ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେନ୍ଦ୍ର ସରକାର ଆସାମର ବନ୍ୟା ପରିସ୍ଥିତିକୁ ନିରନ୍ତର ତଦାରଖ କରୁଛନ୍ତି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
23 JUN 2022 8:55PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆସାମରେ ବନ୍ୟା ପରିସ୍ଥିତିକୁ କେନ୍ଦ୍ର ସରକାର ନିରନ୍ତର ତଦାରଖ କରୁଛନ୍ତି ଏବଂ ଏହି ସୃଷ୍ଟି ହୋଇଥିବା ଆହ୍ୱାନକୁ ଦୂର କରିବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗତ କିଛି ଦିନ ହେବ ଆସାମର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଆସାମର ସ୍ଥିତିକୁ କେନ୍ଦ୍ର ସରକାର ନିୟମିତ ଭାବେ ତଦାରଖ କରୁଛନ୍ତି ଏବଂ ଏହି ସମସ୍ୟାକୁ ଦୂର କରିବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ।”
“ସେ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ସେନା ଏବଂ ଏନଡିଆରଏଫ ଦଳ ଉପସ୍ଥିତ ଅଛନ୍ତି । ସେମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ବାୟୁସେନା ସ୍ଥାନାନ୍ତର ପ୍ରକ୍ରିୟାର ଏକ ଅଂଶ ଭାବରେ ୨୫୦ ରୁ ଅଧିକ ଥର ଉଡାଣ କରିଛି ।”
“ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଆସାମ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀମାନେ ଜିଲ୍ଲାରେ ଦିନରାତି କାର୍ଯ୍ୟ କରୁଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ମୁଁ ପ୍ରଭାବିତ ଅଞ୍ଚଳର ସମସ୍ତଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି ଏବଂ ସେମାନଙ୍କୁ ପୁଣି ଥରେ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଉଛି ।”
HS
(ରିଲିଜ ଆଡି: 1836770)
ପରିଦର୍ଶକ କାଉଣ୍ଟର : 187
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam