ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୁନ୍ ୧୪ ତାରିଖରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ପୁଣେର ଦେହୁରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ମୁମ୍ବାଇର ରାଜ ଭବନରେ ଜଲ ଭୂଷଣ ବିଲଡିଂ ଏବଂ ରିଭୋଲ୍ୟୁସନାରୀ ଗ୍ୟାଲେରୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ମହାରାଷ୍ଟ୍ରର ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଗ୍ୟାଲେରୀ ଅଫ୍ ରିଭୋଲ୍ୟୁସନାରୀ ଏହାର ଅନ୍ୟତମ ସଂଗ୍ରହାଳୟ ଭାବରେ ବିକଶିତ ହୋଇଛି
ପ୍ରଧାନମନ୍ତ୍ରୀ ମୁମ୍ବାଇ ସମାଚାରର ଦ୍ୱିଶତାବ୍ଦୀ ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିବେ - ଏକ ଖବରକାଗଜ ଯାହା ୨୦୦ ବର୍ଷ ଧରି କ୍ରମାଗତ ଭାବରେ ପ୍ରକାଶିତ ହୋଇଆସୁଛି
ପୋଷ୍ଟ କରାଯିବା ଦିନାଙ୍କ:
12 JUN 2022 11:43AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୪ ତାରିଖରେ ମହାରାଷ୍ଟ୍ର ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧.୪୫ ରେ ପ୍ରଧାନମନ୍ତ୍ରୀ ପୁଣେର ଦେହୁରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ୪.୧୫ ରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ରାଜ ଭବନରେ ଜଲ୍ ଭୂଷଣ ବିଲଡିଂ ଏବଂ ରିଭୋଲ୍ୟୁସନାରୀ ଗ୍ୟାଲେରୀର ଉଦଘାଟନ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୬ ଟା ସମୟରେ, ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ମୁମ୍ବାଇ ସମାଚାରର ଦ୍ୱିଶତାବ୍ଦୀ ମହୋତ୍ସବରେ ଅଂଶଗ୍ରହଣ କରିବେ ।
ପୁଣେରେ ପ୍ରଧାନମନ୍ତ୍ରୀ
ପୁଣେର ଦେହୁରେ ପ୍ରଧାନମନ୍ତ୍ରୀ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିବେ । ସନ୍ଥ ତୁକାରାମ ଜଣେ ୱାର୍କରୀ ସାଧୁ ତଥା କବି ଥିଲେ, କୀର୍ତ୍ତନ ନାମରେ ଜଣାଶୁଣା ଆଧ୍ୟାତ୍ମିକ ଗୀତ ମାଧ୍ୟମରେ ଅଭଙ୍ଗା ଭକ୍ତି କବିତା ଏବଂ ଗୋଷ୍ଠି ଭିତ୍ତିକ ଉପାସନା ପାଇଁ ଜଣାଶୁଣା । ସେ ଦେହୁରେ ରହୁଥିଲେ । ତାଙ୍କ ଦେହାନ୍ତ ପରେ ଏକ ଶିଳା ମନ୍ଦିର ର୍ନିମାଣ କରାଯାଇଥିଲା, କିନ୍ତୁ ଏହା ଏକ ମନ୍ଦିର ଭାବରେ ଆନୁଷ୍ଠାନିକ ଭାବରେ ଗଠନ ହୋଇନଥିଲା । ଏହା ୩୬ ଟି ଶିଖର ସହିତ ପଥରରେ ପୁନଃ ର୍ନିମାଣ ହୋଇଛି ଏବଂ ସନ୍ଥ ତୁକାରାମଙ୍କର ଏକ ପ୍ରତିମା ମଧ୍ୟ ଏଠାରେ ରହିଛି ।
ମୁମ୍ବାଇରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୁମ୍ବାଇର ରାଜ ଭବନରେ ଜଲ ଭୂଷଣ ବିଲଡିଂ ଏବଂ ରିଭୋଲ୍ୟୁସନାରୀ ଗ୍ୟାଲେରୀର ଉଦଘାଟନ କରିବେ । ଜଲ ଭୂଷଣ ୧୮୮୫ ମସିହାରୁ ମହାରାଷ୍ଟ୍ରର ରାଜ୍ୟପାଳଙ୍କ ସରକାରୀ ବାସଭବନ ଅଟେ । ଏହାର ଜୀବନକାଳ ସମାପ୍ତ ହେବା ପରେ ଏହାକୁ ଭାଙ୍ଗି ଦିଆଯାଇଥିଲା ଏବଂ ସେହି ସ୍ଥାନରେ ଏକ ନୂତନ ସୌଧ ନିର୍ମାଣକୁ ଅନୁମତି ମିଳିଥିଲା । ନୂତନ ସୌଧ ପାଇଁ ଭିତ୍ତି ପ୍ରସ୍ତର ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଅଗଷ୍ଟ, ୨୦୧୯ ରେ ସ୍ଥାପନ ହୋଇଥିଲା । ପୁରୁଣା ସୌଧର ସମସ୍ତ ବିଶେଷ ଗୁଣ ନୂତନ ଭାବରେ ର୍ନିମିତ ଅଟ୍ଟାଳିକାରେ ସଂରକ୍ଷିତ କରାଯାଇଛି ।
୨୦୧୬ ରେ, ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ଶ୍ରୀ ବିଦ୍ୟାସାଗର ରାଓ ରାଜ ଭବନରେ ଏକ ବଙ୍କର ଦେଖିବାକୁ ପାଇଥିଲେ । ଏହାକୁ ପୂର୍ବରୁ ବ୍ରିଟିଶମାନେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇଁ ଏକ ଗୁପ୍ତ ଭଣ୍ଡାର ଭାବରେ ବ୍ୟବହାର କରୁଥିଲେ । ୨୦୧୯ ରେ ବଙ୍କରକୁ ନବୀକରଣ କରାଯାଇଥିଲା । ମହାରାଷ୍ଟ୍ରର ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଗ୍ୟାଲେରୀକୁ ଏହାର ଏକ ସଂଗ୍ରହାଳୟ ଭାବରେ ବଙ୍କର ମଧ୍ୟରେ ବିକଶିତ କରାଯାଇଛି । ଏହା ଅନ୍ୟମାନଙ୍କ ମଧ୍ୟରେ ୧୯୪୬ରେ ବାସୁଦେବ ବଲୱନ୍ତ ଫାଡକେ, ଚାଫେକର ଭାତୃବୃନ୍ଦ, ସାବରକର ଭାତୃବୃନ୍ଦ, ମ୍ୟାଡାମ୍ ଭିକାଜୀ କାମା, ଭି ବି ଗୋଗେଟ୍, ନାଭାଲ୍ ମୁଟିନିଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।
ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ମୁମ୍ବାଇ ସମାଚାରର ଦ୍ୱିଶତାବ୍ଦୀ ମହୋତ୍ସବରେ ଅଂଶଗ୍ରହଣ କରିବେ । ସାପ୍ତାହିକ ଭାବରେ ମୁମ୍ବାଇ ସମାଚାରର ମୁଦ୍ରଣ ଫର୍ଦୁନ୍ଜୀ ମାଜବାନଜୀଙ୍କ ଦ୍ୱାରା ୧ ଜୁଲାଇ, ୧୮୨୨ ରେ ଆରମ୍ଭ ହୋଇଥିଲା । ଏହା ପରେ ୧୮୩୨ ରେ ଏହା ଏକ ଦୈନିକ ହୋଇଥିଲା । ୨୦୦ ବର୍ଷ ଧରି ଖବରକାଗଜଟି କ୍ରମାଗତ ଭାବରେ ପ୍ରକାଶିତ ହୋଇଆସୁଛି । ଏହି ଅନନ୍ୟ କାର୍ଯ୍ୟକୁ ସ୍ମରଣ କରିବା ପାଇଁ ଏହି ଅବସରରେ ଏକ ଡାକ ଟିକଟ ମଧ୍ୟ ପ୍ରକାଶ ପାଇବ ।
HS
(ରିଲିଜ ଆଡି: 1833275)
ପରିଦର୍ଶକ କାଉଣ୍ଟର : 202
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam