ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ୧୬ଟି ୟୁଟ୍ୟୁବ ଚ୍ୟାନେଲ ବ୍ଲକ୍‌ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ


ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବାକୁ କରୁଥିଲେ ଅପପ୍ରଚାର

ଆଇଟି ନିୟମାବଳୀ, ୨୦୨୧ ଅଧୀନରେ ପ୍ରାପ୍ତ ଜରୁରିକାଳୀନ କ୍ଷମତାକୁ ଉପଯୋଗ କରି ବନ୍ଦ କରାଗଲା ୧୦ଟି ଭାରତୀୟ ଏବଂ ୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ

ଭାରତରେ ଭୟର ବାତାବରଣ ସୃଷ୍ଟି କରିବା, ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଏବଂ ସର୍ବସାଧାରଣରେ ଅଶାନ୍ତି ସୃଷ୍ଟି କରିବା ଲାଗି ଏସବୁ ୟୁଟ୍ୟୁବ ଚ୍ୟାନେଲରେ ମିଥ୍ୟା, ଆଧାରହୀନ ସୂଚନା ପ୍ରସାରଣ କରାଯାଉଥିଲା

ବନ୍ଦ ହୋଇଥିବା ୟୁଟ୍ୟୁବ୍‌ ଆଧାରିତ ସମାଚାର ଚ୍ୟାନେଲକୁ ଦେଖୁଥିଲେ ୬୮ କୋଟିରୁ ଅଧିକ ଦର୍ଶକ

Posted On: 25 APR 2022 5:41PM by PIB Bhubaneshwar

ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀ, ୨୦୨୧ ଅଧୀନରେ ପ୍ରାପ୍ତ ଜରୁରିକାଳୀନ କ୍ଷମତାର ଉପଯୋଗ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୨.୦୪.୨୦୨୨ରେ ଜାରି ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶ ଜରିଆରେ ୧୬ଟି ୟୁଟ୍ୟୁବ୍‌ ସମାଚାର ଚ୍ୟାନେଲ ଏବଂ ଗୋଟିଏ ଫେସବୁକ ଆକାଉଣ୍ଟକୁ ବନ୍ଦ କରାଯାଇଛି ।

ବନ୍ଦ ହୋଇଥିବା ସାମାଜିକ ଗଣମାଧ୍ୟମ ଚ୍ୟାନେଲରେ ଛଅଟି ପାକିସ୍ତାନୀ ଏବଂ ୧୦ଟି ଭାରତୀୟ ୟୁଟ୍ୟୁବ ସମାଚାର ଚ୍ୟାନେଲ ସାମିଲ ରହିଛି । ଏସବୁ ଚ୍ୟାନେଲକୁ ଆନୁମାନିକ ୬୮ କୋଟି ଦର୍ଶକ ଦେଖିଥିବା ଜଣାପଡ଼ିଛି । ଏସବୁ ଚ୍ୟାନେଲ ମାଧ୍ୟମରେ ଭାରତର ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ, ସାମ୍ପ୍ରଦାୟିକ ସଦଭାବ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ମିଥ୍ୟା ଖବର ପ୍ରସାରଣ କରାଯାଉଥିବାର ପ୍ରମାଣ ରହିଛି । ଆଇଟି ନିୟମାବଳୀ, ୨୦୨୧ର ନିୟମ ୧୮ ଅନୁଯାୟୀ ଏଥିମଧ୍ୟରୁ କୌଣସି ଗୋଟିଏ ଡିଜିଟାଲ ସମାଚାର ପ୍ରକାଶକମାନେ ମନ୍ତ୍ରଣାଳୟ ନିକଟରେ କୌଣସି ସୂଚନା ଦାଖଲ କରିନଥିଲେ ।

