ପ୍ରତିରକ୍ଷା ମନ୍ତ୍ରଣାଳୟ

୨୦୨୨ ଜୁନ ୨୫ ତାରିଖ ସୁଦ୍ଧା ବାର୍ଷିକ ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ପ୍ରତିରକ୍ଷା ପେନସନଭୋଗୀମାନଙ୍କୁ ଅନୁରୋଧ

Posted On: 26 MAY 2022 2:00PM by PIB Bhubaneshwar

ପ୍ରତିରକ୍ଷା ପେନସନ ଭୋଗୀମାନଙ୍କ ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେସନ ପ୍ରକ୍ରିୟାର ଅବଧିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଢ଼ାଇ ଦିଆଯାଇଛି । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିନାହାନ୍ତି, ସେମାନେ ଜୁନ ୨୫, ୨୦୨୨ ତାରିଖ ସୁଦ୍ଧା ଏହାକୁ ସଂପୂର୍ଣ୍ଣ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

୨୦୨୨ ମେ ୨୫ ତାରିଖ ସୁଦ୍ଧା ଯାଞ୍ଚ କରାଯାଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି ଯେ, ୩୪,୬୩୬ ଜଣ ପେନସନଭୋଗୀ ‘ସ୍ପର୍ଶ’ ବ୍ୟବସ୍ଥାକୁ ସ୍ଥାନାନ୍ତରିତ ହୋଇଛନ୍ତି । ତେବେ ଏମାନେ ବର୍ତ୍ତମାନ ସୁଦ୍ଧା ନିଜର ବାର୍ଷିକ ଚିହ୍ନଟକରଣ କାର୍ଯ୍ୟ - ଅନଲାଇନରେ ହେଉ ଅଥବା ସେମାନଙ୍କର ନିଜର ବ୍ୟାଙ୍କ ଜରିଆରେ ହେଉ- ନଭେମ୍ବର ୨୦୨୧ ସୁଦ୍ଧା ସଂପାଦନ କରିନାହାନ୍ତି । ୨୦୨୨ ମସିହା ଏପ୍ରିଲ ମାସର ମାସିକ ପେନସନ୍ ୫୮,୨୭୫ ଜଣ ପେନସନଭୋଗୀଙ୍କ (‘ସ୍ପର୍ଶ’କୁ ସ୍ଥାନାନ୍ତରିତ ହୋଇଥିବା ମୋଟ ୪.୪୭ ଲକ୍ଷ ପେନସନଭୋଗୀଙ୍କ ମଧ୍ୟରୁ) ଜମାଖାତାକୁ ସ୍ୱତନ୍ତ୍ର ୱାନ୍ –ଟାଇମ୍ ୱେଭର ବା ଏକକାଳୀନ ଛାଡ଼ ଭାବେ ଜମା ଯାଇଥିଲା । କାରଣ ବ୍ୟାଙ୍କମାନଙ୍କ ପକ୍ଷରୁ ମାସିକ କ୍ଲୋଜିଂ ତନଖି ସମୟରେ ପେନସନଭୋଗୀ ମାନେ ଏହି ବାର୍ଷିକ ଚିହ୍ନଟ ବିବରଣୀ ପ୍ରଦାନ କର ନଥିବା ଜଣାପଡ଼ିଛି ।

ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେଟ ପ୍ରକ୍ରିୟା ଏକ ବାଧ୍ୟତାମୂଳକ ଆବଶ୍ୟକତା, ଯାହାକି ପେନସନ ପ୍ରଦାନ ପ୍ରକ୍ରିୟାକୁ ଜାରି ରଖିଥାଏ ଏବଂ ପେନସନଭୋଗୀଙ୍କ ଜମାଖାତାକୁ ମାସିକ ପେନସନ୍ ହସ୍ତାନ୍ତର ସମୟାନୁସାରେ ହୋଇ ପାରିଥାଏ। ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେଟ ନ ମିଳିବା ଯୋଗୁ ପ୍ରଥମେ ଏଭଳି ରିହାତିକୁ ମେ ୨୦୨୨ ପର୍ଯ୍ୟନ୍ତ ଛାଡ଼ କରାଯାଇଥିଲା । ଏହାକୁ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜୁନ୍ ୨୫, ୨୦୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେଟ୍ ନିମ୍ନଲିଖିତ ମତେ ପ୍ରଦାନ କରାଯାଇ ପାରିବ:

