ହିଁ ଆସିଥାଏ ବିଶେଷକରି ଆଖୁ ଚାଷୀମାନଙ୍କୁ ଏଥିରେ ବହୁତ ବଡ଼ ଲାଭ ହୋଇଛି

ଦେଶ କିଭଳି ବଡ଼ ବଡ଼ ଲକ୍ଷ୍ୟ ହାସଲ କରୁଛି, ମୁଁ ଆମର ଚାଷୀ ଭାଈ - ଭଉଣୀମାନଙ୍କୁ ଆଉ ଏକ ଉଦାହରଣ ଦେଉଛି ୨ଠ୧୪ ପର୍ଯ୍ୟନ୍ତ ଦେଶରେ କେବଳ ୧୪ କୋଟିର ପାଖାପାଖି ଏଲପିଜି ଗ୍ୟାସ ସଂଯୋଗ ଥିଲା ଦେଶର ଅଧାଅଧି ଅଞ୍ଚଳକୁ, ମା’ମାନଙ୍କୁ- ଭଉଣୀମାନଙ୍କୁ ରୋଷେଇର ଧୁଆଁ ଛାଡ଼ି ଦିଆଯାଇଥିଲା ଭଉଣୀ- ଝିଅମାନଙ୍କର ଖରାପ ସ୍ୱାସ୍ଥ୍ୟ ଏବଂ ଅସୁବିଧା ଦ୍ୱାରା ଯେଉଁ କ୍ଷତି ହେଉଥିଲା ଏହା ପୂର୍ବରୁ ଚିନ୍ତା ହିଁ କରାଯାଇ ଥିଲା ମୋତେ ଖୁସି ଯେ ଆଜି ଉଜ୍ଜ୍ୱଳା ଯୋଜନା ଦ୍ୱାରା କୋଟିରୁ ଅଧିକ ଗ୍ୟାସ ସଂଯୋଗ ଗରୀବ ଭଉଣୀମାନଙ୍କୁ ଦିଆଯାଇଛି ବର୍ତ୍ତମାନ ଆମେ ଦେଶରେ ପାଖାପାଖି ଶତ ପ୍ରତିଶତ ଏଲପିଜି ସଂଯୋଗ ପର୍ଯ୍ୟନ୍ତ ପହଂଚିପାରିଛୁ ୧୪ କୋଟିରୁ ବୃଦ୍ଧି ଘଟି ଆଜି ଦେଶରେ ପାଖାପାଖି ୩୧ କୋଟି ଗ୍ୟାସ କନେକ୍ସନ ହୋଇଛି ଏହାଦ୍ୱାରା ଆମର ଗରୀବ ପରିବାର, ମଧ୍ୟମ ବର୍ଗର ଲୋକମାନଙ୍କୁ ବହୁତ ଅଧିକ ସୁବିଧା ହୋଇପାରିଛି

ସାଥୀମାନେ,

ଦେଶରେ ସିଏନଜି ନେଟୱର୍କ ବଢ଼ାଇବାରେ ଏବଂ ପାଇପ ଦ୍ୱାରା ଶସ୍ତା ଗ୍ୟାସ ଘର ଘର ପହଂଚାଇବା ପାଇଁ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁଛି ଆମ ଦେଶରେ ୯ଠ ଦଶକରେ ସିଏନଜି ଷ୍ଟେସନ ଆରମ୍ଭ ହୋଇଥିଲା ଆଠ ବର୍ଷ ପୂର୍ବରୁ ଦେଶରେ ସିଏନଜିର ୮ଠଠରୁ ମଧ୍ୟ କମ ଷ୍ଟେସନ ଥିଲା ଘରେ ଘରେ ପାଇପ ଦ୍ୱାରା ଆସିବାକୁ ଥିବା ଗ୍ୟାସର କନେକ୍ସନର ସଂଖ୍ୟା କୋଟିକୁ ଛୁଇଁଛି ଆଜି ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛୁ, ସେତେବେଳେ ଦେଶ ଏହି ଲକ୍ଷ୍ୟ ଉପରେ ମଧ୍ୟ କାର୍ଯ୍ୟ କରୁଛି ଯେ ଆଗାମୀ କିଛି ବର୍ଷରେ ଦେଶରେ ୭୫ ପ୍ରତିଶତରୁ ଅଧିକ ଘରମାନଙ୍କୁ ପାଇପ ଦ୍ୱାରା ଗ୍ୟାସ ପହଞ୍ଚାଇବାରେ ଲାଗିଲା

