ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଭିଲ୍ ସର୍ଭିସେସ୍ (ମୁଖ୍ୟ) ପରୀକ୍ଷା, ୨୦୨୧ରେ ଯେଉଁମାନେ କୃତକାର୍ଯ୍ୟ ହୋଇଛନ୍ତି ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 30 MAY 2022 2:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଭିଲ ସର୍ଭିସେସ୍ (ମୁଖ୍ୟ) ପରୀକ୍ଷା, ୨୦୨୧ ରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକାଧିକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସିଭିଲ୍ ସର୍ଭିସେସ୍ (ମୁଖ୍ୟ) ପରୀକ୍ଷା, ୨୦୨୧ ରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଭାରତର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ, ଯେତେବେଳେ ଆମେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛୁ ସେମାନଙ୍କର ପ୍ରଶାସନିକ କ୍ୟାରିଅର୍ ଆରମ୍ଭ କରୁଥିବା ଏହି ଯୁବ ବର୍ଗଙ୍କୁ ମୋର ଶୁଭେଚ୍ଛା ।”

“ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନ ଥିବା ଲୋକଙ୍କ ନିରାଶାକୁ ମୁଁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁଛି କିନ୍ତୁ ମୁଁ ଏହା ମଧ୍ୟ ଜାଣେ ଯେ ଏହି ଯୁବକଯୁବତୀମାନେ ଯେକୌଣସି କ୍ଷେତ୍ରରେ ହେଲେ ବି ନିଜର ପରିଚୟ ନିଶ୍ଚୟ ସୃଷ୍ଟି କରି ଭାରତକୁ ଗର୍ବିତ କରିବେ । ସେମାନଙ୍କୁ ମୋର ଶୁଭେଚ୍ଛା ।”


HS



(Release ID: 1829549) Visitor Counter : 133