ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହିଳା ବିଶ୍ୱ ବକ୍ସିଂ ଚମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିଣିଥିବା ନିଖତ ଜରିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ମନୀଷା ମାଉନ୍ ଏବଂ ପରଭିନ ହୁଡାଙ୍କୁ ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି
प्रविष्टि तिथि:
19 MAY 2022 11:00PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା ବିଶ୍ୱ ବକ୍ସିଂ ଚମ୍ପିଅନସିପରେ ନିଖତ ଜରିନଙ୍କୁ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ସେ ମନୀଷା ମାଉନ୍ ଏବଂ ପରଭିନ ହୁଡାଙ୍କୁ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:
“ଆମର ବକ୍ସରମାନେ ଆମକୁ ଗର୍ବିତ କରିଛନ୍ତି! ମହିଳା ବିଶ୍ୱ ବକ୍ସିଂ ଚମ୍ପିଅନସିପରେ ଚମତ୍କାର ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ନିଖତ ଜରିନଙ୍କୁ ଅଭିନନ୍ଦନ । ମୁଁ ମଧ୍ୟ ସମାନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିଣିଥିବା ମନୀଷା ମାଉନ୍ ଏବଂ ପରଭିନ ହୁଡାଙ୍କୁ ଅଭିନନ୍ଦନ ଜଣାଉଛି ।”
HS
(रिलीज़ आईडी: 1826947)
आगंतुक पटल : 185
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam