ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଟୀକାକରଣ ୨୦୦ କୋଟି ଡୋଜ ଅତିକ୍ରମ କରିଥିବାରୁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 JUL 2022 1:21PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଉପରେ ଉଲ୍ଲେଖନୀୟ ଭରସା ପ୍ରଦର୍ଶନ କରି ୨୦୦ କୋଟି କୋଭିଡ-୧୯ ଟିକା ଡୋଜର ବିଶେଷ ସଂଖ୍ୟା ଅତିକ୍ରମ କରିଥିବାରୁ ଭାରତର ଲୋକଙ୍କୁ ପ୍ରଶଂସା କରିଛନ୍ତି ଏହି ଅଭିଯାନରେ ଡାକ୍ତର, ନର୍ସ, ଆଗଧାଡିର କର୍ମଚାରୀ, ବୈଜ୍ଞାନିକ, ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କ ଆବେଗ ଏବଂ ନିଷ୍ଠାକୁ ସେ ପ୍ରଶଂସା କରିଛନ୍ତି

 କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଘୋଷଣାର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି:

 “ଭାରତ ପୁଣି ଇତିହାସ ସୃଷ୍ଟି କରିଛି! ୨୦୦ କୋଟି ଟିକା ଡୋଜର ବିଶେଷ ସୀମା ଅତିକ୍ରମ କରିଥିବାରୁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଭାରତର ଟୀକାକରଣ ଅଭିଯାନକୁ ଗତି ଦେବା ସହିତ ଅଦ୍ୱିତୀୟ କରିବାରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ପାଇଁ ଗର୍ବିତ ଏହା କୋଭିଡ-୧୯ ବିରୋଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ ମଜବୁତ କରିଛି

 ଏହି ଟିକାକରଣରେ ସଂପୂର୍ଣ୍ଣ ଭାବେ ଭାରତର ଲୋକମାନେ ବିଜ୍ଞାନ ଉପରେ ଉଲ୍ଲେଖନୀୟ ବିଶ୍ୱାସ ପ୍ରଦର୍ଶନ କରିଛନ୍ତି ଆମର ଡାକ୍ତର, ନର୍ସ, ଆଗଧାଡିର କର୍ମଚାରୀ, ବୈଜ୍ଞାନିକ, ଉଦ୍ଭାବକ ଏବଂ ଉଦ୍ୟୋଗୀ ଏକ ନିରାପଦ ବିଶ୍ୱ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମୁଁ ସେମାନଙ୍କର ଆବେଗ ଏବଂ ନିଷ୍ଠାକୁ ପ୍ରଶଂସା କରୁଛି

HS


(ରିଲିଜ ଆଡି: 1842165) ପରିଦର୍ଶକ କାଉଣ୍ଟର : 219