ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପି ଭି ସିନ୍ଧୁଙ୍କୁ ତାଙ୍କର ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 17 JUL 2022 2:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପି ଭି ସିନ୍ଧୁଙ୍କୁ ତାଙ୍କର ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଏହା ଦେଶ ପାଇଁ ଗର୍ବର ମୁହୂର୍ତ୍ତ ଏବଂ ଆଗାମୀ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।

 କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 “ମୁଁ ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିବା ପାଇଁ ପି ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଉଛି । ସେ ପୁଣିଥରେ ନିଜର ଅତୁଳନୀୟ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଛନ୍ତି ଏବଂ ସଫଳତା ହାସଲ କରିଛନ୍ତି । ଏହା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଆଗାମୀ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।”

HS


(रिलीज़ आईडी: 1842210) आगंतुक पटल : 191
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam