ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ଲୋକଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 AUG 2022 7:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହର ଘର ତ୍ରିରଙ୍ଗା ଅଭିଯାନରେ ଲୋକଙ୍କ ଉତ୍ସାହୀ ଅଂଶଗ୍ରହଣକୁ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଏହି ଆବେଗ ଦେଶର ଏକତା ଏବଂ ଅଖଣ୍ଡତାର ପ୍ରତୀକ ଅଟେ ।

ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଠାରେ ସେ ରକ୍ଷା ବନ୍ଧନରେ ଯୁବଗୋଷ୍ଠିଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କୁ ତ୍ରିରଙ୍ଗା ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ହର ଘର ତ୍ରିରଙ୍ଗା ଅଭିଯାନ ବିଷୟରେ ଦେଶବାସୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଏବଂ ଉଦ୍ଦୀପନା ଦେଶର ଏକତା ତଥା ଅଖଣ୍ଡତାର ଅଦମ୍ୟ ଭାବର ପ୍ରତୀକ ଅଟେ । ଅମୃତକାଳ ସମୟରେ ଏହି ଆବେଗ ଭାରତକୁ ଏକ ନୂତନ ଉଚ୍ଚତାକୁ ନେବାକୁ ଯାଉଛି । #HarGharTiranga"

ତ୍ରିରଙ୍ଗା ସହିତ ପ୍ରତ୍ୟେକ ଭାରତୀୟଙ୍କର ଏକ ବିଶେଷ ବନ୍ଧନ ଅଛି । ଆଜି ମୋର ଯୁବ ବନ୍ଧୁମାନଙ୍କୁ ତ୍ରିରଙ୍ଗା ଦେଇଛି ।  ସେମାନଙ୍କ ମୁହଁରେ ହସ ସବୁ କିଛି କହିଥାଏ!

HS


(ରିଲିଜ ଆଡି: 1851154) ପରିଦର୍ଶକ କାଉଣ୍ଟର : 185