ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ପଦକ୍ଷେପ ‘ପରିବେଶ ପାଇଁ ଜୀବନଶୈଳୀ – ଲାଇଫ୍ ଆନ୍ଦୋଳନ ଆରମ୍ଭ କରିଛନ୍ତି’


ମାନବ-କେନ୍ଦ୍ରିକ, ସାମୂହିକ ପ୍ରୟାସ ଏବଂ ଦୃଢ଼ କାର୍ଯ୍ୟ ବ୍ୟବହାର କରି ଆମ ଗ୍ରହ ସମ୍ମୁଖୀନ ହେଉଥିବା ଆହ୍ବାନର ସମାଧାନ ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା
“ମିଶନ ଲାଇଫ୍ ଅତୀତରୁ ଗ୍ରହଣ କରେ, ବର୍ତ୍ତମାନ କାର୍ଯ୍ୟ କରେ ଏବଂ ଭବିଷ୍ୟତ ଉପରେ ଧ୍ୟାନ ଦିଏ’’

ହ୍ରାସ, ପୁନଃ ବ୍ୟବହାର ଏବଂ ପୁନଃଚକ୍ରଣ ବିଷୟକୁ ଆମ ଜୀବନରେ ଧାରଣ କରିବା ଆବଶ୍ୟକ। ସର୍କୁଲାର୍ ଇକୋନୋମି ଆମ ସଂସ୍କୃତି ଏବଂ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି

ଯେତେବେଳେ ସଂସ୍କୃତି ଏବଂ ପରମ୍ପରା ମିଶ୍ରିତ ହୁଏ, ଜୀବନର ଲକ୍ଷ୍ୟକୁ ଆଗକୁ ନିଆଯାଇଥାଏ

“ଆମର ଗ୍ରହ ଗୋଟିଏ କିନ୍ତୁ ଆମର ପ୍ରୟାସ ଅନେକ ହେବା ଆବଶ୍ୟକ - ଗୋଟିଏ ପୃଥିବୀ, ଅନେକ ପ୍ରୟାସ”

ଜଳବାୟୁ ଉପଯୋଗୀ ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ ନାଗରିକଙ୍କ ଏହି ବିଶ୍ୱସ୍ତରୀୟ ପଦକ୍ଷେପ ଉପରେ ନେତୃତ୍ୱ ନେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛି: ବିଲ୍ ଗେଟ୍ସ
ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ମାନବୀୟ ଆଚରଣକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ବିଶ୍ୱ ନେତୃତ୍ବଧାରୀ ରହିଛନ୍ତି: ପ୍ରଫେସର କାସ୍ ସନ୍‌ଷ୍ଟେଇନ୍, ନଜ୍ ଥିଓରୀର ଲେଖକ

ବିଶ୍ବ ପରିବେଶ କାର୍ଯ୍ୟରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି : ୟୁଏନପି ଗ୍ଲୋବାଲ ହେଡ ଶ୍ରୀମତୀ ଇନଗର ଆଣ୍ଡର୍ସେନ

ବିଶ୍ୱ ମଞ୍ଚରେ ନିର୍ଣ୍ଣାୟକ ଜଳବାୟୁ କାର୍ଯ୍ୟକ୍ରମ ପଛରେ ଭାରତ ଗତିଜ ଶକ୍ତି

Posted On: 05 JUN 2022 7:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ସମ୍ମିଳନୀ ମାଧ୍ୟମରେ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ‘ପରିବେଶ ପାଇଁ ଜୀବନଶୈଳୀ – ଲାଇଫ୍‌ ମୁଭମେଣ୍ଟଆରମ୍ଭ କରିଛନ୍ତି। ଏହି ଶୁଭାରମ୍ଭ ଏକ ପରିବେଶ-ସଚେତନ ଜୀବନଶୈଳୀ ଗ୍ରହଣ କରିବାକୁ ବିଶ୍ବର ବ୍ୟକ୍ତିବିଶେଷ, ସମ୍ପ୍ରଦାୟ ଏବଂ ସଂଗଠନକୁ ପ୍ରଭାବିତ ତଥା ବୁଝାଇବା ପାଇଁ ଏକାଡେମିକ୍, ବିଶ୍ୱବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ଇତ୍ୟାଦିର ଧାରଣା ଏବଂ ପରାମର୍ଶକୁ ଆମନ୍ତ୍ରଣ କରୁଥିବା ‘ଲାଇଫ୍‌ ଗ୍ଲୋବାଲ୍ କଲ୍ ଫର୍ ପେପର୍ସ ଆରମ୍ଭ କରିବ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ବିଶ୍ୱସ୍ତରୀୟ ପଦକ୍ଷେପ ‘ପରିବେଶ ପାଇଁ ଜୀବନଶୈଳୀ – ଲାଇଫ୍‌ ଆନ୍ଦୋଳନର ଶୁଭାରମ୍ଭ ପାଇଁ ଏକ ଉପଯୁକ୍ତ ଦିନ। ସେ କହିଛନ୍ତି ଯେ ଆମେ ପରିବେଶ ଆନ୍ଦୋଳନ ପାଇଁ ଲାଇଫ୍‌- ଜୀବନଶୈଳୀରୁ ଆରମ୍ଭ କରୁ। ମାନବ-କେନ୍ଦ୍ରିକ, ସାମୂହିକ ପ୍ରୟାସ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ବ୍ୟବହାର କରି ଆମ ଗ୍ରହ ସମ୍ମୁଖୀନ ହେଉଥିବା ଆହ୍ବାନର ସମାଧାନ ପାଇଁ ସେ ବର୍ତ୍ତମାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ |

ପ୍ରଧାନମନ୍ତ୍ରୀ ଏହି ସମାବେଶକୁ ମନେ ପକାଇ ଦେଇଛନ୍ତି ଯେ ଗତ ବର୍ଷ କୋପ୍‌26 ରେ ତାଙ୍କ ଦ୍ବାରା ଏହି ବିଶ୍ୱସ୍ତରୀୟ ପଦକ୍ଷେପ ପ୍ରସ୍ତାବ ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲାଇଫ୍‌ ର ଦୃଷ୍ଟିକୋଣ ହେଉଛି ଏକ ଜୀବନଶୈଳୀ ବଞ୍ଚିବା ଯାହା ଆମ ଗ୍ରହ ସହିତ ସନ୍ତୁଳିତ ଭାବରେ ରହିବ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏବଂ ଯେଉଁମାନେ ଏହିପରି ଜୀବନଶୈଳୀ ନିର୍ବାହ କରନ୍ତି ସେମାନଙ୍କୁ “ପ୍ରୋ-ପ୍ଲାନେଟ୍ ବ୍ୟକ୍ତିକୁହାଯାଏ। ମିଶନ୍ ଲାଇଫ୍‌ ଅତୀତରୁ ଗ୍ରହଣ ନେଇଥାଏ, ବର୍ତ୍ତମାନ କାର୍ଯ୍ୟ କରେ ଏବଂ ଭବିଷ୍ୟତ ଉପରେ ଧ୍ୟାନ ଦେଇଥାଏ। ହ୍ରାସ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣ ହେଉଛି ଆମ ଜୀବନର ମୌଳିକ ବିଷୟ ହେବା ଉଚିତ୍। ସର୍କୁଲାର ଅର୍ଥନୀତି ଆମର ସଂସ୍କୃତି ଏବଂ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ।

1.3 ବିଲିୟନ ଭାରତୀୟମାନେ ଆମ ଦେଶର ପରିବେଶ ପାଇଁ ଅନେକ ଉତ୍ତମ କାର୍ଯ୍ୟ କରିଥିବାରୁ ସେ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଜଙ୍ଗଲ ପରିମାଣ ବୃଦ୍ଧି ପାଉଛି ଏବଂ ସିଂହ, ବାଘ, ଚିତାବାଘ, ହାତୀ ଏବଂ ଜଳହସ୍ତୀର ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ସେ କହିଛନ୍ତି ଯେ ଅଣ-ଜୀବାଶ୍ମ ଇନ୍ଧନ ଭିତ୍ତିକ ଉତ୍ସରୁ ସ୍ଥାପିତ ବୈଦ୍ୟୁତିକ କ୍ଷମତାର 40% ପହଞ୍ଚିବା ପାଇଁ ଭାରତର ପ୍ରତିବଦ୍ଧତା ନିର୍ଦ୍ଧାରିତ ସମୟର 9 ବର୍ଷ ପୂର୍ବରୁ ହାସଲ କରାଯାଇଛି  ନଭେମ୍ବର 2022 ଲକ୍ଷ୍ୟର 5 ମାସ ପୂର୍ବରୁ ପେଟ୍ରୋଲରେ 10% ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ କରାଯାଇଛି | ଏହା ଏକ ପ୍ରମୁଖ ସଫଳତା ଅଟେ ଯେ ମିଶ୍ରଣ 2013-14 ରେ 1.5% ରହିଥିବା ବେଳେ ଏହା 2019-20 ରେ 5% ହୋଇପାରିଛି।  ଅକ୍ଷୟ ଶକ୍ତି ଉପରେ ସରକାର ଅଧିକ ଧ୍ୟାନ ଦେଉଥିବା ସେ କହିଛନ୍ତି ଏବଂ ନୂତନତା ଉପରେ ଗୁରୁତ୍ବ ପ୍ରଦାନ କରିଆସୁଛନ୍ତି। ଯେତେବେଳେ ଟେକ୍ନୋଲୋଜି ଏବଂ ପରମ୍ପରା ମିଶ୍ରିତ ହୁଏ, ଜୀବନର ଲକ୍ଷ୍ୟକୁ ଆହୁରି ଉନ୍ନତ କରାଯାଇପାରେ।

ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ଯେ ମହାତ୍ମା ଗାନ୍ଧୀ ଏକ ଶୂନ-କାର୍ବନ ଜୀବନଶୈଳୀ ବିଷୟରେ କହିଥିଲେ ଆମର ଦୈନନ୍ଦିନ ଜୀବନରେ, ଆସନ୍ତୁ ସବୁଠାରୁ ସ୍ଥାୟୀ ବିକଳ୍ପ ବାଛିବା ପୁନଃବ୍ୟବହାର, ହ୍ରାସ ଏବଂ ପୁନଃ ବ୍ୟବହାର ନୀତି ଅନୁସରଣ କରିବାକୁ ସେ ସମାବେଶକୁ ଅନୁରୋଧ କରିଥିଲେ ଆମର ଗ୍ରହ ଏକ କିନ୍ତୁ ଆମର ପ୍ରୟାସ ଅନେକ ହେବା ଆବଶ୍ୟକ - ଗୋଟିଏ ପୃଥିବୀ, ଅନେକ ପ୍ରୟାସ ଏକ ଉନ୍ନତ ପରିବେଶ ତଥା ବିଶ୍ବର  ସୁସ୍ଥତା ପାଇଁ ଯେକୌଣସି ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରସ୍ତୁତ ଅଛି ଆମର ଟ୍ରାକ୍ ରେକର୍ଡ ଏହା ବିଷୟରେ ସୂଚନା ଦେଇଥାଏ ବୋଲି ସେ ଶେଷରେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର କୋ-ଚେୟାରମ୍ୟାନ୍ ଶ୍ରୀ ବିଲ୍ ଗେଟ୍ସଙ୍କ ଉପସ୍ଥିତ ରହିଛନ୍ତିଏହା ସହିତ ଲର୍ଡ ନିକୋଲାସ୍ ଷ୍ଟର୍ନ, ଜଳବାୟୁ ଅର୍ଥନୀତିଜ୍ଞ; ନୁଡ୍ ଥିଓରିର ଲେଖକ ପ୍ରଫେସର କ୍ୟାସ୍ ସନଷ୍ଟେଇନ୍; ୱାର୍ଲଡ୍ ରିସୋର୍ସ ଇନ୍‌ଷ୍ଟିଚ୍ୟୁଟର ସିଇଓ ତଥା ସଭାପତି ଶ୍ରୀ ଅନିରୁଦ୍ଧ ଦାସଗୁପ୍ତା; ଶ୍ରୀମତୀ ଇନଗର ଆଣ୍ଡର୍ସେନ୍, ୟୁଏନଇପି ଗ୍ଲୋବାଲ୍ ହେଡ୍;  ୟୁଏନଡିପି ଗ୍ଲୋବାଲ ହେଡ ଶ୍ରୀ ଅଚିମ ଷ୍ଟେନର ଏବଂ ବିଶ୍ବ ବ୍ୟାଙ୍କର ସଭାପତି ଶ୍ରୀ ଡେଭିଡ ମାଲପାସ୍ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ଏବଂ ସିଇଓ ନୀତି ଶ୍ରୀ ଅମିତାଭ କନ୍ଥ ଉପସ୍ଥିତ ରହିଥିଲେ।

ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର କୋ-ଚେୟାରମ୍ୟାନ୍ ଶ୍ରୀ ବିଲ୍ ଗେଟ୍ସ କହିଛନ୍ତି ଯେ ବର୍ଦ୍ଧିତ ନିର୍ଗମନକୁ ରୋକିବା ପାଇଁ ଭାରତର ନେତୃତ୍ୱ ତଥା ଉଦ୍ୟମ ଦ୍ୱାରା ସେ ଅନୁପ୍ରାଣିତ ହୋଇଛନ୍ତିମୁଁ ଲାଇଫ୍‌ ଆନ୍ଦୋଳନ ଏବଂ ସାମୂହିକ କାର୍ଯ୍ୟର ସମ୍ପୂର୍ଣ୍ଣ ବିନିଯୋଗ ପାଇଁ ଓ ଏହାର ସାମର୍ଥ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ ଗ୍ରୀନ୍ ହାଉସ୍ ଗ୍ୟାସ୍ ଦୂର କରିବା ପାଇଁ ଆମକୁ ଅଭିନବ ପ୍ରଯୁକ୍ତିବିଦ୍ୟା ଏବଂ ସମସ୍ତଙ୍କ ଅଂଶଗ୍ରହଣ ଆବଶ୍ୟକ ଏହା ସୁନିଶ୍ଚିତ କରାଯିବା ଆବଶ୍ୟକ ଯେ ଏହି ଅଭିନବ ପ୍ରଯୁକ୍ତିବିଦ୍ୟାଗୁଡିକ ବ୍ୟାପକ ଭାବରେ ଗ୍ରହଣ କରାଯାଇଛି।  କେବଳ ବେସରକାରୀ ଏବଂ ସାର୍ବଜନୀନ କ୍ଷେତ୍ର ମଧ୍ୟରେ ବୃହତ ବିନିଯୋଗ ଏବଂ ସହଭାଗୀତା ଆବଶ୍ୟକ ନୁହେଁ ବରଂ ବ୍ୟକ୍ତିବିଶେଷଙ୍କ ଦାବି ମଧ୍ୟ ଆବଶ୍ୟକ | ବ୍ୟକ୍ତିଗତ କାର୍ଯ୍ୟ ବଜାର ସଙ୍କେତ ପଠାଇବ ଯାହା ସରକାର ଏବଂ ବ୍ୟବସାୟକୁ ଏହି ଉଦ୍ଭାବନରେ ବିନିଯୋଗ କରିବାକୁ ଏବଂ ଆମକୁ ଆବଶ୍ୟକ ସଫଳତା ସୃଷ୍ଟି କରିବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି ଶ୍ରୀ ଗେଟ୍ସ କହିଛନ୍ତି ଯେ ଜଳବାୟୁ ପ୍ରବୃତ୍ତି ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ ନାଗରିକଙ୍କ ଏହି ବିଶ୍ୱସ୍ତରୀୟ ପଦକ୍ଷେପ ଉପରେ ନେତୃତ୍ୱ ନେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛି ମିଳିତ ଭାବେ ଆମେ ଏକ ସବୁଜ ଶିଳ୍ପ ବିପ୍ଳବ ଗଠନ କରିପାରିବା | ସେ ଜାରି ରଖିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ସମାଧାନ କରିବା ପାଇଁ ସାମୂହିକ ବିଶ୍ବ ସ୍ତରୀୟ କାର୍ଯ୍ୟର ଆବଶ୍ୟକତା କଦାପି ଅଧିକ ହୋଇ ନାହିଁ ଏବଂ ଆମର ଜଳବାୟୁ ଲକ୍ଷ୍ୟରେ ପହଞ୍ଚିବାରେ ସୁନିଶ୍ଚିତ କରିବାରେ ଭାରତର ଭୂମିକା ଏବଂ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ଅଟେ।’’

ନଜ୍‌ ଥିଓରିର ଲେଖକ ପ୍ରଫେସର କ୍ୟାସ୍ ସନ୍‌ଷ୍ଟେଇନ୍ କହିଛନ୍ତି ଯେ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ମାନବୀୟ ଆଚରଣକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ବିଶ୍ୱ ନେତା ଅଟନ୍ତି ଏବଂଆମମାନଙ୍କ ମଧ୍ୟରୁ ଅନେକ ଭାରତକୁ ପ୍ରେରଣାର ଉତ୍ସ ଭାବରେ ଦେଖୁଛନ୍ତି।  ଆଚରଣ ପରିବର୍ତ୍ତନର ଇଷ୍ଟ ଫ୍ରେମୱାର୍କ ବିଷୟରେ ପ୍ରଫେସର କହିଥିଲେ ଇଏଏସଟି ର ଅର୍ଥ ହେଉଛି ଇଜି, ଆଟ୍ରାକ୍‌ଟିଭ୍, ସୋସିଆଲ୍ ଓ ଟାଇମଲି। ଏଥିରେ ଏଫ୍ ଅକ୍ଷରକୁ ଯୋଗ କରାଯାଇଛି ଯାହା ହେଉଛି ଫ୍ରେମୱାର୍କ  ଏବଂ ନୂତନ ଶବ୍ଦଟି ହେଉଛି ଏଫଇଏଏସଟି। ଏଫ୍ ହେଉଛି ଫନ୍  ଏବଂ ସେ କହିଛନ୍ତି ଯେ ପରିବେଶ ଉପଯୋଗୀ କାର୍ଯ୍ୟକଳାପ ପ୍ରାୟତଃ ମଜାଦାର ଅଟେ ଏବଂ ସାମ୍ପ୍ରତିକ ସମୟରେ ଭାରତ ଏହାକୁ ଦେଖାଇଛି |

ୟୁଏନଇପି ଗ୍ଲୋବାଲ ହେଡ ମିସ୍‌ ଇନଗର ଆଣ୍ଡର୍ସେନ ମଧ୍ୟ ଏହି ଅବସରରେ ବକ୍ତବ୍ୟ ରଖିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲାଇଫ ର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ ସେ କହିଛନ୍ତି ଯେ, 1 ବିଲିୟନରୁ ଅଧିକ ଲୋକ ଏବଂ ଏକ ନୂତନତ୍ୱ ଏବଂ ଉଦ୍ୟୋଗର ଏକ ସମୃଦ୍ଧ ପୀଢ଼ି ସହିତ ଭାରତ ବିଶ୍ବର ପରିବେଶ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ୟୁଏନଡିପି ଗ୍ଲୋବାଲ ହେଡ ଶ୍ରୀ ଅଚିମ୍ ଷ୍ଟେନର କହିଛନ୍ତି ଯେ ବିଶ୍ୱ ମଞ୍ଚରେ ନିର୍ଣ୍ଣାୟକ ଜଳବାୟୁ କାର୍ଯ୍ୟ ପଛରେ ଭାରତ ଭଳି ଦେଶ ପ୍ରମୁଖ ଶକ୍ତି ଭାବରେ କାର୍ଯ୍ୟ କରିଆସୁଛି। ଇଣ୍ଟରନ୍ୟାସନାଲ ସୋଲାର ଆଲାଇନ୍ସ ଏବଂ ବିପର୍ଯ୍ୟୟ ମୁକାବିଲା ପାଇଁ ଭିତ୍ତିଭୂମି ଏବଂ ୱାନ ସନ୍ ୱାନ୍ ୱାର୍ଲ୍ଡ ୱାନ୍ ଗ୍ରୀଡ୍ ଭଳି ଅତ୍ୟାଧୁନିକ ପଦକ୍ଷେପ ମାଧ୍ୟମରେ ଏହାର କାର୍ଯ୍ୟ ଅନ୍ତର୍ଭୂକ୍ତ କରେ

ୱାର୍ଲଡ ରିସୋର୍ସେସ ଇନ୍‌ଷ୍ଟିଚ୍ୟୁଟ ର ସିଇଓ ତଥା ସଭାପତି ଶ୍ରୀ ଅନିରୁଦ୍ଧ ଦାସଗୁପ୍ତ ଆମେ କିପରି ଜୀବନଯାପନ କରୁଛୁ, ଆମେ କିପରି ଉପଯୋଗ କରୁଛୁ ଏବଂ ଗ୍ରହର ଯତ୍ନ ନେଉଛୁ ସେ ବିଷୟରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଲର୍ଡ ନିକୋଲାସ୍ ଷ୍ଟର୍ନ, ଜଳବାୟୁ ଅର୍ଥନୀତିଜ୍ଞ ଗ୍ଲାସଗୋରେ କୋପ୍ 26 ରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭାଷଣକୁ ମନେ ପକାଇଲେ ଏହା ଏକବିଂଶ ଶତାବ୍ଦୀର ବିକାଶ ଏବଂ ଅଭିବୃଦ୍ଧିର କାହାଣୀ ଉଭୟ ଗୋଷ୍ଠୀର ଜୀବନଧାରଣ ମାନ ବଢ଼ାଇବାରେ ଏବଂ ଆମର ଭବିଷ୍ୟତ ପୀଢ଼ିକୁ ସୁରକ୍ଷିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ବିଶ୍ବ ବ୍ୟାଙ୍କର ସଭାପତି ଶ୍ରୀ ଡେଭିଡ ମାଲପାସ୍ ଭାରତୀୟ ମାନଙ୍କ ଦ୍ବାରା ପରିବେଶର ସୁରକ୍ଷା ଉପରେ କରାଯାଉଥିବା କାର୍ଯ୍ୟକୁ ମନେ ପକାଇଲେ 2019 ରେ ଗୁଜୁରାଟରେ ସିଭିଲ ସର୍ଭିସ ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିବାବେଳେ ସେ ଏହାର ଗୁରୁତ୍ବକୁ ମନେ ରଖିଥିଲେ ସେ ମଧ୍ୟ ଭାରତ ସରକାରଙ୍କ ପୋଷଣ, ଆଶା ଏବଂ ସ୍ବଚ୍ଛ ଭାରତ ଭଳି ଅଭିଯାନକୁ ପ୍ରଶଂସା କରିଛନ୍ତି ଯେଉଁଥିରେ ସାଧାରଣ ଲୋକମାନଙ୍କୁ ସାମିଳ୍ କରାଯାଇପାରିଛି।

ଗତ ବର୍ଷ ଗ୍ଲାସଗୋରେ 26 ତମ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ26) ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲାଇଫ୍‌ ର ଧାରଣା ପ୍ରବର୍ତ୍ତିତ ହୋଇଥିଲା ଏହି ଧାରଣା ଏକ ପରିବେଶ-ସଚେତନ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ଯାହା ବିନାଶକାରୀ ବ୍ୟବହାର ପରିବର୍ତ୍ତେ ସୁଚିନ୍ତିତ ଉପଯୋଗ  ଉପରେ ଧ୍ୟାନ ଦେଇଥାଏ |

BS



(Release ID: 1831392) Visitor Counter : 428