ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଗଷ୍ଟ ୪ ତାରିଖରେ ଧରମପୁର ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ଭାଲସାଦ ଜିଲ୍ଲାର ଧରମପୁରରେ ଶ୍ରୀମଦ୍ ରାଜଚନ୍ଦ୍ର ଡାକ୍ତରଖାନାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ମହିଳା ମାନଙ୍କ ପାଇଁ ଶ୍ରୀମଦ୍ ରାଜଚନ୍ଦ୍ର ଉତ୍କର୍ଷ କେନ୍ଦ୍ର ଏବଂ ଶ୍ରୀମଦ ରାଜଚନ୍ଦ୍ର ପ୍ରାଣୀ ଚିକିତ୍ସାଳୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
प्रविष्टि तिथि:
03 AUG 2022 4:22PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୪ତାରିଖ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ଗୁଜୁରାଟର ଭାଲସାଦ ଜିଲ୍ଲାର ଧରମପୁରର ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ପ୍ରଧାନମନ୍ତ୍ରୀ ଭାଲସାଦର ଧରମପୁରରେ ଶ୍ରୀମଦ୍ ରାଜଚନ୍ଦ୍ର ଡାକ୍ତରଖାନାର ଉଦଘାଟନ କରିବେ । ସମଗ୍ର ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା । ଏହା ଏକ ୨୫୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ଡାକ୍ତରଖାନା ଯାହାକି ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ସହିତ ବିଶ୍ୱ ସ୍ତରର ଚିକିତ୍ସା ସୁବିଧା ବିଶେଷ ଭାବରେ ଦକ୍ଷିଣ ଗୁଜୁରାଟ ଅଞ୍ଚଳର ଲୋକଙ୍କୁ ଯୋଗାଇବ ।
ପ୍ରଧାନମନ୍ତ୍ରୀ ଶ୍ରୀମଦ୍ ରାଜଚନ୍ଦ୍ର ପ୍ରାଣୀ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ୧୫୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ର୍ନିମାଣ କରାଯିବ । ଏହା ଡାକ୍ତରଖାନା ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏବଂ ଉତ୍ସର୍ଗୀକୃତ ପ୍ରାଣୀ ଚିକିତ୍ସକ ଦଳ ଏବଂ ଅନ୍ୟାନ୍ୟ କର୍ମଚାରୀ ସହିତ ସଜ୍ଜିତ ହେବ । ପଶୁମାନଙ୍କର ଯତ୍ନ ଏବଂ ରକ୍ଷଣାବେକ୍ଷଣ ପାଇଁ ପାରମ୍ପାରିକ ଔଷଧ ସହିତ ଡାକ୍ତରଖାନା ସାମଗ୍ରିକ ଚିକିତ୍ସା ସେବା ଯୋଗାଇବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମହିଳାମାନଙ୍କ ପାଇଁ ଶ୍ରୀମଦ୍ ରାଜଚନ୍ଦ୍ର ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଏଥିରେ ମନୋରଞ୍ଜନ ପାଇଁ ସୁବିଧା, ଆତ୍ମ-ବିକାଶ ଅଧିବେଶନ ପାଇଁ ଶ୍ରେଣୀଗୃହ, ବିଶ୍ରାମ ସ୍ଥାନ ଆଦି ରହିବ । ଏହା ୭୦୦ ରୁ ଅଧିକ ଆଦିବାସୀ ମହିଳାଙ୍କୁ ନିୟୋଜିତ କରିବ ଏବଂ ପରବର୍ତ୍ତୀ ସମୟରେ ହଜାର ହଜାର ଲୋକଙ୍କୁ ଜୀବିକା ଯୋଗାଇବ ।
HS
(रिलीज़ आईडी: 1848033)
आगंतुक पटल : 147
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam