ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ କାଂସ୍ୟ ପଦକ ବିଜେତା ଭାରୋତ୍ତନକାରୀ ପି. ଗୁରୁରାଜାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 30 JUL 2022 6:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ କାଂସ୍ୟ ପଦକ ବିଜେତା ଭାରୋତ୍ତଳକ ପି. ଗୁରୁରାଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ପି. ଗୁରୁରାଜାଙ୍କ ସଫଳତାରେ ବେଶ ଆନନ୍ଦିତ ! ରାଜ୍ୟଗୋଷ୍ଠୀ କ୍ରୀଡାରେ କାଂସ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ସେ ଦୃଢ ମନୋବଳ ସହ ସଂକଳ୍ପ ପ୍ରଦର୍ଶନ କରିଥିଲେ । ନିଜ କ୍ରୀଡା ଜୀବନରେ ସେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରନ୍ତୁ ବୋଲି କାମନା କରୁଛି । 

 

SR



(Release ID: 1846616) Visitor Counter : 132