ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି -୭ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 27 JUN 2022 9:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍୨୭, ୨୦୨୨ ରେ ଜର୍ମାନୀର ସ୍ଲୋସ୍ଏଲାମୁ ଠାରେ ଜି- ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ସିରିଲ୍ ରାମାଫୋସାଙ୍କୁ ଭେଟିଛନ୍ତି

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ବିଶେଷକରି ୨୦୧୯ ରେ ସହଯୋଗ ରଣନୀତିକ କାର୍ଯ୍ୟକ୍ରମ ସ୍ୱାକ୍ଷରିତ ହେବା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ ସେମାନେ ପ୍ରତିରକ୍ଷା, ଶିକ୍ଷା ଏବଂ କୃଷି କ୍ଷେତ୍ରରେ ହାସଲ କରିଥିବା ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଯଥା ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଖାଦ୍ୟ ନିରାପତ୍ତା, ପ୍ରତିରକ୍ଷା, ଔଷଧ, ଡିଜିଟାଲ ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଦକ୍ଷତା ବିକାଶ, ବୀମା, ସ୍ୱାସ୍ଥ୍ୟ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ ଭଳି କ୍ଷେତ୍ରରେ ସହଯୋଗର ଆବଶ୍ୟକତାକୁ ଦୋହରାଇଥିଲେ

ଉଭୟ ନେତା ଜୁନ୍ ୨୦୨୨ ରେ ଡବ୍ଲ୍ୟୁଟିଓ ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି ଯାହା ବିକାଶଶୀଳ ଦେଶମାନଙ୍କରେ କୋଭିଡ-୧୯ ଟିକା ଉତ୍ପାଦନକୁ ସମର୍ଥନ କରେ କୋଭିଡ-୧୯ ନିରାକରଣ, ପ୍ରତିରୋଧ କିମ୍ବା ଚିକିତ୍ସା ସମ୍ବନ୍ଧରେ ଟିଆରଆଇପିଏସ୍ଚୁକ୍ତିନାମାର କେତେକ ନିୟମାବଳୀ କାର୍ଯ୍ୟକାରୀ ହେବା ଉପରେ ସମସ୍ତ ଡବ୍ଲ୍ୟୁଟିଓ ସଦସ୍ୟଙ୍କ ପାଇଁ ଛାଡ ପ୍ରସ୍ତାବ ଦେଇ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ପ୍ରସ୍ତାବ ଦାଖଲ କରିଥିଲେ

ବହୁପକ୍ଷୀୟ ସଂସ୍ଥାଗୁଡ଼ିକରେ ନିରନ୍ତର ସମନ୍ୱୟ ଏବଂ ସେମାନଙ୍କର ସଂସ୍କାରର ଆବଶ୍ୟକତା ବିଶେଷ ଭାବରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା

HS



(Release ID: 1837766) Visitor Counter : 157