ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଇ ୧୬ ତାରିଖ ୨୦୨୨ ରେ ନେପାଳର ଲୁମ୍ବିନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


Posted On: 15 MAY 2022 12:17PM by PIB Bhubaneshwar

ମୁଁ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ ୨୦୨୨ ରେ ନେପାଳର ଲୁମ୍ବିନି ଗସ୍ତ କରିବି ।

ବୁଦ୍ଧ ଜୟନ୍ତୀର ଶୁଭ ଅବସରରେ ମୁଁ ମାୟାଦେବୀ ମନ୍ଦିରରେ ପ୍ରାର୍ଥନା କରିବାକୁ ଅପେକ୍ଷା କରିଛି । ଭଗବାନ ବୁଦ୍ଧଙ୍କ ଜନ୍ମର ପବିତ୍ର ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପଦାଙ୍କ ଅନୁସରଣ କରି ନିଜକୁ ଗୌରବାନ୍ୱିତ ମନେ କରୁଛି ।

ଗତ ମାସରେ ତାଙ୍କର ଭାରତ ଗସ୍ତ ସମୟରେ ଆମର ଫଳପ୍ରଦ ଆଲୋଚନା ପରେ ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ଦେଓବାଙ୍କୁ ଭେଟିବାକୁ ଅପେକ୍ଷା କରିଛି । ଜଳବିଦ୍ୟୁତ୍‍, ବିକାଶ ଏବଂ ସଂଯୋଗୀକରଣ ସହିତ ଏକାଧିକ କ୍ଷେତ୍ରରେ ସହଯୋଗକୁ ବିସ୍ତାର କରିବାକୁ ଆମେ ଆମର ସହଭାଗୀ ବୁଝାମଣା ଆଦାନ ପ୍ରଦାନକୁ ମଜବୁତ ପାଇଁ କାର୍ଯ୍ୟ ଜାରି ରଖିବୁ । 

ପବିତ୍ର ମାୟାଦେବୀ ମନ୍ଦିର ପରିଦର୍ଶନ କରିବା ବ୍ୟତୀତ, ମୁଁ ଲୁମ୍ବିନି ମଠ ଅଞ୍ଚଳରେ ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ ପାଇଁ ଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରର ଶିଳାନ୍ୟାସ ସମାରୋହରେ ଅଂଶଗ୍ରହଣ କରିବି । ନେପାଳ ସରକାରଙ୍କ ଦ୍ୱାରା ଆୟୋଜିତ ବୁଦ୍ଧ ଜୟନ୍ତୀ ପାଳନ ଅବସରରେ ମୁଁ ମଧ୍ୟ ଉକ୍ତ ଉତ୍ସବରେ ଯୋଗଦେବି ।

ନେପାଳ ସହିତ ଆମର ସମ୍ପର୍କ ଅତୁଳନୀୟ । ଭାରତ ଏବଂ ନେପାଳ ମଧ୍ୟରେ ସଭ୍ୟତା ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ଆମର ଘନିଷ୍ଠ ସମ୍ପର୍କର ସ୍ଥାୟୀ ସ୍ଥାପନା ଅଟେ । ମୋର ଭ୍ରମଣ ଏହି ସମୟ-ସମ୍ମାନିତ ସମ୍ପର୍କର ଉତ୍ସବ ପାଳନ କରିବା ଏବଂ ଏହାକୁ ଆହୁରି ଗଭୀର କରିବା ପାଇଁ ଉଦ୍ଦିଷ୍ଟ ଯାହା ଶତାବ୍ଦୀ ଧରି ପାଳନ ହୋଇଆସୁଛି ଏବଂ ଆମର ପାରସ୍ପରିକ ସମ୍ପର୍କର ଦୀର୍ଘ-ଇତିହାସରେ ଲିପିବଦ୍ଧ ହୋଇଛି ।

HS



(Release ID: 1825542) Visitor Counter : 176