ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫିନ୍‌ଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

Posted On: 04 MAY 2022 4:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିନ୍‌ଲାଣ୍ଡର ମହାମହିମ ପ୍ରଧାନମନ୍ତ୍ରୀ ସୁଶ୍ରୀ ସାନା ମାରିନ୍‌ଙ୍କୁ କୋପେନହେଗନ୍‌ ଠାରେ ଦ୍ୱିତୀୟ ଭାରତ – ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଛନ୍ତି । ଦୁଇ ଦେଶର ନେତାଙ୍କ ମଧ୍ୟରେ ଏହା ପ୍ରଥମ ବ୍ୟକ୍ତିଗତ ସାକ୍ଷାତ ଥିଲା ।

ଉଭୟ ପକ୍ଷ ୧୬ ମାର୍ଚ୍ଚ, ୨୦୨୧ରେ ଆୟୋଜିତ ଦ୍ୱିପାକ୍ଷିକ ଆଭାସୀ ସମ୍ମିଳନୀର ପରିଣାମକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ହୋଇ ଥିବା ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଦୁଇ ଦେଶର ନେତାମାନେ ସ୍ଥିରତା, ଡିଜିଟାଲାଇଜେସନ୍ (ଡିଜିଟାଲିକରଣ) ଏବଂ ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ଭଳି କ୍ଷେତ୍ର ଗୁଡିକ ହେଉଛି ଦ୍ୱିପାକ୍ଷିକ ଭାଗୀଦାରୀରେ ମହତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି କହିଥିଲେ । ସେମାନେ ଏଆଇ, କ୍ୱାଂଟମ୍ କମ୍ପ୍ୟୁଟିଂ, ଭବିଷ୍ୟତର ମୋବାଇଲ୍ ପ୍ରଯୁକ୍ତି ସମୂହ, ସ୍ୱଚ୍ଛ ପ୍ରଯୁକ୍ତି ସମୂହ (କ୍ଲିନ୍ ଟେକ୍ନୋଲୋଜି), ଏବଂ ସ୍ମାର୍ଟ ଗ୍ରିଡ୍ ଭଳି ନୂଆ ଏବଂ ନୂତନ ଭାବେ ମୁଣ୍ଡ ଟେକୁଥିବା ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗରେ ବିସ୍ତାରର ସୁଯୋଗ ଗୁଡିକ ଉପରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଫିନ୍‌ଲାଣ୍ଡର କମ୍ପାନୀ ଗୁଡିକୁ ଭାରତୀୟ କମ୍ପାନୀ ଗୁଡିକ ସହିତ ଭାଗୀଦାରୀରେ କାର୍ଯ୍ୟ କରିବା ଏବଂ ବର୍ତମାନ ଭାରତୀୟ ବଜାରରେ ରହିଥିବା ସୁଯୋଗ, ବିଶେଷ ରୂପରେ ଦୂରସଂଚାର ଭିତିଭୂମି ସଂରଚନା ଏବଂ ଡିଜିଟାଲ୍ ପରିବର୍ତନ କ୍ଷେତ୍ରରେ ରହିଥିବା ଅନେକ ସୁଯୋଗ ଗୁଡିକରୁ ଲାଭ ଉଠାଇବା ନିମନ୍ତେ ଆମନ୍ତ୍ରିତ କରିଥିଲେ ।

ଏହି ଅବସରରେ ଆଂଚଳିକ ଏବଂ ବିଶ୍ୱ ସ୍ତରରେ ବିକାଶ ଏବଂ ଅନ୍ତର୍ଜାତୀୟ ସଙ୍ଗଠନ ଗୁଡିକରେ ଅଧିକ ସହଯୋଗ ଉପରେ ମଧ୍ୟ ଆଲୋଚନା କରା ଯାଇଥିଲା ।

 

*****

SSP



(Release ID: 1822893) Visitor Counter : 150