ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍‌ର ଶୁଭାରମ୍ଭ


ବିଭିନ୍ନ ପୁରସ୍କାର ଗୁଡିକ ନିମନ୍ତେ ନାମାଙ୍କନ ଆରମ୍ଭ

Posted On: 09 JUN 2022 3:18PM by PIB Bhubaneshwar

ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ. ବିଭାଗ/ ଏଜେନ୍ସି ଗୁଡିକ ଦ୍ୱାରା ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଏବଂ ଅସାଧାରଣ ଅବଦାନ ରଖିଥିବା ନାଗରିକ ମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଅନେକ ନାଗରିକ ପୁରସ୍କାର ଗୁଡିକର ସ୍ଥାପନା କରା ଯାଇଛି । 

ବିଭିନ୍ନ ପୁରସ୍କାର ଗୁଡିକ ନିମନ୍ତେ ନାମାଙ୍କନ ଆମନ୍ତ୍ରିତ କରିବା ପାଇଁ, ସରକାରଙ୍କ ଦ୍ୱାରା ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ (https://awards.gov.in) ବିକଶିତ କରା ଯାଇଛି । ଫଳରେ ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ / ଏଜେନ୍ସି ଗୁଡିକର ସମସ୍ତ ପୁରସ୍କାର ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଜନସାଧାରଣଙ୍କର ସହଭାଗୀତା (ଜନଭାଗୀଦାରୀ) ସୁନିଶ୍ଚିତ କରିବା ନିମନ୍ତେ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମ (ମଂଚ) ଅଧୀନରେ ଏକା ସହିତ ଅଣା ଯାଇପାରିବ । ଏହି ପୋର୍ଟାଲ୍‌ର ଉଦ୍ଦେଶ୍ୟ ହେଉଛି ନାଗରିକ ମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ପୁରସ୍କାର ଗୁଡିକ ନିମନ୍ତେ ବ୍ୟକ୍ତି ମାନଙ୍କୁ/ ସଙ୍ଗଠନ ମାନଙ୍କୁ ନାମାଙ୍କିତ କରିବାର ସୁବିଧା ପ୍ରଦାନ କରିବା । 

ଏବେ, ନିମ୍ନଲିଖିତ ପୁରସ୍କାର ଗୁଡିକ ନିମନ୍ତେ ନାମାଙ୍କନ / ସୁପାରିଶ ଖୋଲା ରହିଛି:

(କ) ପଦ୍ମ ପୁରସ୍କାର - ନାମାଙ୍କନ ୧୫/୦୯/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି ।

(ଖ) ସର୍ଦ୍ଦାର ପଟେଲ୍ ଜାତୀୟ ଏକତା ପୁରସ୍କାର - ନାମାଙ୍କନ ୩୧/୦୭/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି ।

(ଗ) ତେନଜିଂ ନର୍ଗେ ଜାତୀୟ ସାହସିକ ପୁରସ୍କାର -ନାମାଙ୍କନ ୧୬/୦୬/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି ।

(ଘ) ଜୀବନ ରକ୍ଷା ପଦକ ଶୃଙ୍ଖଳା ପୁରସ୍କାର - ନାମାଙ୍କନ ୩୦/୦୯/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି ।

(ଙ) ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୂରସଂଚାର କୌଶଳ ଉତ୍କୃଷ୍ଟତା (ଟେଲିକମ୍ ସ୍କିଲ୍ ଏକ୍ସଲେନ୍ସ) ପୁରସ୍କାର - ନାମାଙ୍କନ ୧୬/୦୬/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି ।

ଅଧିକ ସୂଚନା ଏବଂ ନାମାଙ୍କନ କରିବା ନିମନ୍ତେ, ଦୟା କରି ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in) ଦେଖନ୍ତୁ ।

**********

SSP

 

 

 



(Release ID: 1832714) Visitor Counter : 141