ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
8 ସାଲ୍ : ସେବା, ସୁଶାସନ ଓ ଗରିବ କଲ୍ୟାଣ-‘ ୮ବର୍ଷର ସେବା- ବିଭିନ୍ନ କ୍ଷେତ୍ରରେ ଭାରତର ବିକାଶ ଯାତ୍ରା’କୁ ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
30 MAY 2022 5:41PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣର ପ୍ରମୁଖ ଦିଗକୁ narendramodi.in ଏବଂ ନମୋ ଆପ୍ରେ ଶେୟାର କରିଛନ୍ତି ।
ଏକାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି : ‘‘ବିଗତ ୮ ବର୍ଷ ମଧ୍ୟରେ ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରାଯାଇଛି । ଏହି ଅବସରରେ ଆମର ସଂକଳ୍ପ ରହି ଆସଛି – ସେବା, ସୁଶାସନ ଓ ଗରିବ କଲ୍ୟାଣ । ନମୋ ଆପ୍ର ‘ବିକାଶ ଯାତ୍ରା’ ବର୍ଗରେ ଆପଣ ପ୍ରଗତିର ଏହି ପ୍ରମୁଖ ଯାତ୍ରାକୁ ଅନୁଭବ କରିପାରିବେ ।’’ #8YearsOfSeva
‘‘ନମୋ ଆପ୍ରେ #8YearsOfSeva ସହ ଜଡ଼ିତ ଏକ ରୋଚକ ସେକ୍ସନ ରହିଛି । ଏଥିରେ ଆପଣମାନେ ପ୍ରଶ୍ନୋତ୍ତର, ଶବ୍ଦ ସନ୍ଧାନ, ଚିତ୍ର ଅନୁମାନ କରିବା ବର୍ଗ ଭଳି ଅଭିନବ କାର୍ଯ୍ୟ ଜରିଆରେ ଦେଶର ବିକାଶ ଯାତ୍ରା ସହ ଯୋଡ଼ି ହୋଇପାରିବେ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ବିଶେଷ କରି ଯୁବ ସାଥୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଗୋଟିଏ ଥର ଏହାକୁ ଦେଖନ୍ତୁ ।’’
https://8years.narendramodi.in”
*************
P.S.
(Release ID: 1829579)
Read this release in:
Telugu
,
Tamil
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Malayalam