ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ଆଧାର ସେୟାରିଂ ପ୍ରସଙ୍ଗରେ ୟୁଆଇଡିଏଆଇର ସ୍ପଷ୍ଟୀକରଣ

Posted On: 29 MAY 2022 2:07PM by PIB Bhubaneshwar

 ବେଙ୍ଗାଲୁରୁ ସ୍ଥିତ ୟୁଡିଏଆଇ ଆଞ୍ଚଳିକ ଦପ୍ତର ପକ୍ଷରୁ ଚଳିତମାସ ୨୭ତାରିଖରେ ପ୍ରକାଶିତ ଜାରି କରାଯାଇଥିବା ପ୍ରେସ ଇସ୍ତାହାର ସମ୍ପର୍କରେ ଏହି ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । 

ଏଥିରେ କୁହାଯାଇଛି, ସେମାନେ ଜାଣିବାକୁ ପାଇଛନ୍ତି ଯେ ଏହି ପ୍ରେସ ଇସ୍ତାହାର ସେମାନଙ୍କ ଦ୍ୱାରା ଏକ ଫଟୋସପ୍‌ଡ ଆଧାରକାର୍ଡର ଅପବ୍ୟବହାର ସମ୍ପର୍କରେ ଜାରି କରାଯାଇଥିଲା । ସେହି ପ୍ରେସ ଇସ୍ତାହାରରେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା ଯେ ସେମାନେ ନିଜ ନିଜର ଆଧାରକାର୍ଡର ଫଟୋ କପି କୌଣସି ସଂଗଠନ ସହ ସେୟାର ନ କରିବାକୁ; କାରଣ ଏହାଦ୍ୱାରା ଆଧାର ଫଟୋ କପିର ଅପବ୍ୟବହାର ହୋଇପାରେ। ବିକଳ୍ପଭାବେ ଏକ ମାସ୍କଡ ଆଧାର, ଯେଉଁଥିରେ ଆଧାର ନମ୍ବରର ଶେଷ ଚାରିଟି ସଂଖ୍ୟା କେବଳ ଦେଖାଯାଉଥିବ, ତାହାକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । 

ତେବେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଦେଇଛନ୍ତି ଯେ, ଏହି ପ୍ରେସ ଇସ୍ତାହାରର ଭୁଲ ବ୍ୟାଖ୍ୟ। ହେବାର ସମ୍ଭାବନା ଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରି ନିଆଯାଇଛି ।

ୟୁଆଇଡିଡିଆଇ ଦ୍ୱାରା ଜାରି ଆଧାର କାର୍ଡଧାରୀମାନେ ଏହାର ନମ୍ବର ବ୍ୟବହାର ଓ ସେୟାରିଂ ସମୟରେ ସାଧାରଣ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଏହି ସ୍ପଷ୍ଟୀକରଣରେ କୁହାଯାଇଛି । 

ଆଧାର ପରିଚୟ ପ୍ରମାଣୀକରଣ ବ୍ୟବସ୍ଥା ଆଧାର କାର୍ଡଧାରୀଙ୍କୁ ସେମାନଙ୍କର ପରିୟ ଓ ଗୋପନୀୟତା ସୁରକ୍ଷିତ ରଖିବାକୁ ଯଥେଷ୍ଟ ସୁବିଧା ସୁଯୋଗ ଓ ବୈଶିଷ୍ଟ୍ୟ ଯୋଗାଇଛି । ତେଣୁ ବ୍ୟବହାରକାରୀ ତାହାର ସାହାଯ୍ୟ ନେଇ ନିଜର ପରିଚୟ ଓ ଗୋପନୀୟତା ସଂକ୍ରାନ୍ତ ତଥ୍ୟକୁ ସୁରକ୍ଷିତ କରିପାରିବେ ।

 

****

TKM/SLP



(Release ID: 1829270) Visitor Counter : 388