ରାଷ୍ଟ୍ରପତିଙ୍କ ସଚିବାଳୟ
ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲ ଅନୁମୋଦନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି
ପୋଷ୍ଟ କରାଯିବା ଦିନାଙ୍କ:
10 AUG 2022 8:49PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ (ୟୁପିୟୁ) ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲକୁ ଅନୁମୋଦନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ୯-୨୭ ଅଗଷ୍ଟ ୨୦୨୧ରେ ଆବିଦଜାନ (କୋଟ୍ ଡି ଆଇଭର) ଠାରେ ଅନୁଷ୍ଠିତ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନର ୨୭ତମ କଂଗ୍ରେସ ସମୟରେ ୟୁପିୟୁ ସମ୍ବିଧାନରେ ସଂଶୋଧନ ଜରିଆରେ ଏହି ଅତିରିକ୍ତ ପ୍ରୋଟୋକଲ ସ୍ବାକ୍ଷରିତ ହୋଇଥିଲା ।
କ୍ୟାବିନେଟ ମଞ୍ଜୁରି ଫଳରେ, ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ସ୍ବାକ୍ଷରିତ ‘ଅନୁମୋଦନ ପତ୍ର’ (ଇନଷ୍ଟ୍ରୁମେଣ୍ଟ ଅଫ ରେଟିଫିକେସନ) ପ୍ରାପ୍ତି ଏବଂ ଏହି ପତ୍ରକୁ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନର ଅନ୍ତର୍ଜାତୀୟ ବ୍ୟୁରୋ ମହାନିର୍ଦ୍ଦେଶକଙ୍କ ପାଖରେ ଜମା କରିବା ଲାଗି ଭାରତ ସରକାରଙ୍କ ଡାକ ବିଭାଗ ସକ୍ଷମ ହୋଇପାରିବ ।
କ୍ୟାବିନେଟର ଏହି ନିଷ୍ପତ୍ତି ୟୁପିୟୁ ସମ୍ବିଧାନର ଅନୁଚ୍ଛେଦ ୨୫ ଏବଂ ୩୦ରେ ବର୍ଣ୍ଣିତ ଦାୟିତ୍ବକୁ ସମ୍ପୂର୍ଣ୍ଣ କରିବ । ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ବାରା ଯେକୌଣସି କଂଗ୍ରେସରେ ଅନୁମୋଦନ ଲାଭ କରିଥିବା ସମ୍ବିଧାନକୁ ଯଥାଶୀଘ୍ର ମଞ୍ଜୁରି ଦେବାର ବ୍ୟବସ୍ଥା ଏହି ଅନୁଚ୍ଛେଦରେ ସାମିଲ ରହିଛି ।
ସଂକ୍ଷେପରେ କହିବାକୁ ଗଲେ, ୟୁପିୟୁ କଂଗ୍ରେସ ଦ୍ବାରା ଅନୁମୋଦିତ ସମ୍ବିଧାନ ସଂଶୋଧନ ‘ଚୁକ୍ତିନାମା ଆଇନ ଉପରେ ଭିଏନା କନଭେନ୍ସନ, ୧୯୬୯’ର ଭାବନା ଅନୁରୂପ । ଯାହାକି ୟୁନିୟନର ଆଇନ ବିଷୟରେ ଆହୁରି ଅଧିକ ଆଇନଗତ ସ୍ପଷ୍ଟତା ଓ ସ୍ଥିରତା ସୁନିଶ୍ଚିତ କରିଥାଏ, ଏହାର ଶବ୍ଦାବଳୀକୁ ସୁସଂଗତ କରିଥାଏ, ଏହାର ବିଷୟବସ୍ତୁରେ ରହିଥିବା ବିଳମ୍ବିତ ବିସଙ୍ଗତି ଦୂର କରିଥାଏ ଏବଂ ଆଇନର ‘ସ୍ବୀକୃତି କିମ୍ବା ଅନୁମୋଦନ’ ବ୍ୟବସ୍ଥାକୁ ସ୍ଥାନିତ କରିଥାଏ।
*********
P.S.
(ରିଲିଜ ଆଡି: 1850656)
ପରିଦର୍ଶକ କାଉଣ୍ଟର : 261
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam