ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
azadi ka amrit mahotsav

ଜୁଲାଇ ପହିଲାରୁ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ


୧ ଜୁଲାଇ ୨୦୨୨ ଠାରୁ ଚିହ୍ନଟ କରାଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡ଼ିକ ଉପରେ ନିଷେଧାଦେଶ କାର୍ଯ୍ୟକାରୀ ହେବ

ନିଷେଧାଦେଶ ଜାରି କରାଯାଇଥିବା ଥରେ ମାତ୍ର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡ଼ିକର ବେଆଇନ ପ୍ରସ୍ତୁତି, ଆମଦାନୀ, ଗଚ୍ଛିତକରଣ, ବିତରଣ, ବିକ୍ରୟ ଏବଂ ବ୍ୟବହାରକୁ ଯାଂଚ କରିବା ନିମନ୍ତେ ନିୟନ୍ତ୍ରଣ କକ୍ଷ ଗୁଡିକ ସ୍ଥାପନ କରାଯିବ

କେବଳ ସମସ୍ତ ହିତାଧିକାରୀଙ୍କ ପ୍ରଭାବଶାଳୀ ଯୋଗଦାନ ଏବଂ ମିଳିତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ହିଁ ଏହି ନିଷେଧାଦେଶ ସଫଳତା ଲାଭ କରିବା ସମ୍ଭବପର

ଏସ୍‌ୟୁପି ଗୁଡ଼ିକ ଉପରେ ନିଷେଧାଦେଶ ଲଗାଇବା ନିମନ୍ତେ ଜନସାଧାରଣଙ୍କ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ

Posted On: 28 JUN 2022 1:04PM by PIB Bhubaneshwar

ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାରକୁ ୨୦୨୨ ସୁଦ୍ଧା ପର୍ଯ୍ୟାୟ କ୍ରମେ ବହିଷ୍କାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆ ଯାଇଥିବା ଆହ୍ୱାନ ଅନୁସାରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୨ ଅଗଷ୍ଟ ୨୦୨୧ରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସଂଶୋଧନ ନିୟମ ଅଧିସୂଚିତ କରିଛନ୍ତି । ଆଜାଦୀର ଅମୃତ ମହୋତ୍ସବ ଭାବନାକୁ ଆହୁରି ଅଧିକ ଆଗେଇ ନେଇ, ଦେଶ ଦ୍ୱାରା ଅଳିଆ ଆବର୍ଜନା ଏବଂ ଅଣପରିଚାଳିତ ପ୍ଲାଷ୍ଟିକ୍ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ନିମନ୍ତେ ଏକ ନିର୍ଣ୍ଣାୟକ ପଦକ୍ଷେପ ନିଆ ଯାଉଛି । ଭାରତ ୧ ଜୁଲାଇ ୨୦୨୨ରୁ ସମଗ୍ର ଦେଶରେ ଚିହ୍ନଟ କରା ଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକ, ଯାହାର ଉପଯୋଗିତା କମ୍ ଏବଂ ଆବର୍ଜନା ସୃଷ୍ଟି କରିବାର ସାମର୍ଥ୍ୟ ଅଧିକ ଅଟେ, ସେଗୁଡିକର ଉତ୍ପାଦନ, ଆମଦାନୀ, ଗଚ୍ଛିତ କରଣ, ବିତରଣ, ବିକ୍ରି ଏବଂ ବ୍ୟବହାର ଉପରେ ନିଷେଧାଦେଶ ଲଗାଇବ ।

ସାମୁଦ୍ରିକ ବାତାବରଣ ସହିତ ସ୍ଥଳ ଭାଗ ଏବଂ ଜଳ ଭାଗର ପାରିବେଶିକ ବ୍ୟବସ୍ଥା ଉପରେ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ପ୍ରତିକୂଳ ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱ ସ୍ତରରେ ସ୍ୱୀକାର କରା ଯାଇଛି । ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକ କାରଣରୁ ହେଉଥିବା ପ୍ରଦୂଷଣକୁ ଦୂର କରିବା ସମସ୍ତ ଦେଶ ଗୁଡିକ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପାରିବେଶିକ ଆହ୍ୱାନ ହୋଇ ଯାଇଛି ।

୨୦୧୯ରେ ଅନୁଷ୍ଠିତ ଚତୁର୍ଥ ମିଳିତ ଜାତିସଂଘର ପରିବେଶ ସଭାରେ, ଭାରତ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ପ୍ରଦୂଷଣ ସମ୍ପର୍କରେ ସମ୍ବୋଧିତ କରି ଏକ ପ୍ରସ୍ତାବର ସଂଚାଳନ କରିଥିଲା, ଯେଉଁଥିରେ ବିଶ୍ୱ ସମୁଦାୟକୁ ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା ନିମନ୍ତେ ଜରୁରୀ ଆବଶ୍ୟକତା ରହିଥିବା ସ୍ୱୀକାର କରା ଯାଇଥିଲା । ୟୁଏନ୍‌ଇଏ ୪ରେ ଏହି ପ୍ରସ୍ତାବକୁ ଗ୍ରହଣ କରିବା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ନିକଟରେ ମାର୍ଚ୍ଚ ୨୦୨୨ରେ ସମ୍ପନ୍ନ ହୋଇଥିବା ମିଳିତ ଜାତିସଂଘ ପରିବେଶ ସଭାର ପଂଚମ ଅଧିବେଶନରେ, ଭାରତ ପ୍ଲାଷ୍ଟିକ୍ ପ୍ରଦୂଷଣ ଉପରେ ବିଶ୍ୱ ଅଭିଯାନ କାର୍ଯ୍ୟର ସଙ୍କଳ୍ପ ଉପରେ ଏକ ସାଧାରଣ ସହମତିକୁ ବିକଶିତ କରିବା ନିମନ୍ତେ ସମସ୍ତ ସଦସ୍ୟ ରାଷ୍ଟ୍ର ଗୁଡିକ ସହିତ ଗଠନମୂଳକ ଭାବରେ ଯୋଡି ହୋଇଥିଲା ।

ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ନିଷେଧ କରା ଯାଇଥିବା ସାମଗ୍ରୀ ଗୁଡିକର ତାଲିକାରେ ପ୍ଲାଷ୍ଟିକ୍ କାଠି ଲାଗିଥିବା କାନ ସଫା କରାଯାଉଥିବା ବଡ୍‌, ବେଲୁନ୍ ପାଇଁ ବ୍ୟବହାର  କରା ଯାଉଥିବା ପ୍ଲାଷ୍ଟିକ୍‌,  ପ୍ଲାଷ୍ଟିକ୍ ପ୍ରସ୍ତୁତ ପତାକା, କ୍ୟାଣ୍ଡିର କାଠି, ଆଇସ୍‌କ୍ରିମ୍‌ରେ ବ୍ୟବହାର କରାଯାଉଥିବା କାଠି, ସାଜସଜା ନିମନ୍ତେ ବ୍ୟବହୃତ ହେଉଥିବା ପଲଷ୍ଟିରିନ୍ (ଥର୍ମୋକଲ୍‌), ପ୍ଲାଷ୍ଟିକର ପ୍ଲେଟ୍‌, କପ୍‌, ଗ୍ଲାସ୍‌, ପ୍ଲାଷ୍ଟିକ୍‌ର କଟଲେରୀ, ଯଥା, ପ୍ଲାଷ୍ଟିକ୍ କଂଟା ଚାମଜ, ଛୁରୀ, ଚାମଚ, ନଳୀ, ଟ୍ରେ, ମିଠା ବାକ୍ସ ଉପରେ ଗୁଡା ଯାଉଥିବା ରାପର, ନିମନ୍ତ୍ରଣ କାର୍ଡ, ସିଗାରେଟ୍ ଖୋଳ, ୧୦୦ ମାଇକ୍ରୋନ୍‌ରୁ କମ୍ ପ୍ଲାଷ୍ଟିକ୍ କିମ୍ବା ପିଭିସି ବ୍ୟାନର, ଷ୍ଟିରର୍ ଇତ୍ୟାଦି ସାମିଲ୍ ଅଟେ । 

ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସଂଶୋଧନ ନିୟମ, ୨୦୨୧, ୩୦ ସେପ୍ଟେମ୍ବର, ୨୦୨୧ରୁ ପଂଚସ୍ତରି ମାଇକ୍ରୋନ୍‌ରୁ କମ୍ ମୋଟା ହୋଇଥିବା ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ୍‌ର ଉତ୍ପାଦନ, ଆମଦାନୀ, ଗଚ୍ଛିତ କରଣ, ବିତରଣ, ବିକ୍ରି ଏବଂ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ଏବଂ ଏହାର ମୋଟା ୧୨୦ ମାଇକ୍ରନ୍ ଠାରୁ ଯେପରି କମ୍ ରହିବ ୩୧ ଡିସେମ୍ବର, ୨୦୨୨ରୁ ତାହା ପ୍ରଭାବଶାଳୀ ରହିବ ।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୬ ଫେବୃୟାରୀ ୨୦୨୨ରେ ମଧ୍ୟ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ସଂଶୋଧନ ନିୟମ, ୨୦୨୨ ରୂପରେ ପ୍ଲାଷ୍ଟିକ୍ ପ୍ୟାକେଜିଂ ଉପରେ ସମ୍ପ୍ରସାରିତ ଉତ୍ପାଦକ ମାନଙ୍କର ଦାୟିତ୍ୱ ଗୁଡିକ ଉପରେ ନିର୍ଦ୍ଦେଶାବଳୀ ଗୁଡିକରେ ମଧ୍ୟ ଅଧିସୂତିତ କରିଛି । ସମ୍ପ୍ରସାରିତ ଉତ୍ପାଦକ ଦାୟିତ୍ୱ (ଇପିଆର) ହେଉଛି ଉତ୍ପାଦର ଜୀବନ ଚକ୍ର ଶେଷ ହେବା ପର୍ଯ୍ୟନ୍ତ ଏହାର ପରିବେଶ ନିମନ୍ତେ ପରିବେଶ ଅନୁକୂଳ ଭିତିରେ ପରିଚାଳନା ଜଣେ ଉତ୍ପାଦକଙ୍କର ଦାୟିତ୍ୱ । ଏହି ନିର୍ଦ୍ଦେଶାବଳୀ ଗୁଡିକ ପ୍ଲାଷ୍ଟିକ୍ ପ୍ୟାକେଜିଂ ବର୍ଜ୍ୟ ବସ୍ତୁର ବୃତାକାର ଅର୍ଥନୀତିକୁ ମଜଭୁତ କରିବା, ପ୍ଲାଷ୍ଟିକ୍ ପ୍ୟାକେଜିଂ ପାଇଁ ନୂତନ ବିକଳ୍ପର ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବହାର ଦ୍ୱାରା ପରିପୋଷଣୀୟ ପ୍ଲାଷ୍ଟିକ୍ ପ୍ୟାକେଜିଂ ଆଡକୁ ଆଗେଇବା ପାଇଁ ଆଗୁଆ ପଦକ୍ଷେପ ପ୍ରଦାନ କରିବା ନିମନ୍ତେ ଏକ ଢାଂଚା ପ୍ରଦାନ କରିବ ।

ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ୟୁନିଟ୍ ଗୁଡିକ ନିମନ୍ତେ ସାମର୍ଥ୍ୟ ନିର୍ମାଣ କର୍ମଶାଳା ଗୁଡିକର ଆୟୋଜନ କରା ଯାଉଛି, ଫଳରେ ସେମାନଙ୍କୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ପେଟ୍ରୋକେମିକାଲ୍ସ ଇିଞ୍ଜିନିୟରିଂ ସଂସ୍ଥାନ  (ସିଆଇପିଇଟି ) ଏବଂ ତାହାର ରାଜ୍ୟ କେନ୍ଦ୍ର ଗୁଡିକ ସହିତ ସିପିସିବି/ ଏସ୍‌ପିସିବି/ ପିସିସିର ଭାଗିଦାରୀରେ ନିଷେଧ କରା ଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ବିକଳ୍ପର ଉତ୍ପାଦନ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରା ଯାଇ ପାରିବ ।  ନିଷିଦ୍ଧ କରା ଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌କୁ ବହିଷ୍କାର କରିବା କ୍ଷେତ୍ରରେ ଏହିଭଳି ଉଦ୍ୟୋଗ ଗୁଡିକୁ ସହାୟତା ପ୍ରଦାନ କରିବା ନିମନ୍ତେ ମଧ୍ୟ ବ୍ୟବସ୍ଥା କରା ଯାଇଛି ।

ନବସୃଜନକୁ ପ୍ରୋତ୍ସାହିତ କରିବା ତଥା ସମଗ୍ର ଦେଶରେ ତ୍ୱରିତ ପ୍ରବେଶ ଏବଂ ବିକଳ୍ପ ଗୁଡିକର ଉପଲବ୍ଧତା ନିମନ୍ତେ ପାରିବେଶିକ ବ୍ୟବସ୍ଥା ପ୍ରଦାନ କରିବା ନିମନ୍ତେ ଭାରତ ସରକାର ମଧ୍ୟ ପଦକ୍ଷେପମାନ ନେଇଛନ୍ତି ।

ଚିହ୍ନିତ କରା ଯାଇଥିବା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଠିକ୍ ସାମଗ୍ରୀ ଗୁଡିକ ଉପରେ ୧ ଜୁଲାଇ ୨୦୨୨ରୁ ନିଷେଧାଦେଶର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ, ଜାତୀୟ ତଥା ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ ଗଠନ କରାଯିବ ଏବଂ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ର ବେଆଇନ୍ ଉତ୍ପାଦନ, ଆମଦାନୀ, ଗଚ୍ଛିତ କରଣ, ବିତରଣ, ବିକ୍ରୟ ଏବଂ ବ୍ୟବହାରକୁ ଯାଂଚ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକାରୀ ଦଳ ଗଠନ କରାଯିବ । ନିଷିଦ୍ଧ କରା ଯାଇଥିବା ଯେ କୌଣସି ପ୍ରକାରର ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ଆନ୍ତଃରାଜ୍ୟ ଚାଲାଣ ବନ୍ଦ କରିବା ନିମନ୍ତେ ସୀମା ଯାଂଚ ପଏଂଟ ସ୍ଥାପନ କରିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକୁ କୁହା ଯାଇଛି ।

ପ୍ଲାଷ୍ଟିକ୍ ବିପଦକୁ ରୋକିବାରେ ନାଗରିକ ମାନଙ୍କୁ ସଶକ୍ତ କରିବା ପାଇଁ ସିପିସିବି ଗ୍ରିଭାନ୍ସ (ଅଭିଯୋଗ) ସମାଧାନ ଆପ୍ ଆରମ୍ଭ କରା ଯାଇଛି । ଜନସାଧାରଣଙ୍କ ନିକଟରେ ବ୍ୟାପକ ଭାବରେ ପହଂଚିବା ପାଇଁ ପ୍ରକ୍ରିତି (PRAKRITI) - ମାସ୍କଟ୍‌କୁ ମଧ୍ୟ ୫ ଏପ୍ରିଲ୍‌ରେ ଉନ୍ମୋଚନ କରା ଯାଇଥିଲା ।

ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ର ବିଲୋପକରଣ କରିବା ଦିଗରେ ସରକାର ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଏହି ସଚେତନତା ଅଭିଯାନରେ ଉଦ୍ୟୋଗୀ ତଥା ଷ୍ଟାର୍ଟଅପ୍‌, ଶିଳ୍ପ, କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ ସରକାର, ନିୟାମକ ସଂସ୍ଥା, ବିଶେଷଜ୍ଞ, ନାଗରିକ ସଙ୍ଗଠନ ସମୂହ, ଆର୍ ଆଣ୍ଡ ଡି ଏବଂ ଶୈକ୍ଷିକ ଅନୁଷ୍ଠାନ ଗୁଡିକ ଏକାଠି ହୋଇଛନ୍ତି ।

ମନ୍ତ୍ରଣାଳୟର ଏହା ବିଶ୍ୱାସ ରହିଛି ଯେ, ହିତାଧିକାରୀ ମାନଙ୍କର ପ୍ରଭାବଶାଳୀ ଯୋଗଦାନ ଏବଂ ମିଳିତ କାର୍ଯ୍ୟ ତଥା ଉତ୍ସାହର ସହିତ ଭାଗିଦାରୀତା ଦ୍ୱାରା ଏହି ନିଷେଧାଦେଶର ସଫଳତା ସମ୍ଭବପର ହୋଇ ପାରିବ ।

*****

 

SSP



(Release ID: 1837725) Visitor Counter : 253