ବିଷୟବସ୍ତୁର ପ୍ରକୃତି

ଭାରତରୁ ଚାଲୁଥିବା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କୁ ଆତଙ୍କବାଦୀ ଭାବେ ଅଭିହିତ କରାଯାଇଥିଲା ଏବଂ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ବିଦ୍ବେଷ ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଇଥିଲା । ଏପରି କାର୍ଯ୍ୟକ୍ରମର ବିଷୟବସ୍ତୁ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ସହ ସର୍ବସାଧାରଣରେ ଆଇନ ଶୃଙ୍ଖଳା ପରିସ୍ଥିତି ନଷ୍ଟ କରିବାର ଆଶଙ୍କା ରହିଥିଲା।

ଭାରତରେ ଅବସ୍ଥାପିତ ଆହୁରି କେତେକ ୟୁଟ୍ୟୁବ ଚ୍ୟାନେଲରେ ଆଧାରହୀନ ଖବର ଏବଂ ଭିଡିଓ ପ୍ରସାରଣ କରାଯାଇଥିଲା ଯାହାକି ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାର ଆଶଙ୍କା ରହିଥିଲା । ଉଦାହରଣ ସ୍ବରୂପ କୋଭିଡ-୧୯ କାରଣରୁ ସାରା ଭାରତରେ ଲକଡାଉନ ଘୋଷଣା କରାଯିବାର ମିଥ୍ୟା ଖବର ପ୍ରସାରିତ ହୋଇଥିଲା ଏବଂ ଏହା ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରାଯାଇଥିଲା । କେତେକ ନିର୍ଦ୍ଦିଷ୍ଟ ଧାର୍ମିକ ସମ୍ପ୍ରଦାୟ ପ୍ରତି ଭୟ ରହିଥିବାର ମନଗଢ଼ା ଖବର ଏସବୁ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଏସବୁ ବିଷୟବସ୍ତୁ ଦେଶରେ ସାର୍ବଜନୀନ ବ୍ୟବସ୍ଥାକୁ ନଷ୍ଟ କରିବାର ଆଶଙ୍କା ରହିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ପାକିସ୍ତାନରେ ଅବସ୍ଥାପିତ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଏକ ସମନ୍ବିତ ଢଙ୍ଗରେ ପରିଚାଳିତ ହେଉଥିବା ଜଣାପଡ଼ିଥିଲା । ଏଥିରେ ଭାରତୀୟ ସେନା, ଜମ୍ମୁ ଓ କଶ୍ମୀର ଏବଂ ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତର ବୈଦେଶିକ ସମ୍ପର୍କ ବିଷୟରେ ମିଥ୍ୟା ଖବର ପ୍ରସାରଣ କରାଯାଉଥିଲା । ଜାତୀୟ ସୁରକ୍ଷା, ସାର୍ବଭୌମତ୍ବ, ଅଖଣ୍ଡତା ଏବଂ ବିଦେଶୀ ରାଷ୍ଟ୍ରମାନଙ୍କ ସହିତ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଦୃଷ୍ଟିରୁ ଏସବୁ ଚ୍ୟାନେଲରେ ପ୍ରସାରିତ ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା, ଏବଂ ସମ୍ବେଦନଶୀଳ ଥିବା ଜଣାପଡ଼ିଛି ।

ଏଥିପୂର୍ବରୁ ୨୩ ଏପ୍ରିଲ ୨୦୨୨ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଥ୍ୟା ଦାବି ଏବଂ ଚାଞ୍ଚଲ୍ୟକର ଶୀର୍ଷକ (ହେଡଲାଇନ୍ସ) ବ୍ୟବହାର ନକରିବା ଲାଗି ଘରୋଇ ଟିଭି ଚ୍ୟାନେଲମାନଙ୍କୁ ସତର୍କ କରି ଦିଆଯାଇଥିଲା । ଛାପା, ଟେଲିଭିଜନ ଏବଂ ଅନଲାଇନ ଗଣମାଧ୍ୟମରେ ନିରାପଦ ଓ ସୁରକ୍ଷିତ ସୂଚନା ପରିବେଶ ସୁନିଶ୍ଚିତ କରିବା ଲାଗି ଭାରତ ସରକାର ସଂକଳ୍ପବଦ୍ଧ ।

