ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡେନମାର୍କର ରାଣୀ ମାର୍ଗାରେଟ୍ ଦ୍ୱିତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି

Posted On: 04 MAY 2022 12:44AM by PIB Bhubaneshwar

 ଡେନମାର୍କର ମହାମହିମ ମହାରାଣୀ ମାର୍ଗାରେଟ୍ ଦ୍ୱିତୀୟ ଆଜି କୋପେନହେଗନ୍‌ର ଅକମାଲିୟନବର୍ଗ ରାଜପ୍ରାସାଦରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।

ସେଠାରେ ପ୍ରଧାନମନ୍ତ୍ରୀ ତାଙ୍କୁ ଡେନମାର୍କରେ ତାଙ୍କର ସିଂହାସନ ଆରୋହଣର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ସମ୍ମାନିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଚଳିତ ବର୍ଷ ଗୁଡିକରେ ଭାରତ – ଡେନମାର୍କ ମଧ୍ୟରେ ଦ୍ରୁତଗତିରେ ବଢ଼ୁଥିବା ସମ୍ପର୍କ ବିଷୟରେ, ବିଶେଷ ରୂପରେ ସବୁଜ ରଣନୀତିପୂର୍ଣ୍ଣ ଭାଗୀଦାରୀ ସମ୍ପର୍କ ଉପରେ ତାଙ୍କୁ ସୂଚନା ଦେଇଥିଲେ । ସାମାଜିକ କାର୍ଯ୍ୟ କ୍ଷେତ୍ରକୁ ଆଗକୁ ନେବାରେ ଡେନମାର୍କର ରାଜ ପରିବାରର ଭୂମିକାକୁ ସେ ଭୂୟସୀ ପ୍ରଶଂସା କରିଥିଲେ ।

ତାଙ୍କୁ ସେଠାରେ କରା ଯାଇଥିବା ଭବ୍ୟ ସ୍ୱାଗତ ଏବଂ ଅତିଥି ସତ୍କାର ପାଇଁ ପ୍ରଧାନମନ୍ତ୍ରୀ ମହାମହିମ ରାଣୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

****

SSP



(Release ID: 1822493) Visitor Counter : 121