ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ଦୁଃଖଦ ମୃତ୍ୟୁରେ ଦୁଃଖ ଓ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ


ଆବେ ସିଞ୍ଜୋଙ୍କ ସମ୍ମାନାର୍ଥେ ଜୁଲାଇ ୯, ୨୦୨୨ରେ ଦିନିକିଆ ଜାତୀୟ ଶୋକଦିବସ ଘୋଷଣା

Posted On: 08 JUL 2022 3:52PM by PIB Bhubaneshwar

ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ଦୁଃଖଦ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ଓ ଦୁଃଖ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ ଶ୍ରୀ ଆବେଙ୍କ ସହ ସମ୍ପର୍କ ଓ ବନ୍ଧୁତାକୁ ସୂଚାଇବା ସହ ଭାରତ- ଜାପାନ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ଭାଗିଦାରୀ ସ୍ତରକୁ ଆଣିବାରେ ଶ୍ରୀ ଆବେଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋଚନା କରିଛନ୍ତି । ଆବେ ସିଞ୍ଜୋଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ଶ୍ରୀ ମୋଦୀ ଜୁଲାଇ ୯, ୨୦୨୨ରେ ଦିନିକିଆ ଜାତୀୟ ଶୋକଦିବସ ଘୋଷଣା କରିଛନ୍ତି । ନିକଟରେ ଆବେ ସିଞ୍ଜୋଙ୍କ ସହ ଟୋକିଓରେ ହୋଇଥିବା ବୈଠକର ଏକ ଫଟୋ ପ୍ରଧାନମନ୍ତ୍ରୀ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ ଜଣାଇଛନ୍ତି;

“ମୋର ଅନ୍ୟତମ ଅତିପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଦୁଃଖଦ ମୃତ୍ୟୁରେ ମୁ ଚକିତ ଓ ଦୁଃଖିତ । ସେ ଜଣେ ବିଶ୍ୱସ୍ତରୀୟ ରାଜନେତା, ଜଣେ ଭଲ ନେତା ଓ  ଯୋଗ୍ୟ ପ୍ରଶାସକ ଥିଲେ । ଜାପାନ ଓ ବିଶ୍ୱକୁ ଅପେକ୍ଷାକୃତ ଭଲ ସ୍ଥାନରେ ପରିଣତ କରିବା ପାଇଁ ସେ ନିଜ ଜୀବନ ଉତ୍ସର୍ଗ କଲେ ।”      

ଶ୍ରୀ ଆବେଙ୍କ ସହ ମୋ ସମ୍ପର୍କ ବହୁ ପୁରୁଣା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସହ ମୋ ପରିଚୟ ହୋଇଥିଲା ଓ ଏହି ବନ୍ଧୁତା ମୁଁ ପ୍ରଧାନମନ୍ତ୍ରୀ ହେବାଯାଏଁ ଅକ୍ଷୂର୍ଣ୍ଣ ରହିଥିଲା । ଅର୍ଥନୀତି ଓ ବିଶ୍ୱ ପ୍ରସଙ୍ଗରେ ତାଙ୍କର ତୀକ୍ଷ୍ମ ଅନ୍ତର୍ଦୃଷ୍ଟି ମତେ ଗଭୀର ଭାବେ ପ୍ରଭାବିତ କରୁଥିଲା ।”   

ନିକଟରେ ମୋର ଜାପାନ ଗସ୍ତ ବେଳେ ଶ୍ରୀ ଆବେଙ୍କୁ ପୁଣିଥରେ ଭେଟିବାର ସୁଯୋଗ ମିଳିଥିଲା ଓ ଆମେ ବହୁ ପ୍ରସଙ୍ଗରେ ଆଲୋଚନା କରିଥିଲୁ । ସବୁବେଳ ଭଳି ସେ ଚାତୁର୍ଯ୍ୟପୂର୍ଣ୍ଣ ଓ ଅନ୍ତର୍ଦୃଷ୍ଟିସମ୍ପନ୍ନ ଥିଲେ । ମୁଁ ଜାଣିନଥିଲି ଯେ, ଏହା ଆମର ଶେଷ ଦେଖାସାକ୍ଷାତ ହେବ । ଆବେଙ୍କ ପରିବାର ଓ ଜାପାନ ନାଗରିକମାନଙ୍କୁ ସମବେଦନା ଜଣାଉଛି ।”     

ଭାରତ- ଜାପାନ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ଓ ବୈଶିକ ଭାଗିଦାରୀ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାରେ ଶ୍ରୀ ଆବେଙ୍କ ବିଶେଷ ଅବଦାନ ଥିଲା । ଆଜି ସାରା ଭାରତ ଜାପାନ ସହିତ ଶୋକ ପାଳନ କରୁଛି ଓ ଶୋକର ଏହି ମୁହୂର୍ତ୍ତରେ ଆମେ ଜାପାନୀ ଭାଇଭଉଣୀଙ୍କ ସହ ଛିଡା ହୋଇଛୁ ।”   

ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ପ୍ରତି ସମ୍ମାନର ପ୍ରତୀକ ଭାବେ ଜୁଲାଇ ୯, ୨୦୨୨ରେ ଦିନିକିଆ ଜାତୀୟ ଶୋକଦିବସ ପାଳନ କରାଯିବ ।”  



SR



(Release ID: 1840252) Visitor Counter : 120