ଅର୍ଥ ମନ୍ତ୍ରଣାଳୟ
163ତମ ଆୟକର ଦିବସ : ଦେଶ ନିର୍ମାଣ ଦିଗରେ ଏକ ଯାତ୍ରା
ପୋଷ୍ଟ କରାଯିବା ଦିନାଙ୍କ:
24 JUL 2022 4:53PM by PIB Bhubaneshwar
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ (ସିବିଡିଟି) ଏବଂ ଦେଶ ବ୍ୟାପୀ ଥିବା ତାଙ୍କର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟ ଆଜି ଆୟକର ଦିବସର 163ତମ ବାର୍ଷିକୋତ୍ସବର ଆୟୋଜନ କରିଛି। ଏହି ଉପଲକ୍ଷେ କ୍ଷେତ୍ରୀୟ ସ୍ତରରେ ଅନେକ କାର୍ଯ୍ୟକ୍ରମ ଓ ଇଭେଣ୍ଟ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କରଦାତାମାନଙ୍କୁ ଦେଶ ପ୍ରତି ଯୋଗଦାନକୁ ସମ୍ମାନ ଦେବା ପାଇଁ ସମ୍ପର୍କ କାର୍ଯ୍ୟକ୍ରମ, କରଦାତା ସମ୍ମାନ କାର୍ଯ୍ୟକ୍ରମ, ସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ କମ୍ପ୍ୟୁଟର ଭାବରେ ସମ୍ବଳରେ ଉନ୍ନତି ପାଇଁ ଯୋଗଦାନ, ବିଭିନ୍ନ ବିଭାଗୀୟ କର୍ମଚାରୀ, ଅନାଥାଶ୍ରମ/ବୃଦ୍ଧାଶ୍ରମ କୁ ସ୍ବଇଚ୍ଛାରେ ଟୋକନ୍ ଦାନ, ରକ୍ତ ଦାନ ଶିବିରର ଆୟୋଜନର, ସ୍ବାସ୍ଥ୍ୟ ପରୀକ୍ଷା ଏବଂ କୋଭିଡ୍ ଟିକାକରଣ ଶିବିର ବ୍ୟବସ୍ଥା, ବୃକ୍ଷରୋପଣ ତଥା ସ୍ବଚ୍ଛତା ଅଭିଯାନ ସାମିଲ୍ ରହିଛି। ଏହା ବ୍ୟତୀତ ଅର୍ଦ୍ଧ ମାରାଥନ, ସାଇକ୍ଲୋଥନ, ପିଲା ଏବଂ ଯୁବକମାନଙ୍କ ପାଇଁ କର ସାକ୍ଷରତାରେ ବୋର୍ଡ଼ ଗେମ୍ସର ବିତରଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ ଏବଂ ଅନ୍ୟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।
ଆୟକର ବିଭାଗକୁ ପଠାଇଥିବା ନିଜର ବାର୍ତ୍ତାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ କହିଛନ୍ତି ଯେ ନିକଟରେ ସରକାରଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ସଂସ୍କାର ଦ୍ବାରା ଏକ ବିଶ୍ବାସ ଆଧାରିତ କର ପ୍ରଣାଳୀକୁ ସୁନିଶ୍ଚିତ କରାଯାଇଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ କରଦାତାମାନେ କର ସଂଗ୍ରହରେ ସଂସ୍କାର ଏବଂ ଆୟକର ରିଟର୍ଣ୍ଣର ସଂଖ୍ୟାରେ ବୃଦ୍ଧି ସହିତ ଏହି ବିଶ୍ବାସ ଆଧାରିତ ଦୃଷ୍ଟିକୋଣର ପ୍ରକାଶ କରିଛନ୍ତି। ଶ୍ରୀମତୀ ସୀଥାରମଣ ନୀତିଗତ ସଂସ୍କାରକୁ ସଫଳତାପୂର୍ବକ କାର୍ଯ୍ୟକାରୀ ଏବଂ ଏହାକୁ କରଦାତାଙ୍କ ପାଇଁ କେନ୍ଦ୍ର ସଙ୍ଗଠନ ଭାବରେ ପ୍ରଭାବଶାଳୀ କରିଥିବାରୁ ଆୟକର ବିଭାଗର ପ୍ରଶଂସା କରିଛନ୍ତି। ଅର୍ଥ ମନ୍ତ୍ରୀ ଗତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ 14 ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ପାଇଁ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆଶା କରିଛନ୍ତି ଯେ ବିଭାଗ ଚଳିତ ଆର୍ଥିକ ବର୍ଷରେ ମଧ୍ୟ ଏହି ପ୍ରଦର୍ଶନକୁ ବଜାୟ ରଖିବ।
କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ନିଜର ବାର୍ତ୍ତାରେ କହିଛନ୍ତି ଯେ କର ବିଭାଗର ଦାୟୀତ୍ବ କେବଳ ଦକ୍ଷ ଏବଂ ପ୍ରଭାବଶାଳୀ କର ପ୍ରଶାସନ ମଧ୍ୟରେ ସୀମିତ ନୁହେଁ, ବରଂ ସଚ୍ଚୋଟ କରଦାତାଙ୍କୁ ସମ୍ମାନିତ କରିବା ଏବଂ ଉନ୍ନତ କରଦାତା ସୁବିଧା ଉପଲବ୍ଧ କରାଇବା ମଧ୍ୟ ତାଙ୍କର କାମ ଅଟେ। ସେ ଆଜିର ସମୟରେ ଲୋକମାନଙ୍କର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁରୂପ ନିଜ ଠାରେ ପରିବର୍ତ୍ତନ ଆଣିବା ଏବଂ ନିଜର କାର୍ଯ୍ୟକୁ ପାରଦର୍ଶୀ କରିବା, ବିନା ହସ୍ତକ୍ଷେପ ଏବଂ କରଦାତାଙ୍କ ଅନୁକୂଳ କରିବା ପାଇଁ ବିଭାଗର ପ୍ରଶଂସା କରିଛନ୍ତି।
ନିଜର ବାର୍ତ୍ତାରେ, କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ, ଡା. ଭାଗବତ କିଶନରାଓ କରାଡ଼ କହିଛନ୍ତି ଯେ ଆୟକର ବିଭାଗ ଦେଶର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସେ ଅନେକ ସଂସ୍କାରକୁ ଲାଗୁ କରିଥିବା ହେତୁ ବିଭାଗର ପ୍ରଶଂସା କରିଛନ୍ତି ଯେଉଁଥିରେ କରଦାତା ଏବଂ ଅନ୍ୟ ହିତାଧିକାରୀମାନଙ୍କ ସହିତ ନିଜର ସଂପୃକ୍ତିକୁ ପୁଣି ଥରେ ପରିଭାଷିତ କରିବାର କ୍ଷମତା ରହିଛି।
ରାଜସ୍ବ ସଚିବ ଶ୍ରୀ ତରୁଣ ବଜାଜ ନିଜର ବାର୍ତ୍ତାରେ ସକାରାତ୍ମକ ପରିବର୍ତ୍ତନକୁ ଗ୍ରହଣ କରି ଏବଂ କରଦାତାମାନଙ୍କୁ ସମୟବଦ୍ଧ ସେବା ପ୍ରଦାନ କରିବା ପାଇଁ ନିଜକୁ ଏକ ସକ୍ଷମ ସଙ୍ଗଠନ ଭାବରେ ପ୍ରମାଣିତ କରିଥିବା ହେତୁ ବିଭାଗର ପ୍ରଶଂସା କରିଛନ୍ତି। ସେ ସଦ୍ୟତମ ଘଟଣାକ୍ରମ ସହିତ ନିଜକୁ ଅପଡେଟ୍ ରଖିବା ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଡାଟା ଇଣ୍ଟେଲିଜେନ୍ସ ପରି ଆଧୁନିକ ପ୍ରଯୁକ୍ତିସମୂହ ଏବଂ ବିନା ହସ୍ତକ୍ଷେପରେ ରାଜସ୍ବ ସଂଗ୍ରହ କରିବା ପାଇଁ ଡାଟା ଆନାଲିଟିକ୍ସର ସାଧନକୁ ଉପଯୋଗ କରିଥିବା ହେତୁ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ବିଭାଗ ଦ୍ବାରା ଆୟୋଜିତ ବିଭିନ୍ନ କରଦାତା ସମ୍ପର୍କ କାର୍ଯ୍ୟକ୍ରମକୁ ଏବେ କରଦାତା ଏବଂ ବିଭାଗ ମଧ୍ୟରେ ପରସପର ବିଶ୍ବାସ ତଥା ସମ୍ମାନର ପରିବେଶ ପ୍ରସ୍ତୁତ କରିବା ଦିଗରେ ବହୁତ କାମ କରିବାକୁ ହେବ।
ସିବିଡିଟି ଚେୟାରମ୍ୟାନ ଶ୍ରୀ ନିତିନ ଗୁପ୍ତା ନିଜର ବାର୍ତ୍ତାରେ, ଆର୍ଥିକ ବର୍ଷ 2021-22 ରେ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ 14.09 ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହଣ ପାଇଁ ବିଭାଗକୁ ଅଭିନନ୍ଦନ ଜଣାଇବା ସହିତ ବିଭାଗର କର୍ମଚାରୀମାନଙ୍କୁ ଆରାମ ନକରି କଠିନ ପରିଶ୍ରମ ଜାରି ରଖିବାର ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଟାକ୍ସପେୟର ଚାର୍ଟରଙ୍କ ସଠିକ୍ ଭାବନା ସହିତ କରଦାତାମାନଙ୍କର ଅଭିଯୋଗର ତ୍ବରିତ ସମାଧାନ ସର୍ବଦା ତାଙ୍କର ପ୍ରାଥମିକତା ରହିବ। ସେ ଆଶା ପ୍ରକାଶ କରିଛନ୍ତି ଯେ ବିଭାଗ ପୂର୍ବ ପରି ସମାନ ସେବା କେନ୍ଦ୍ରିତ ଦୃଷ୍ଟିକୋଣ, ସଠିକ୍ ମୂଲ୍ୟ ଏବଂ ନୀତି ଦ୍ବାରା ମଜବୁତ କରିବା ଦିଗରେ କାମ କରିବା ଜାରି ରଖିବ। ସିବିଡିଟି ଚେୟାରମ୍ୟାନ ସମ୍ବାଦ ମାଧ୍ୟମରେ କରଦାତା ଓ ହିତାଧିକାରୀ ମାନଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି ଯାହାକି ବିଭାଗର ୟୁଟ୍ୟୁବ ଚାନେଲ୍ ମାଧ୍ୟମରେ ପ୍ରସାରିତ ହୋଇଛି।
ଆୟକର ଦିବସର ଆୟୋଜନ ବିଭାଗୀୟ କର୍ମଚାରୀମାନଙ୍କ ପାଇଁ ଦେଶର ସେବାରେ ଏପର୍ଯ୍ୟନ୍ତର ଯାତ୍ରାକୁ ଦେଖିବା ଏବଂ ଦେଶର ବିକାଶରେ ଯୋଗଦାନ ଦେବା ପାଇଁ ନିଜକୁ ପୁଣିଥରେ ସମର୍ପିତ କରିବାର ଅବସର ଭାବରେ କାର୍ଯ୍ୟ କରୁଛି।
BS
(ରିଲିଜ ଆଡି: 1844471)
ପରିଦର୍ଶକ କାଉଣ୍ଟର : 240