ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାବୁଲର କାରଟେ ପାରୱାନ ଗୁରୁଦ୍ୱାରରେ ଭୀରୁ ଆତଙ୍କବାଦୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 18 JUN 2022 10:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନର କାବୁଲରେ କାରଟେ ପାରୱାନ ଗୁରୁଦ୍ୱାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ ମଧ୍ୟ ଭକ୍ତଙ୍କ ସୁରକ୍ଷା ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ ।

 ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“କାବୁଲର କାରଟେ ପାରୱାନ ଗୁରୁଦ୍ୱାରରେ ଭୀରୁ ଆତଙ୍କବାଦୀଙ୍କ ଆକ୍ରମଣରେ ଚକିତ । ମୁଁ ଏହି ବର୍ବର ଆକ୍ରମଣକୁ ନିନ୍ଦା କରୁଛି ଏବଂ ଭକ୍ତଙ୍କ ସୁରକ୍ଷା ତଥା ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି ।”

https://twitter.com/narendramodi/status/1538183309359869953?ref_src=twsrc%5Etfw

HS



(Release ID: 1835176) Visitor Counter : 144