ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁଏଇର ରାଷ୍ଟ୍ରପତି ମାନ୍ୟବର ଶେଖ୍ ଖଲିଫା ବିନ୍ ଜାଏଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
13 MAY 2022 6:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ମାନ୍ୟବର ଶେଖ୍ ଖଲିଫା ବିନ୍ ଜାଏଦଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ସେ ଜଣେ ମହାନ ରାଜନୀତିଜ୍ଞ ତଥା ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଯାହାଙ୍କ ଅଧୀନରେ ଭାରତ-ୟୁଏଇ ସମ୍ପର୍କ ସୁଦୃଢ଼ ହୋଇପାରିଛି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମାନ୍ୟବର ଶେଖ୍ ଖଲିଫା ବିନ୍ ଜାଏଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ ଜଣେ ମହାନ ରାଜନୀତିଜ୍ଞ ତଥା ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଯାହାଙ୍କ ଅଧୀନରେ ଭାରତ-ୟୁଏଇ ସମ୍ପର୍କ ସୁଦୃଢ଼ ହୋଇଥିଲା । ୟୁଏଇ ଲୋକଙ୍କ ପାଇଁ ଭାରତବାସୀଙ୍କ ହୃଦୟରୁ ସମବେଦନା ରହିଛି । ତାଙ୍କର ଆତ୍ମାର ସଦ୍ଗତି ହେଉ ।“
HS
(रिलीज़ आईडी: 1825231)
आगंतुक पटल : 208
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam