କ୍ୟାବିନେଟ

କଲମ୍ବୋରେ ବିମ୍‌ଷ୍ଟେକ୍ ଟେକ୍‌ନୋଲୋଜି ଟ୍ରାନ୍ସଫର ସେଣ୍ଟର ପ୍ରତିଷ୍ଠା ସଂକ୍ରାନ୍ତ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ

Posted On: 14 JUN 2022 4:08PM by PIB Bhubaneshwar

ବଙ୍ଗୋପସାଗରୀୟ ରାଷ୍ଟ୍ର ସମୂହଙ୍କ ମିଳିତ ବହୁପାକ୍ଷିକ ବୈଷୟିକ ଓ ଅର୍ଥନୀତିକ ସହଯୋଗ (ବିମ୍‌ଷ୍ଟେକ୍‌)ପ୍ରୟାସ ମାଧ୍ୟମରେ ଟେକ୍‌ନୋଲୋଜିର ଟ୍ରାନ୍ସଫର ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଭାରତ ଏହି ସଂଗଠନର ସଦସ୍ୟ । ୨୦୨୨ ମାର୍ଚ୍ଚ ୩୦ରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ବିମ୍‌ଷ୍ଟେକ ରାଷ୍ଟ୍ରମାନଙ୍କର ଏକ ବୈଠକ ଅବସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଟେକ୍‌ନୋଲୋଜିର ଆଦାନପ୍ରଦାନ ଓ ସହଯୋଗ ରକ୍ଷା ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ । ଟେକ୍‌ନୋଲୋଜି ସହାୟତାରେ ସଦସ୍ୟ ରାଷ୍ଟ୍ରଙ୍କର ଦକ୍ଷତା ବୃଦ୍ଧି ଉପରେ ଏହା ଗୁରୁତ୍ୱ ଦେଉଛି । ତଦନୁସାରେ କଲମ୍ବୋରେ ଏକ ବିମ୍‌ଷ୍ଟେକ ଟେକ୍‌ନୋଲୋଜି ଟ୍ରାନ୍ସଫର କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ଏହି ଟେକ୍‌ନୋଲୋଜି ଟ୍ରାନ୍ସଫରରେ ବାୟୋ ଟେକ୍‌ନୋଲୋଜି, ନାନୋ ଟେକ୍‌ନୋଲୋଜି, ଆଇସିଟି, ମହାକାଶ ଟେକ୍‌ନୋଲୋଜି, କୃଷି,ଖାଦ୍ୟ ପ୍ରକ୍ରିୟାକରଣ, ଔଷଧପତ୍ରଅଟୋମେସନ୍‌, ନୂଆ ଓ ଅକ୍ଷୟଶକ୍ତି, ମହାସାଗର ଓ ଆଣବିକ, ଇ-ୱେଷ୍ଟ, କଠିନ ବର୍ଜ୍ୟ, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ  ଟେକ୍‌ନୋଲୋଜି ଅଗ୍ରାଧିକାର ପାଇଛି ।

ଟେକ୍‌ନୋଲୋଜି ଟ୍ରାନ୍ସଫର ଫ୍ୟାସିଲିଟି ବା ଟିଟିଏଫ ପାଇଁ ଏକ ପରିଚାଳନା ମଣ୍ଡଳୀ କାର୍ଯ୍ୟ କରିବ ଏବଂ ଏ କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଏହା ଦେଖିବ । ଏହି ପରିଚାଳନା ମଣ୍ଡଳୀରେ  ସବୁ ବିମ୍‌ଷ୍ଟେକ ଦେଶର ପ୍ରତିନିଧିତ୍ୱ ରହିବ । ଏଥିରେ ଟେକ୍‌ନୋଲୋଜି ଡାଟା ବ୍ୟାଙ୍କ, ଟେକ୍‌ନୋଲୋଜି ସଂକ୍ରାନ୍ତ ସୂଚନାର ସଂରକ୍ଷଣ ଓ ସରବରାହ, ଦକ୍ଷତା ନିର୍ମାଣ ଆଦିକୁ ଅଗ୍ରାଧିକାର ପାଇଛି । ସବୁ ସଦସ୍ୟ ରାଷ୍ଟ୍ର ଜନ କଲ୍ୟାଣକାରୀ ଅତ୍ୟାଧୁନିକ ଟେକ୍‌ନୋଲୋଜିର ଲାଭ ଯେପରି ପାଇବେ ସେ ଦିଗରେ ଟେକ୍‌ନୋଲୋଜି ଟ୍ରାନ୍ସଫର ସେଣ୍ଟର ଓ ଏହାର ପରିଚାଳନା ମଣ୍ଡଳୀ କାର୍ଯ୍ୟ କରିବ ।

****

TKM/SLP



(Release ID: 1834060) Visitor Counter : 156