ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟଗୋଷ୍ଠୀ କ୍ରୀଡାର ପାରା ପାୱାରଲିଫ୍ଟିଂରେ ପୁରୁଷ ହେଭିୱେଟ ବର୍ଗରେ ସ୍ୱର୍ଣ୍ଣପଦକ ବିଜେତା ସୁଧୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 05 AUG 2022 9:41AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ପାରା ପାୱାରଲିଫ୍ଟିଂରେ ପୁରୁଷ ହେଭିୱେଟ ବର୍ଗରେ ସ୍ୱର୍ଣ୍ଣପଦକ ବିଜେତା ସୁଧୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସୁଧୀରଙ୍କ ଦ୍ୱାରା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ପାରା-ସ୍ପୋର୍ଟ୍ସ ପଦକ ତାଲିକାର ଶୁଭାରମ୍ଭ ହୋଇଛି ! ସେ ସମ୍ମାନଜନକ ସ୍ୱର୍ଣ୍ଣପଦକ ଜିତିଛନ୍ତି ଓ ନିଜ ଅଧ୍ୟବସାୟ ଏବଂ ଲଢୁଆ ମନୋଭାବ ପ୍ରଦର୍ଶନ କରିଛନ୍ତି । ସେ ଲଗାତର ପଡିଆରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।  

SR


(Release ID: 1848703) Visitor Counter : 155