ସାଥୀମାନେ,

ଆଜି ଯେଉଁ ଶହ ଶହ କିଲୋମିଟର ଲମ୍ବା ଗ୍ୟାସ ପାଇପ ଲାଇନଗୁଡ଼ିକ ଆମେ ବିଛାଇଛୁ, ଯେଉଁ ଆଧୁନିକ କାରଖାନା, ଯେଉଁ ଫାକ୍ଟ୍ରିଗୁଡ଼ିକ ଆମେ ନିର୍ମାଣ କରୁଛୁ, ଏହାର ସବୁଠାରୁ ଅଧିକ ଲାଭ ଆମର ଯୁବପିଢ଼ିଙ୍କୁ ହେବ ଦେଶରେ ସବୁଜ ସୁଯୋଗ କ୍ରମାଗତ ଭାବେ ନୂତନ ସୁଯୋଗ ତିଆରି ହେବ, ରୋଜଗାରର ଅବସର ବଢ଼ିବ ଆଜିର ସମସ୍ୟାଗୁଡ଼ିକ ଆମର ଆଗାମୀ ପିଢ଼ିମାନଙ୍କୁ କଷ୍ଟ ଦେବ ନାହିଁ ଏହା ପ୍ରକୃତ ବିକାଶ ଅଟେ, ଏହା ବିକାଶର ପ୍ରକୃତ ପ୍ରତିବଦ୍ଧତା ଅଟେ

ସାଥୀମାନେ,

ଯଦି ରାଜନୀତିରେ ସ୍ୱାର୍ଥ ରହିବ ତେବେ କେହି ମଧ୍ୟ ଆସି ପେଟ୍ରୋଲ - ଡିଜେଲ ମଧ୍ୟ ମାଗଣାରେ ଦେବାକୁ ଘୋଷଣା କରିପାରିବ ଏଭଳି ପଦକ୍ଷେପ ଆମର ପିଲାମାନଙ୍କ ଠାରୁ ତାଙ୍କର ହକ୍ ନେଇଯିବେ, ଦେଶକୁ ଆତ୍ମନିର୍ଭର ହେବାରେ ରୋକିବେ ଏଭଳି ସ୍ୱାର୍ଥ ରହିତ ନିତିଗୁଡ଼କି ଦ୍ୱାରା ଦେଶର ସ୍ୱଚ୍ଛ ଟିକସଦାତାଙ୍କ ବୋଝ ମଧ୍ୟ ବଢ଼ିବାରେ ଲାଗିବ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଏଭଳି ଘୋଷଣା କରୁଥିବା କେବେ ନୂତନ ଟେକ୍ନୋଲୋଜୀ ଉପରେ ନିବେଶ କରିବେ ନାହିଁ ସେମାନେ ଚାଷୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବେ; କିନ୍ତୁ ଚାଷୀମାନଙ୍କର ଆୟ ବଢ଼ାଇବା ପାଇଁ ଇଥାନଲ ଭଳି କାରଖାନା ଲଗାଇବେ ନାହିଁ ସେମାନେ ବଢୁଥିବା ପ୍ରଦୂଷଣ ଉପରେ ପବନ ସଦୃଶ କଥା କହୁଥିବେ କିନ୍ତୁ ଏହାକୁ ରୋକିବା ପାଇଁ ଯାହା କିଛି କରିବାକୁ ହେବ, ତା’ ପାଖରୁ ଦୂରକୁ ଯିବେ

ମୋର ପ୍ରିୟ ଭାଇମାନେ, ଭଉଣୀମାନେ,

ଏହା ନିତି ନୁହେଁ, ଅନିତୀ ଅଟେ ଏହା ରାଷ୍ଟ୍ର ସହିତ ନୁହେଁ, ଏହା ରାଷ୍ଟ୍ର ଅହିତ ଅଟେ ଏହା ରାଷ୍ଟ୍ର ନିର୍ମାଣ ନୁହେଁ, ରାଷ୍ଟ୍ରକୁ ପଛକୁ ଧକ୍କା ଦେବାର ପ୍ରୟାସ ଅଟେ ଦେଶ ସମ୍ମୁଖରେ ଯେଉଁ ଆହ୍ୱା ରହିଛି, ତା’ ସହିତ ପ୍ରତିହତ କରିବା ପାଇଁ ସ୍ୱଚ୍ଛ ଚିନ୍ତାଧାରା ଆବଶ୍ୟକ, ନିଷ୍ଠା ଆବଶ୍ୟକ, ନିତି ଆବଶ୍ୟକ ଏଥିପାଇଁ ପରିଶ୍ରମର ପରାକ୍ରମ କରିବାକୁ ପଡ଼ିଥାଏ ଯେତେବେଳେ ସରକାରଙ୍କର ପଇସା ନଥିବ, ତାଙ୍କ ନିକଟରେ ଧନ ହିଁ ଥିବ ତେବେ ଇଥାନଲ କାରଖାନା, ଜୈବିକ ଇନ୍ଧନ କାରଖାନା, ବଡ଼ ବଡ଼ ସୋଲାର ପ୍ଲାଷ୍ଟ, ହାଇଡ୍ରୋଜେନ ଗ୍ୟାସର ପ୍ଲାଣ୍ଟ ଯାହା ଆଜି ହୋଇଛି, ତାହା ମଧ୍ୟ ବନ୍ଦ ହୋଇଯିବ ଆମକୁ ଏହା ମନେରଖିବାକୁ ହେବ ଯେ ଆମେ ରହୁ ବା ରହୁ, କିନ୍ତୁ ଏହି ରାଷ୍ଟ୍ର ଆମର ସବୁବେଳେ ରହିଥିବ, ଶତାବ୍ଦୀ ଶତାବ୍ଦୀ ଧରି ରହି ଆସିଛି, ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ରହିବ ଏଥିରେ ରହୁଥିବା ସନ୍ତାନମାନେ ସବୁବେଳେ ରହିଥିବେ ଆମକୁ ଆମର ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରିବାର ହକ୍ ନାହିଁ

ସାଥୀମାନେ,

ସ୍ୱାଧୀନତା ପାଇଁ ଯେଉଁ ଜୀବନକୁ ବଳିଦାନ ଦେଇଥିବା ଲୋକମାନେ ମଧ୍ୟ ଏହି ଶାଶ୍ୱତ ଭାବନା ସହିତ କାର୍ଯ୍ୟ କରିଥିଲେ ଯଦି ସେମାନେ ମଧ୍ୟ ସେତେବେଳେ ନିଜ ବିଷୟରେ ଚିନ୍ତା କରିଥାନ୍ତେ, ନିଜର ସ୍ୱାର୍ଥ ଦେଖିଥାନ୍ତେ ତେବେ ସେମାନଙ୍କ ଜୀବନରେ ମଧ୍ୟ କୌଣସି କଷ୍ଟ ଆସିନଥାନ୍ତା ସେମାନେ ସମସ୍ୟାଗୁଡ଼ିକ ଦ୍ୱାରା, ଗୁଳି ଦ୍ୱାରା, ଫାଶିର ଫନ୍ଦାରୁ, ଯାତନାଗୁଡ଼ିକରୁ ବଞ୍ଚି ଯାଇଥାନ୍ତେ, କିନ୍ତୁ ତାଙ୍କର ସନ୍ତାନମାନେ, ଅର୍ଥାତ୍ ଆମ ଭାରତର ଲୋକମାନେ, ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିପାରି ନଥାନ୍ତେ ଅଗଷ୍ଟର ଏହି ମାସ କ୍ରାନ୍ତିର ମାସ ଅଟେ ଏଥିପାଇଁ ଗୋଟିଏ ଦେଶ ଭାବରେ ଆମକୁ ଏହି ସଂକଳ୍ପ ନେବାକୁ ହେବ ଯେ ଏଭଳି ସମସ୍ତ ପ୍ରବୃତ୍ତିକୁ ବଢ଼ାଇବାକୁ ହେବ ନାହିଁ ଏହା ଦେଶର ସାମୁହିକ ଦାୟିତ୍ୱ ଅଟେ

ସାଥୀମାନେ,

ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ, ଆଜି ଯେତେବେଳେ ଦେଶ ତ୍ରିରଙ୍ଗାର ରଙ୍ଗରେ ରଙ୍ଗିନ ହୋଇଛି; ସେତେବେଳେ କିଛି ଏମିତି ମଧ୍ୟ ହୋଇଛି, ଯେଉଁ ଆଡ଼କୁ ମୁଁ ଦେଶକୁ ଧ୍ୟାନ ଦେବାକୁ ଚାହୁଁଛି ଆମର ବୀର ସ୍ୱତନ୍ତ୍ରତା ସେନାନୀମାନଙ୍କୁ ଅପମାନିତ କରିବାର, ଏହି ପବିତ୍ର ଅବସରକୁ ଅପବିତ୍ର କରିବାର ପ୍ରୟାସ କରାଯାଇଛି ଏଭଳି ଲୋକମାନଙ୍କର ମାନସିକତା ଦେଶକୁ ମଧ୍ୟ ବୁଝିବା ଜରୁରୀ ଅଟେ ଆମେ ଜାଣିଛୁ ଯେ ବେଳେବେଳେ କୌଣସି ରୋଗୀ ନିଜର ଦୀର୍ଘ ରୋଗର ଚିକିତ୍ସାରୁ ଥକି ପଡ଼ିଥାଏ; ନିରାଶ ହୋଇ ଯାଇଥାଏ, ଭଲ ଭଲ ଡାକ୍ତରମାନଙ୍କ ପରାମର୍ଶ ନେବା ପରେ ମଧ୍ୟ ତାଙ୍କୁ ଭଲ ଲାଭ ମିଳି ଥାଏ, ସେ କେତେ ପଢ଼ାଲେଖା ଲୋକ ହୋଇଥାଉ ନା କାହିଁକି ଅନ୍ଧବିଶ୍ୱାସ ଆଡ଼କୁ ଅଗ୍ରସର ହୋଇ ଯାଇଥାଏ ସେ ଝଡ଼ାଫୁଙ୍କା କରିବାରେ ଲାଗି ପଡ଼ିଥାଏ ଟୁଣୁକା ଦ୍ୱାରା, କଳା ଯାଦୁ ଉପରେ ବିଶ୍ୱାସ କରିବାକୁ ଲାଗି ପଡ଼ିଥାଏ ଏମିତି ହିଁ ଆମ ଦେଶରେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ନକାରାତ୍ମକତାର ଭ୍ରମରେ ଫସି ରହିଛନ୍ତି, ନିରାଶାରେ ବୁଡ଼ି ରହିଛନ୍ତି ସରକାରଙ୍କ ବିରୋଧରେ ମିଛ ଉପରେ ମିଛ କହିବା ପରେ ମଧ୍ୟ ଜନତା ଜନାର୍ଦ୍ଦନ ଏଭଳି ଲୋକମାନଙ୍କ ଉପରେ ଭରସା କରିବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ ଏଭଳି ନିରାଶାରେ ଏହି ଲୋକମାନେ ମଧ୍ୟ ବର୍ତ୍ତମାନ କଳା ଯାଦୁ ଆଡ଼କୁ ଯିବା ଦେଖିବାକୁ ମିଳିଛି

ସାଥିମାନେ

ବର୍ତ୍ତମାନ ଆମେ ଅଗଷ୍ଟକୁ ଦେଖିଲୁ ଯେ କିଭଳି କଳାଯାଦୁକୁ ବିଚ୍ଛୁରିତ କରିବାରେ ଭରପୂର ପ୍ରୟାସ କରାଗଲା ଏହି ଲୋକମାନେ ଭାବୁଛନ୍ତି ଯେ କଳା କପଡ଼ା ପିନ୍ଧି, ତାଙ୍କର ନିରାଶା ହତାଶାର କାଳ ସମାପ୍ତ ହୋଇଯିବ କିନ୍ତୁ ତାଙ୍କୁ ଜଣାନାହିଁ ଯେ ସେ କେତେ ମଧ୍ୟ ଝଡ଼ାଫୁଙ୍କା କରନ୍ତୁ, କେତେ ମଧ୍ୟ କଳାଯାଦୁ କରନ୍ତୁ, ଅନ୍ଧବିଶ୍ୱାସ କରନ୍ତୁ, ଜନତାଙ୍କର ଏହି ବିଶ୍ୱାସ ଏବେ ତାଙ୍କ ଉପରେ ଦ୍ୱିତୀୟ ଥର କେଭେ ମଧ୍ୟ ହୋଇପାରିବ ନାହିଁ ଏବଂ ମୁଁ ଏହା ମଧ୍ୟ କହିବି ଯେ ଏହି କଳାଯାଦୁକୁ ପୁଣି ମୁଁ, ସ୍ୱାଧୀନତାର ଅମୃତ ମହୋତ୍ସବର ଅପମାନ କରନ୍ତୁ ନାହିଁ, ତ୍ରିରଙ୍ଗାର ଅପମାନ କରନ୍ତୁ ନାହିଁ

ସାଥୀମାନେ,

କେତେକ ରାଜନୈତିକ ଦଳମାନଙ୍କର ସ୍ୱାର୍ଥ ନିତିରୁ ଅଲଗା, ଆମର ସରକାର ସବକା ସାଥ- ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ର ଉପରେ କାର୍ଯ୍ୟ କରୁଥିବ ମୋତେ ପୁରା ବିଶ୍ୱାସ ଅଛି ଯେ ବିକାଶ ପାଇଁ ସକାରାତ୍ମକ ବିଶ୍ୱାସର ଶକ୍ତି ଏହିଭଳି ଭାବରେ ଜନ୍ମ ନେଉଥିବ ପୁଣିଥରେ ହରିଆଣାର କୋଟି କୋଟି ସାଥୀମାନଙ୍କୁ, କୃଷକ ଏବଂ ପଶୁପାଳକ ଭଉଣୀ- ଭାଇମାନଙ୍କୁ ଶୁଭେଚ୍ଛା କାଲି ରକ୍ଷା ବନ୍ଧନର ପବିତ୍ର ପର୍ବ ମଧ୍ୟ ଅଛି ଭାଇ-ଭଉଣୀର ସ୍ନେହର ପ୍ରତୀକ ଏହି ପର୍ବରେ ପ୍ରତ୍ୟେକ ଭାଇ ନିଜର କର୍ତ୍ତବ୍ୟ ପାଳନ କରିବାରେ ସଂକଳ୍ପ ଦୋହରାଇ ଥାଏ କାଲି ଜଣେ ନାଗରିକ ଭାବରେ ମଧ୍ୟ ଆମକୁ ଦେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନର ସଂକଳ୍ପ ଦୋହରାଇବା ଏହି କାମନା ସହିତ ମୁଁ ନିଜର କଥା ସମାପ୍ତ କରୁଛି

ବହୁତ ବହୁତ ଧନ୍ୟବାଦ

 

NS/MB



(Release ID: 1852158) Visitor Counter : 132