ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୧୬ ମଇ ୨୦୨୨ ରେ ନେପାଳର ଲୁମ୍ବିନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
Posted On:
12 MAY 2022 7:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ, ୨୦୨୨ ରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ସରକାରୀ ଭାବେ ଲୁମ୍ବିନି ଗସ୍ତ କରିବେ । ୨୦୧୪ ପରଠାରୁ ଏହା ହେବ ପ୍ରଧାନମନ୍ତ୍ରୀଙ୍କର ପଞ୍ଚମ ନେପାଳ ଗସ୍ତ ।
ଲୁମ୍ବିନିରେ ପ୍ରଧାନମନ୍ତ୍ରୀ ପ୍ରାର୍ଥନା ପାଇଁ ପବିତ୍ର ମାୟାଦେବୀ ମନ୍ଦିରକୁ ଯିବେ । ନେପାଳ ସରକାରଙ୍କ ତତ୍ତ୍ୱାବଧାନରେ ଲୁମ୍ବିନି ଡେଭଲପମେଣ୍ଟ ଟ୍ରଷ୍ଟ ଦ୍ୱାରା ଆୟୋଜିତ ବୁଦ୍ଧ ଜୟନ୍ତୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ବୋଧିତ କରିବେ । ଲୁମ୍ବିନି ମଠ ପରିସରରେ ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ ପାଇଁ ଏକ କେନ୍ଦ୍ର ର୍ନିମାଣ ସକାଶେ ନୂଆଦିଲ୍ଲୀର ଆନ୍ତର୍ଜାତୀୟ ବୌଦ୍ଧ ମହାସଂଘ (ଆଇବିସି) ଦ୍ୱାରା ଆୟୋଜିତ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୃଥକ ଭାବରେ ଅଂଶଗ୍ରହଣ କରିବେ । ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଭାରତ ଏବଂ ନେପାଳ ମଧ୍ୟରେ ‘ଆମର ପଡ଼ୋଶୀ ପ୍ରଥମ’ ନୀତିକୁ ଆଗକୁ ବଢାଇବା ସହିତ ନିୟମିତ ଉଚ୍ଚ ସ୍ତରୀୟ ମତ ବିନିମୟର ପରମ୍ପରା ଜାରି ରଖିଛି । ଏହା ଦୁଇ ଦେଶର ଲୋକଙ୍କ ସଭ୍ୟତା ଏବଂ ଐତିହ୍ୟକୁ ସୂଚିତ କରେ ।
HS
(Release ID: 1824905)
Visitor Counter : 171
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam