ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନେପାଳର ଲୁମ୍ବିନି ସ୍ଥିତ ମାୟାଦେବୀ ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
Posted On:
16 MAY 2022 11:59AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦିନିକିଆ ଲୁମ୍ବିନି ଗସ୍ତ ଅବସରରେ ୨୦୨୨ ମସିହା ମେ ୧୬ ରେ ନେପାଳର ଲୁମ୍ବିନିରେ ଥିବା ମାୟାଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ ମାନ୍ୟବର ଶେର୍ ବାହାଦୂର ଦେଓବା ଏବଂ ତାଙ୍କ ପତ୍ନୀ ଡକ୍ଟର ଅର୍ଜୁ ରାଣା ଦେଓବା ରହିଥିଲେ ।
୨. ନେତାମାନେ ମନ୍ଦିର ପରିସରରେ ଥିବା ଚିହ୍ନିତ ପ୍ରସ୍ତରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯାହାକି ଭଗବାନ ବୁଦ୍ଧଙ୍କ ପ୍ରକୃତ ଜନ୍ମ ସ୍ଥାନକୁ ସୂଚିତ କରିଥାଏ । ସେମାନେ ବୌଦ୍ଧ ରୀତିନୀତି ଅନୁଯାୟୀ ଆୟୋଜିତ ପୂଜାରେ ଯୋଗ ଦେଇଥିଲେ ।
୩. ଦୁଇ ପ୍ରଧାନମନ୍ତ୍ରୀ ମନ୍ଦିର ନିକଟରେ ଅବସ୍ଥିତ ଅଶୋକା ସ୍ତମ୍ଭ ନିକଟରେ ମଧ୍ୟ ଦୀପ ଜାଳିଥିଲେ । ଖ୍ରୀଷ୍ଟପୂର୍ବ ୨୪୯ ମସିହାରେ ସମ୍ରାଟ ଅଶୋକାଙ୍କ ଦ୍ୱାରା ର୍ନିମିତ ଏହି ସ୍ତମ୍ଭରେ ଲୁମ୍ବିନୀ ପ୍ରଭୁ ବୁଦ୍ଧଙ୍କ ଜନ୍ମସ୍ଥାନ ହେବାର ପ୍ରଥମ ଖୋଦିତ ଲିପିର ପ୍ରମାଣ ରହିଛି । ଏହା ପରେ ଦୁଇ ପ୍ରଧାନମନ୍ତ୍ରୀ ବୋଧ ଗୟା ଠାରୁ ବୋଧି ଗଛର ଚାରାରେ ଜଳ ସିଞ୍ଚନ କରିଥିଲେ ଯାହାକି ୨୦୧୪ ରେ ପ୍ରଧାନମନ୍ତ୍ରୀ ମୋଦୀ ଲୁମ୍ବିନିକୁ ଉପହାର ଦେଇଥିଲେ ଏବଂ ମନ୍ଦିରର ପରିଦର୍ଶକଙ୍କ ପୁସ୍ତକରେ ମଧ୍ୟ ଦସ୍ତଖତ କରିଥିଲେ ।
HS
(Release ID: 1825824)
Visitor Counter : 154
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam