ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭାରତରେ ବିଦେଶୀ ଚଳଚ୍ଚିତ୍ର ଶୁଟିଂକୁ ମିଳିବ ପ୍ରୋତ୍ସାହନ : ବିଭିନ୍ନ ଆକର୍ଷଣୀୟ ଯୋଜନା ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର


ସହପ୍ରଯୋଜନା ପାଇଁ ୨ କୋଟି ଟଙ୍କା ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ର ଶୁଟିଂ ପାଇଁ ୨.୫ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ

ଭାରତୀୟ ପାଭିଲିଅନ ଉଦଘାଟନ କରିବା ସହିତ ଆଇଏଫଏଫଆଇର ୫୩ତମ ସଂସ୍କରଣର ପୋଷ୍ଟର ଉନ୍ମୋଚନ କଲେ ଶ୍ରୀ ଠାକୁର

ଭାରତୀୟ ଚଳଚ୍ଚିତ୍ର ହେଉଛି ମାନବୀୟ ପ୍ରତିଭା, ବିଜୟ ଏବଂ ନୂତନ ଭାରତର ପ୍ରଗତିର ଏକ କାହାଣୀ : ଶ୍ରୀ ଠାକୁର

ବିଗତ ୭ ଦଶନ୍ଧି ମଧ୍ୟରେ ସିନେମା ଆମ ସଫ୍ଟ ପାୱାରର ଏକ ମାଧ୍ୟମ ସାଜିଛି : ଶ୍ରୀ ଠାକୁର

ଭାରତୀୟ ଚଳଚ୍ଚିତ୍ର ସଫ୍ଟ ପାୱାରର ଏକ ମାଧ୍ୟମ ରୂପରେ ଭାରତକୁ ଭଲ ଭାବେ ଜାଣିବାରେ ବିଶ୍ବକୁ ସହାୟକ ହୋଇଛି : ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ଜାୱେଦ ଅଶ୍ରଫ

Posted On: 18 MAY 2022 5:16PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁ ଆଜି କାନ୍ସ ଚଳଚ୍ଚିତ୍ର ମହୋତ୍ସବ ମାର୍କେଟର ‘ମାର୍ସେ ଡୁ ଫିଲ୍ମ’ ପରିସରରେ ଇଣ୍ଡିଆ ପାଭିଲିଅନକୁ ଉଦଘାଟନ କରିଛନ୍ତି। ବିଦେଶୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଭାରତକୁ ଏକ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଦୁଇଟି ଆର୍ଥିକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି । ଭାରତରେ ବିଦେଶୀ ଚଳଚ୍ଚିତ୍ରର ଶୁଟିଂ ଏବଂ ବିଦେଶୀ ସହପ୍ରଯୋଜନା ପାଇଁ ଏହି ପ୍ରୋତ୍ସାହନ ଯୋଜନା ଘୋଷଣା କରାଯାଇଛି । ଏହି ଦୁଇଟି ଯୋଜନା ହେଲା ଅଡିଓ-ଭିଜୁଆଲ ସହପ୍ରଯୋଜନା ପାଇଁ ପ୍ରୋତ୍ସାହନ ଯୋଜନା ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ର ଶୁଟିଂ ପାଇଁ ପ୍ରୋତ୍ସାହନ ଯୋଜନା । ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ଥିବା ସମ୍ଭାବନାକୁ ଉଜାଗର କରିବାର ଲକ୍ଷ୍ୟ ନେଇ ଏହି ଯୋଜନା ଦୁଇଟି ଘୋଷଣା କରାଯାଇଛି ।

ପ୍ରୋତ୍ସାହନ ଯୋଜନାର ବିଭିନ୍ନ ଦିଗ ବିଷୟରେ ସୂଚନା ଦେଇ ଶ୍ରୀ ଠାକୁର କହିଛନ୍ତି ଯେ, ଅନୁମତିପ୍ରାପ୍ତ ସହପ୍ରଯୋଜନା ପାଇଁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଯୋଜନା କମ୍ପାନୀମାନେ ଭାରତରେ ଖର୍ଚ୍ଚ ଯୋଗ୍ୟତା ହାସଲ ପାଇଁ ସର୍ବାଧିକ ୨ କୋଟି ଟଙ୍କା ପରିମାଣର ୩୦% ପର୍ଯ୍ୟନ୍ତ ଆର୍ଥିକ କ୍ଷତିପୂରଣ ଦାବି କରିପାରିବେ । ଭାରତରେ ବିଦେଶୀ ଚଳଚ୍ଚିତ୍ର ଶୁଟିଂ ପାଇଁ ଅତିରିକ୍ତ ୫% ବୋନସ ଦାବି କରାଯାଇପାରିବ ଯାହାକି ସର୍ବାଧିକ ୫୦ ଲକ୍ଷ ଟଙ୍କା (୬୫,୦୦୦ ଆମେରିକୀୟ ଡଲାର) ପର୍ଯ୍ୟନ୍ତ ହେବ । ଭାରତରେ ୧୫% କିମ୍ବା ତତୋଧିକ ଶ୍ରମଶକ୍ତିଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଏହି ଅତିରିକ୍ତ ପ୍ରୋତ୍ସାହନ ସୁବିଧା ମିଳିବ । ଏସବୁ ଯୋଜନା ଭାରତ ସହିତ ବିଶ୍ବସ୍ତରୀୟ ସହଭାଗିତା ଏବଂ ବିଦେଶୀ ଚଳଚ୍ଚିତ୍ର ନିର୍ମାତାଙ୍କ ପକ୍ଷରୁ ନିବେଶ ଆକୃଷ୍ଟ କରିବ । ଏଥିସହିତ ଭାରତକୁ ଚଳଚ୍ଚିତ୍ର ନିର୍ମାଣର ଏକ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

(ନିମ୍ନରେ ଦିଆଯାଇଥିବା ସଂଲଗ୍ନକ ୧ରେ ଯୋଜନାର ବିସ୍ତୃତ ବିବରଣୀ ରହିଛି)

ଭାରତୀୟ ଚଳଚ୍ଚିତ୍ରର ଗଭୀର ସାମାଜିକ ଆଧାର ଉପରେ ଗୁରୁତ୍ବାରୋପ କରି ଶ୍ରୀ ଠାକୁର କହିଥିଲେ ଯେ, ଭାରତୀୟ ସିନେମାରେ ରହିଥିବା ସୃଜନଶୀଳତା, ଉତ୍କୃଷ୍ଟତା ଏବଂ ନବସୃଜନ ମାଧ୍ୟମରେ ସାମାଜିକ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ବିଭିନ୍ନ ପ୍ରସଙ୍ଗକୁ ସମ୍ବେଦନଶୀଳ ଢଙ୍ଗରେ ପରିବେଷଣ କରାଯାଇଛି । ସେ ଆହୁରି କହିଥିଲେ ଯେ ଭାରତୀୟ ସିନେମା ଭାରତୀୟ ଲୋକମାନଙ୍କର ମୂଲ୍ୟବୋଧ, ବିଶ୍ବାସ ଓ ଅନୁଭୂତିକୁ ପ୍ରତିଫଳିତ କରି ସେମାନଙ୍କୁ ଆଶା, ସ୍ବପ୍ନ ଓ ଉପଲବ୍ଧିକୁ ପ୍ରଦର୍ଶିତ କରିଛି । ଭାରତୀୟ ସଂସ୍କୃତିର ମୂଳଦୁଆ ସହ ଜଡ଼ିତ ରହି ଭାରତୀୟ ଚଳଚ୍ଚିତ୍ର ଜଗତ ବିଶ୍ବସ୍ତରରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ଭଳି ଅଭିବୃଦ୍ଧି ହାସଲ କରିଛି । ଆମର ପ୍ରାଚୀନ କାହାଣୀଗୁଡ଼ିକୁ ସଂରକ୍ଷିତ କରି ରଖିବା ସହିତ ପ୍ରଯୁକ୍ତି ମାଧ୍ୟମରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ କଳା ପ୍ରଦର୍ଶନରେ ଅନେକ ଅଭିନବତା ଆଣିପାରିଛନ୍ତି । ଭାରତୀୟ ଚଳଚ୍ଚିତ୍ର କେବଳ ୬ ହଜାର ବର୍ଷ ପୁରୁଣା ସଭ୍ୟତା ନୁହେଁ, କିମ୍ବା ୧୩୦ କୋଟି ଲୋକଙ୍କ କାହାଣୀ ନୁହେଁ ବରଂ କ୍ୟାମେରା ଲେନ୍ସ ମାଧ୍ୟମରେ ମାନବୀୟ ପ୍ରତିଭା, ବିଜୟ ଏବଂ ନୂତନ ଭାରତର ପ୍ରଗତି ଏଥିରେ ବର୍ଣ୍ଣିତ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ଶ୍ରୀ ଠାକୁର ‘ୟେ ଜୱାନୀ ହୈ ଦିୱାନୀ’ ଚଳଚ୍ଚିତ୍ରର ଏକ ଡାଏଲଗ୍‌ ଉଲ୍ଲେଖ କରି କହିଥିଲେ ଯେ, ‘‘ଭାରତ କା ସିନେମା ଦୌଡ଼ା ଚାହତା ହୈ, ଉଡ଼ନା ଚାହତା ହୈ, ବସ୍‌ ରୁକନା ନେହିଁ ଚାହତା’’ (ଭାରତୀୟ ଚଳଚ୍ଚିତ୍ର ଦୌଡ଼ିବାକୁ ଚାହୁଁଛି, ଉଡ଼ିବାକୁ ଚାହୁଁଛି, କେବଳ ଅଟକିବାକୁ ଚାହୁଁନାହିଁ)। ଭାରତୀୟ ଚଳଚ୍ଚିତ୍ରର ସୁନ୍ଦର ଯାତ୍ରା ଅନେକ ବିଶ୍ବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅନୁପ୍ରାଣିତ କରିଛି ଏବଂ ୨୦୨୦ର ଦଶନ୍ଧି ଭାରତରେ କଳା ଓ  ଚଳଚ୍ଚିତ୍ର ନିର୍ମାଣ କରିବାର ଶ୍ରେଷ୍ଠ ସମୟ ନେଇ ଆସିଛି ବୋଲି ଶ୍ରୀ ଠାକୁର କହିଥିଲେ ।

ସେ ଆହୁରି କହିଥିଲେ ଯେ, ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ସିନେମାରେ ଆକାଶପାତାଳ ପରିବର୍ତ୍ତନ ଦେଖିବାକୁ ମିଳିଛି । ଷ୍ଟ୍ରିମିଂ ବିପ୍ଳବ ସାରା ଦେଶରେ ଦେଖିବାକୁ ମିଳିଛି । ଡିଜିଟାଲ ଏବଂ ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା ଚଳଚ୍ଚିତ୍ର ନିର୍ମାଣ, ବିତରଣ ଓ ପ୍ରଦର୍ଶନର ଧାରା ବଦଳାଇ ଦେଇଛି । ପୂର୍ବାପେକ୍ଷା ଭାରତୀୟ ଚଳଚ୍ଚିତ୍ରର ଗ୍ରାହକମାନଙ୍କ ପାଖରେ ଅନେକଗୁଡ଼ିଏ ସୁଯୋଗ ରହିଛି ।

ଶ୍ରୀ ଠାକୁର କହିଥିଲେ ଯେ ଭାରତକୁ ଏକ ଲୋକପ୍ରିୟ ଚଳଚ୍ଚିତ୍ର ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଲାଗି ସରକାର ଦୃଢ଼ ସଂକଳ୍ପବଦ୍ଧ ରହିଛନ୍ତି । ଆମ ପାଖରେ ଏକ ଦୃଢ଼ ବୌଦ୍ଧିକ ସମ୍ପତ୍ତି ବ୍ୟବସ୍ଥା ରହିଛି । ଥିଏଟର ଓ ଚଳଚ୍ଚିତ୍ର ଭଳି ଉପଯୋଗ ଏବଂ ପ୍ରସାରଣ ଅନ୍ୟ ପ୍ରତିଷ୍ଠିତ ମାଧ୍ୟମଗୁଡ଼ିକ ସହିତ ଡିଜିଟାଲ ମାଧ୍ୟମ ବିଶେଷ ସହାୟକ ହେଉଛି । ଏହା ଉପଭୋକ୍ତାଙ୍କୁ ଅଧିକ ବିକଳ୍ପ ବାଛିବା ଲାଗି ସୁଯୋଗ ଦେଇଛି, ଯାହାକି ପୂର୍ବରୁ ଦେଖିବାକୁ ମିଳୁନଥିଲା । ଆମ ସରକାର ସୃଜନଶୀଳ ଉଦ୍ୟୋଗ କ୍ଷେତ୍ରକୁ ସହାୟତା ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥାକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛନ୍ତି ।

ଶ୍ରୀ ଠାକୁର ଏହି ଅବସରରେ ସୂଚନା ଦେଇଥିଲେ ଯେ ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ ଜରିଆରେ ୨୨୦୦ରୁ ଅଧିକ ପୁରୁଣା ଚଳଚ୍ଚିତ୍ରର ପୁନରୁଦ୍ଧାର କରାଯାଇଛି ।  ଭାରତୀୟ ପାଭିଲିୟନ ପାଇଁ ଅଭିନନ୍ଦନ ଜଣାଇ ଶ୍ରୀ ଠାକୁର କହିଥିଲେ ଯେ, ଆପଣଙ୍କ ବିଶ୍ବାସ ଓ ପ୍ରୟାସ ବଳରେ ଏହା ସଫଳ ହୋଇଛି ଏବଂ ଏହା ଭାରତୀୟ ଚଳଚ୍ଚିତ୍ର ପାଇଁ ନୂଆ ପର୍ଯ୍ୟାୟ ଆରମ୍ଭ କରିବ ।

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଆଇ)ର ୫୩ତମ ସଂସ୍କରଣରର ପୋଷ୍ଟର ଉନ୍ମୋଚନ କରିଥିଲେ ।

ଏହି ଅବସରରେ ଅଭିନେତ୍ରୀ ତମନ୍ନା ଭାଟିଆ, ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ, ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶକ ଶେଖର କପୁର, ଗୀତିକାର ପ୍ରସୂନ ଯୋଶୀ, ଅଭିନେତ୍ରୀ ପୂଜା ହେଗଡ଼େ, ବାଣୀ ତ୍ରିପାଠୀ, ନିର୍ମାତା ଓ ଅଭିନେତା ଆର. ମାଧବନ, ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ, ଅଭିନେତ୍ରୀ ଉର୍ବଶୀ ରୌତେଲା, ଲୋକସଙ୍ଗୀତ ଗାୟକ ମାମେ ଖାନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଏହି ଅବସରରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଜାୱେଦ ଅଶ୍ରଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ପାଠ କରିଥିଲେ । ସେ କହିଥିଲେ ଯେ, ଭାରତୀୟ ଚଳଚ୍ଚିତ୍ର ସଫ୍ଟ ପାୱାରର ଏକ ମାଧ୍ୟମ ରୂପରେ ଭାରତକୁ ଭଲ ଭାବେ ଜାଣିବାରେ ବିଶ୍ବକୁ ସହାୟକ ହୋଇଛି ।

 

ସଂଲଗ୍ନକ -୧

Salient features of the Incentive Schemes for Audio-Visual Co-production and Shooting of foreign films in India

Ministry of Information and Broadcasting, Government of India, has decided to launch Incentive Schemes for International Productions that shoot in India and Official Co-productions with foreign countries.

 

The Incentive and eligibility

 

Under the Incentive Scheme for Audio Visual Co-production, for all qualifying projects, the Indian Co-producer can claim a payable cash reimbursement of up to 30% on Qualifying Expenditure in India subject to a maximum of INR 2 crore (USD 260,000). However, reimbursement shall be divided among the Producers as per their respective share of the financial contribution for the project.

 

The project must have been granted a “Co-Production” status by the Ministry of I&B and the participating country(ies), under one of India’s official bi-lateral co-production treaties on Audio-Visual Co-production. Projects that have been granted official Co-production status after 01.04.2022 are eligible for the incentive.

 

Under the Incentive Scheme for Shooting of Foreign Films in India, the same incentive as mentioned above shall be provided. Apart from that an additional 5% bonus up to a maximum of INR 50 lakhs (USD 65,000) can be claimed, as additional reimbursement and would be granted for employing 15% or more manpower in India.

 

To avail this scheme International productions that have been granted shooting permission by the Ministry of Information & Broadcasting and Ministry of External Affairs (for documentaries only) after 01.04.2022 shall be eligible.

The Incentives will be disbursed in two stage i.e. Interim and Final. The final disbursement claim can be made once the project is complete in India. Incentives will be provided on the recommendation of a Special Incentive Evaluation Committee. (The detailed guidelines for which will be available on the FFO website). Moreover, incentives can be claimed under either of the Schemes and not for both.

The Incentive Scheme shall be executed through Film Facilitation Office (FFO) under the aegis of National Film Development Corporation (NFDC).

 

ସଂଲଗ୍ନକ -୨

https://static.pib.gov.in/WriteReadData/userfiles/image/image001Y3J5.jpg

https://static.pib.gov.in/WriteReadData/userfiles/image/WhatsAppImage2022-05-18at6.39.57PMALI2.jpeg

https://static.pib.gov.in/WriteReadData/userfiles/image/WhatsAppImage2022-05-18at6.39.58PM3LST.jpeg

 

https://static.pib.gov.in/WriteReadData/userfiles/image/WhatsAppImage2022-05-18at6.39.58PM(1)U5BE.jpeg

କାନ୍ସ ୨୦୨୨ରେ ଭାରତୀୟ ପାଭିଲିୟନର ୟୁଟ୍ୟୁବ୍‌ ଲିଙ୍କ

***********

P.S

 



(Release ID: 1826520) Visitor Counter : 188