ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୁନ୍‍ ୨୬-୨୮, ୨୦୨୨ ରୁ ଜର୍ମାନୀ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 JUN 2022 6:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଚାନସେଲର ମାନ୍ୟବର ଶ୍ରୀ ଓଲାଫ ସ୍କୋଲେଜଙ୍କ ଆମନ୍ତ୍ରଣ କ୍ରମେ ୨୬-୨୭ ଜୁନ୍ ୨୦୨୨ ରେ ଜର୍ମାନରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଜମାନର ସ୍କୋଲ୍‍ସ ଏଲମାଉ ଗସ୍ତ କରିବେ । ଏହି ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା ଏବଂ ଗଣତନ୍ତ୍ର ଉପରେ ଆୟୋଜିତ ଦୁଇଟି ଅଧିବେଶନରେ ଭାଷଣ ଦେବେ ବୋଲି ଆଶା କରାଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାକୁ ଏକ ପ୍ରୟାସରେ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଏବଂ ଦକ୍ଷିଣ ଆଫ୍ରିକା ଭଳି ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କିଛି ଅଂଶଗ୍ରହଣକାରୀ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ।

ଜି୭ ସମ୍ମିଳନୀକୁ ନିମନ୍ତ୍ରଣ ହେଉଛି ଦୃଢ ତଥା ଘନିଷ୍ଠ ସହଭାଗୀତା ଏବଂ ଭାରତ ଏବଂ ଜର୍ମାନୀ ମଧ୍ୟରେ ଉଚ୍ଚ ସ୍ତରୀୟ ରାଜନୈତିକ ସମ୍ପର୍କର ପରମ୍ପରା । ଭାରତ-ଜର୍ମାନୀ ଆନ୍ତଃ - ସରକାରୀ ପରାମର୍ଶ (ଆଇଜିସି) ର ଷଷ୍ଠ ସଂସ୍କରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶେଷ ଗସ୍ତ ୨ ମଇ ୨୦୨୨ ରେ ହୋଇଥିଲା ।

ଜି୭ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ୨୮ ଜୁନ୍ ୨୦୨୨ ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ଯାତ୍ରା କରିବେ ଏବଂ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମାନ୍ୟବର ଶେଖ ଖଲିଫା ବିଲ୍‍ ଜାୟେଦ ଅଲ୍‍ ନାହ୍ୟାନଙ୍କ ବିୟୋଗରେ ବ୍ୟକ୍ତିଗତ ଭାବେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ୟୁଏଇର ନୂତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଭାବରେ ର୍ନିବାଚିତ ହୋଇଥିବାରୁ ଶେଖ ମହମ୍ମଦ ବିନ୍‍ ଜାୟେଦ ଅଲ୍‍ ନାହ୍ୟାନଙ୍କୁ ବଧେଇ ଜଣାଇବାର ସୁଯୋଗ ପାଇବେ ।

ପ୍ରଧାନମନ୍ତ୍ରୀ ସେହି ଦିନ ରାତି ଅର୍ଥାତ୍‍ ଜୁନ୍ ୨୮ ରେ ସଂଯୁକ୍ତ ରାଷ୍ଟ୍ରରୁ ବିଦାୟ ନେବେ ।

HS


(ରିଲିଜ ଆଡି: 1836314) ପରିଦର୍ଶକ କାଉଣ୍ଟର : 280