1. ଆଣ୍ଡ୍ରଏଡ ବ୍ୟବହାରକାରୀମାନଙ୍କ ଦ୍ୱାରା ଡିଜିଟାଲ ଜୀବନ ପ୍ରମାଣ ଅନଲାଇନ/ ଜୀବନ ପ୍ରମାଣ ଫେସ୍ ଆପ୍ ଜରିଆରେ

ଏହାର ବିସ୍ତୃତ ଇନଷ୍ଟଲେସନ ଏବଂ ବ୍ୟବହାର ନିମ୍ନଲିଖିତ ସାଇଟରୁ ମିଳିପାରିବ- https://jeevanpramaan.gov.in/package/documentdowload/JeevanPramaan_FaceApp_3.6_Installation

ସ୍ପର୍ଶ ପେନସନଭୋଗୀଙ୍କ ନିମନ୍ତେ: ଦୟାକରି ମଞ୍ଜୁରି ପ୍ରାଧିକରଣ ଭାବେ “ଡିଫେନ୍ସ - ପିସିଡିଏ (ପି) ଆହ୍ଲାବାଦ” ଏବଂ ବିତରଣ ପ୍ରାଧିକରଣ ଭାବେ “ସ୍ପର୍ଶ - ପିସିଡିଏ (ପେନସନ) ଆହ୍ଲାବାଦ’ (“ Defence – PCDA (P) Allahabad” & Disbursing Authority as “SPARSH – PCDA (Pensions) Allahabad)ଙ୍କୁ ଚୟନ କରନ୍ତୁ ।

ଉତ୍ତରାଧିକାରୀ ପେନସନଭୋଗୀ (୨୦୧୬ ପୂର୍ବରୁ ଅବସର ନେଇଥିବା)ମାନେ : ଦୟାକରି ନିଜର ମଞ୍ଜୁରି ପ୍ରାଧିକରଣଙ୍କୁ “ଡିଫେନ୍ସ –ଜଏଣ୍ଟ ସିଡ଼ିଏ (ଏଏଫ) ସୁବ୍ରୋତୋ ପାର୍କ” କିମ୍ବା ଡିଫେନ୍ସ -ପିସିଡିଏ (ପି) ଆହ୍ଲାବାଦ” କିମ୍ବା “ଡିଫେନ୍ସ -ପିସିଡିଏ (ନୌସେନା) ମୁମ୍ବାଇ ଏବଂ ବିତରଣ ପ୍ରାଧିକରଣ ଭାବେ ନିଜର ପେନସନ ପ୍ରଦାନକାରୀ ବ୍ୟାଙ୍କ/ଡିପିଡିଓ ଆଦିକୁ ଚୟନ କରିପାରିବେ ।

2. ପେନସନଭୋଗୀମାନେ ସେମାନଙ୍କର ବାର୍ଷିକ ଚିହ୍ନଟ କାର୍ଯ୍ୟ ସଂପାଦନ ନିମନ୍ତେ ଜନ ସେବା କେନ୍ଦ୍ର (ସିଏସସି) ମଧ୍ୟ ପରିଦର୍ଶନ କରିପାରିବେ । ନିଜର ନିକଟବର୍ତ୍ତୀ ସିଏସସିକୁ ଠାବ କରିବା ଲାଗି: https://findmycsc.nic.in/ ୱେବସାଇଟ୍‌ ଦେଖନ୍ତୁ ।

3. ପେନସନଭୋଗୀମାନେ ଲାଇଫ୍ ସାର୍ଟିଫିକେସନ ଅପଡେସନ ପାଇଁ ନିକଟବର୍ତ୍ତୀ ଡିପିଡିଓକୁ ମଧ୍ୟ ପରିଦର୍ଶନ କରିପାରିବେ । ଲିଗାସି ପେନସନଭୋଗୀମାନେ ଚାହିଁଲେ ନିଜ ବ୍ୟାଙ୍କରେ ଲାଇଫ ସାର୍ଟିଫିକେସନ ପ୍ରକ୍ରିୟାକୁ ମଧ୍ୟ ଅପଡେଟ କରିପାରିବେ ।

 

*******

 

SS/MB



(Release ID: 1828522) Visitor Counter : 192