ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକର ପ୍ରେସ ବିଜ୍ଞପ୍ତି

Posted On: 03 MAY 2022 6:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡେରିକସନ୍‌ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । 

ଦୁଇ ନେତା ପ୍ରଥମେ ଆଲୋଚନା କରିଥିଲେ ଏବଂ ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା ।

ଉଭୟ ପ୍ରଧାନମନ୍ତ୍ରୀ ଭାରତ-ଡେନମାର୍କ ରଣନୈତିକ ସହଯୋଗର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ । ଆଲୋଚନାଗୁଡ଼ିକ ମଧ୍ୟରେ ଅକ୍ଷୟ ଶକ୍ତି, ବିଶେଷକରି ସମୁଦ୍ରତଟ ପବନ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ ସହିତ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ଜାହାଜ ଚଳାଚଳ, ଜଳ ଏବଂ ଆର୍କଟିକ୍ ମଧ୍ୟରେ ସହଯୋଗ ଆଦି ବିଷୟ ସାମିଲ ଥିଲା ।

ଆମର ଫ୍ଲାଗସିପ୍ କାର୍ଯ୍ୟକ୍ରମରେ ଭାରତରେ ଡେନମାର୍କ କମ୍ପାନୀଗୁଡିକର ସକାରାତ୍ମକ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଫ୍ରେଡେରିକସନ୍ ଡେନମାର୍କରେ ଭାରତୀୟ କମ୍ପାନୀର ସକାରାତ୍ମକ ଭୂମିକା ଉପରେ ଆଲୋକପାତ କରିଥିଲେ ।

ଦୁଇ ନେତା ଉଭୟ ଦେଶର ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ପ୍ରଶଂସା କରିଥିଲେ ଏବଂ ସ୍ଥାନାନ୍ତରଣ କ୍ଷେତ୍ରରେ ସହଭାଗିତା ଉଦ୍ଦେଶ୍ୟରେ ଘୋଷଣାକୁ ସ୍ୱାଗତ କରିଥିଲେ ।

ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ କରିଥିଲେ ।

ପ୍ରତିନିଧି ସ୍ତରୀୟ ଆଲୋଚନା ପରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା, ଯାହା ଏଠାରେ ଦେଖାଯାଇପାରେ

ଚୁକ୍ତିନାମାଗୁଡ଼ିକର ତାଲିକା ଏଠାରେ ଦେଖନ୍ତୁ

HS



(Release ID: 1822397) Visitor Counter : 168