ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୁନ୍‍ ୧୯ ତାରିଖରେ ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ


ମୁଖ୍ୟ ଟନେଲ୍ ଏବଂ ପାଞ୍ଚଟି ଭୂତଳରାସ୍ତା ଉତ୍ସର୍ଗୀକୃତ ହେବ

ଏହା ପ୍ରଗତି ମଇଦାନ ପୁନଃ ର୍ନିମାଣ ପ୍ରକଳ୍ପର ଏକ ଅଂଶବିଶେଷ

ସମସ୍ୟା ମୁକ୍ତ ଯାନବାହାନ ଚଳାଚଳ ନିଶ୍ଚିତ କରିବ ଏବଂ ଭୈରୋଁ ମାର୍ଗର ଟ୍ରାଫିକ୍ ଭିଡ ହ୍ରାସ କରିବ

ପ୍ରକଳ୍ପର ଆଉ ଏକ ପଦକ୍ଷେପ ହେଉଛି ସହରାଞ୍ଚଳ ଭିତ୍ତିଭୂମି ପରିବର୍ତ୍ତନ ମାଧ୍ୟମରେ ସହଜ ଜୀବନଯାପନର ସୁନିଶ୍ଚିତ କରିବ

ପୋଷ୍ଟ କରାଯିବା ଦିନାଙ୍କ: 17 JUN 2022 10:11AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯ ଜୁନ୍ ୨୦୨୨ ପୂର୍ବାହ୍ନ ୧୦.୩୦ ରେ ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍ ଏବଂ ପାଞ୍ଚଟି ଭୂତଳରାସ୍ତା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପ ହେଉଛି ପ୍ରଗତି ମଇଦାନ ପୁନଃ ର୍ନିମାଣ ପ୍ରକଳ୍ପର ଏକ ଅଂଶବିଶେଷ

ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପ ୯୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମାଣ କରାଯାଇଛି ଏବଂ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ପ୍ରଗତି ମଇଦାନରେ ବିକଶିତ ହେଉଥିବା ନୂତନ ବିଶ୍ୱ ସ୍ତରୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କକ୍ଷକୁ ବାଧା ମୁକ୍ତ ଏବଂ ସହଜ ଆତଯାତ ପାଇଁ ଏହା ଲକ୍ଷ୍ୟ ରଖାଯାଇଛି, ଯାହା ଦ୍ୱାରା ପ୍ରଗତି ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦର୍ଶକ ଏବଂ ପରିଦର୍ଶକଙ୍କ ଅଂଶଗ୍ରହଣ ସହଜ ହୋଇପାରିବ

ଏହି ପ୍ରକଳ୍ପର ପ୍ରଭାବ ପ୍ରଗତି ମଇଦାନଠାରୁ ବହୁ ଆଗରେ ରହିବ କାରଣ ଏହା ସହଜ ଯାନବାହନ ଚଳାଚଳକୁ ନିଶ୍ଚିତ କରିବ, ଯାତ୍ରୀମାନଙ୍କ ସମୟ ଏବଂ ଶକ୍ତିକୁ ଏକ ବହୁଳ ଭାବେ ସଞ୍ଚୟ କରିବାରେ ସାହାଯ୍ୟ କରିବ ସହରାଞ୍ଚଳର ଭିତ୍ତିଭୂମି ପରିବର୍ତ୍ତନ କରି ଲୋକଙ୍କ ସହଜ ଜୀବନଯାପନକୁ ସୁନିଶ୍ଚିତ କରିବା ସରକାରଙ୍କ ଦୃଷ୍ଟିଭଙ୍ଗୀର ଏକ ଅଂଶ

ମୁଖ୍ୟ ଟନେଲ୍ ରିଙ୍ଗ ରୋଡ୍ ସହିତ ପ୍ରଗତି ମଇଦାନ ଦେଇ ଯାଉଥିବା ପୁରାଣ କିଲା ରୋଡ୍ ଦେଇ ଇଣ୍ଡିଆ ଗେଟ୍ ସହିତ ସଂଯୋଗ କରୁଛି ଛଅ ଲେନ୍ବିଭାଜିତ ଟନେଲର ପ୍ରଗତି ମଇଦାନରେ ବିଶାଳ ଭୂତଳ ପାର୍କିଂକୁ ଅନ୍ତର୍ଭୁକ୍ତ କରିବା ସହିତ ଏକାଧିକ ଉଦ୍ଦେଶ୍ୟ ରହିଛି ଟନେଲର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପାର୍କିଂ ସ୍ଥଳର ଉଭୟ ପାଶ୍ୱର୍ରୁ ଯାତାୟାତକୁ ସୁଗମ କରିବା ପାଇଁ ମୁଖ୍ୟ ଟନେଲ ରାସ୍ତା ତଳେ ଦୁଇଟି କ୍ରସ୍ ଟନେଲ୍ ର୍ନିମାଣ କରାଯାଇଛି ସହଜ ଯାତାୟତ ପାଇଁ ପାଇଁ ସ୍ମାର୍ଟ ଅଗ୍ନି ନିର୍ବାପକ ପରିଚାଳନା, ଆଧୁନିକ ବାୟୁ ଚଳାଚଳ ଏବଂ ସ୍ୱୟଂଚାଳିତ ଡ୍ରେନେଜ୍‌, ଡିଜିଟାଲ୍ ନିୟନ୍ତ୍ରିତ ସିସିଟିଭି ଏବଂ ଟନେଲ୍ ଭିତରେ ସର୍ବସାଧାରଣ ଘୋଷଣା ପ୍ରଣାଳୀ ଭଳି ଅତ୍ୟାଧୁନିକ ବିଶ୍ୱ ମାନର ସୁବିଧା ସହିତ ଏହା ସୁସଜ୍ଜିତ ବହୁ ପ୍ରତୀକ୍ଷିତ ଏହି ଟନେଲ୍ ଭୈରୋଁ ମାର୍ଗ ପାଇଁ ଏକ ବିକଳ୍ପ ମାର୍ଗ ଭାବରେ କାର୍ଯ୍ୟ କରିବ, ଯାହା ଏହାର ପରିବହନ କ୍ଷମତାଠାରୁ ଅଧିକ ଚାଲିଥାଏ ଏବଂ ଭୈରୋଁ ମାର୍ଗର ଟ୍ରାଫିକ୍ ଭିଡର ଅଧାରୁ ଅଧିକ ସମ୍ଭାଳିବ ବୋଲି ଆଶା କରାଯାଉଛି

ଏହି ଟନେଲ ସହିତ ଛଅଟି ଭୂତଳ ରାସ୍ତା ରହିବ - ମଥୁରା ରୋଡରେ ଚାରିଟି, ଭୈରୋଁ ମାର୍ଗରେ ଗୋଟିଏ ଏବଂ ରିଙ୍ଗ ରୋଡ୍ ଏବଂ ଭୈରୋଁ ମାର୍ଗ ଛକରେ ଗୋଟିଏ ରହିଛି

HS


(ରିଲିଜ ଆଡି: 1834789) ପରିଦର୍ଶକ କାଉଣ୍ଟର : 253