ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସଫଳ କାର୍ଯ୍ୟକାଳ କାମନା କଲେ ପ୍ରଧାନମନ୍ତ୍ରୀ

Posted On: 25 JUL 2022 1:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି । ରାଷ୍ଟ୍ରପତି ଭାବେ ତାଙ୍କ ଦାୟିତ୍ୱ ଗ୍ରହଣ ଭାରତ ପାଇଁ ବିଶେଷତଃ ଦରିଦ୍ର, ବଞ୍ଚିତ ଓ ଅବହେଳିତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶପଥ ନେବା ପରେ ନିଜ ଭାଷଣରେ ରାଷ୍ଟ୍ରପତି ଭାରତର ଉପଲବ୍ଧିଗୁଡିକ ଉପରେ ଆଲୋକପାତ କରିବା ସହ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ଭାରତର ଭବିଷ୍ୟତ ଦୃଷ୍ଟିଭଙ୍ଗୀ ଉପସ୍ଥାପିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତର ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣକୁ ସାରା ଦେଶ ଗର୍ବର ସହ ଦେଖିଛି । ରାଷ୍ଟ୍ରପତି ଭାବେ ତାଙ୍କ ଦାୟିତ୍ୱ ଗ୍ରହଣ ଭାରତ ପାଇଁ ବିଶେଷ କରି ଦରିଦ୍ର, ବଞ୍ଚିତ ଓ ଅବହେଳିତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ । ତାଙ୍କ କାର୍ଯ୍ୟକାଳ ସଫଳ ହେଉ ବୋଲି କାମନା କରୁଛି । 

ଶପଥ ଗ୍ରହଣ ପରେ ନିଜ ଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଆଶା ଓ କରୁଣାର ବାର୍ତ୍ତା ଦେଇଛନ୍ତି । ସେ ଭାରତର ଉପଲବ୍ଧିଗୁଡିକ ଉପରେ ଆଲୋକପାତ କରିବା ସହ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ଭାରତର ଭବିଷ୍ୟତ ଦୃଷ୍ଟିଭଙ୍ଗୀ ଉପସ୍ଥାପିତ କରିଛନ୍ତି ।   


SR


(Release ID: 1844709) Visitor Counter : 179