ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହିଳା ବିଶ୍ୱ ବକ୍ସିଂ ଚମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିଣିଥିବା ନିଖତ ଜରିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ମନୀଷା ମାଉନ୍ ଏବଂ ପରଭିନ ହୁଡାଙ୍କୁ ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି

Posted On: 19 MAY 2022 11:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା ବିଶ୍ୱ ବକ୍ସିଂ ଚମ୍ପିଅନସିପରେ ନିଖତ ଜରିନଙ୍କୁ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ସେ ମନୀଷା ମାଉନ୍ ଏବଂ ପରଭିନ ହୁଡାଙ୍କୁ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:

“ଆମର ବକ୍ସରମାନେ ଆମକୁ ଗର୍ବିତ କରିଛନ୍ତି! ମହିଳା ବିଶ୍ୱ ବକ୍ସିଂ ଚମ୍ପିଅନସିପରେ ଚମତ୍କାର ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ନିଖତ ଜରିନଙ୍କୁ ଅଭିନନ୍ଦନ । ମୁଁ ମଧ୍ୟ ସମାନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିଣିଥିବା ମନୀଷା ମାଉନ୍ ଏବଂ ପରଭିନ ହୁଡାଙ୍କୁ ଅଭିନନ୍ଦନ ଜଣାଉଛି ।”

HS



(Release ID: 1826947) Visitor Counter : 110