 

ଥମ୍ବନେଲ : ଭାରତ ବିରୋଧରେ କଟକଣା ଦାବି କଲା ଜର୍ମାନୀ

1

 

ଥମ୍ବନେଲ : ଭାରତକୁ ତୈଳ ରପ୍ତାନି ବନ୍ଦ ପାଇଁ ଘୋଷଣା କଲା ସାଉଦୀ ଆରବ ।

 

https://static.pib.gov.in/WriteReadData/userfiles/image/image00282UB.jpg

 

ଥମ୍ବନେଲ : ଭାରତର ଏସ 400 ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କଲା ତୁର୍କୀ

https://static.pib.gov.in/WriteReadData/userfiles/image/image003YF09.jpg

 

ଥମ୍ବନେଲ : ଭାରତର ୯୦ ବିଲିୟନ ପୋତକୁ ବୁଡ଼ାଇ ଦେଲା ପାକିସ୍ତାନ

 

https://static.pib.gov.in/WriteReadData/userfiles/image/image004N1GE.jpg

 

ଥମ୍ବନେଲ : ୟୁକ୍ରେନରେ ୪୦ଜଣ ଭାରତୀୟ ସୈନିକଙ୍କୁ ଫାଶୀ ଦେବାକୁ ରୁଷର ଘୋଷଣା

https://static.pib.gov.in/WriteReadData/userfiles/image/image005IHKL.jpg

 

ଥମ୍ବନେଲ : ଭାରତ ଠାରୁ କାଶ୍ମୀର ଦାବି କଲା ଆମେରିକା

 

https://static.pib.gov.in/WriteReadData/userfiles/image/image006CQAZ.jpg

 

ଥମ୍ବନେଲ : ଭାରତୀୟ ସେନା ଉପରେ ଲଗାତାର ଆକ୍ରମଣ, ପୃଥକ ହୋଇପାରନ୍ତି ୨୪ଟି ରାଜ୍ୟ

https://static.pib.gov.in/WriteReadData/userfiles/image/image0078ZHD.jpg

 

ଥମ୍ବନେଲ : ଏମବିଏସଙ୍କ ବଡ଼ ଘୋଷଣା, ସମସ୍ତ ଭାରତୀୟଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ

https://static.pib.gov.in/WriteReadData/userfiles/image/image008JM2X.jpg

 

https://static.pib.gov.in/WriteReadData/userfiles/image/image009L0VO.jpg

 

https://static.pib.gov.in/WriteReadData/userfiles/image/image010YBJR.jpg

 

https://static.pib.gov.in/WriteReadData/userfiles/image/image011SJC5.jpg

 

https://static.pib.gov.in/WriteReadData/userfiles/image/image012X5JJ.jpg

 

https://static.pib.gov.in/WriteReadData/userfiles/image/image013WTYZ.jpg

 

https://static.pib.gov.in/WriteReadData/userfiles/image/image014PSOF.jpg

 

ବନ୍ଦ ହୋଇଥିବା ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକର ବିବରଣୀ:

 

YouTube Channels

Sl. No

YouTube Channel Name

Media Statistics

1.

Saini Education Research

5,870,029 Views

59,700 Subscribers

2.

Hindi Mein Dekho

26,047,357 Views

3,53,000 Subscribers

3.

Technical Yogendra

8,019,691 Views

2,90,000 Subscribers

4.

Aaj te news

3,249,179 Views

Subscribers: NA

5.

SBB News

161,614,244 Views

Subscribers: NA

6.

Defence News24x7

13,356,737 Views

Subscribers: NA

7.

The study time

57,634,260 Views

3,65,000 Subscribers

8.

Latest Update

34,372,518 Views

Subscribers: NA

9.

MRF TV LIVE

1,960,852 Views

26,700 Subscribers

10.

Tahaffuz-E-Deen India

109,970,287 Views

7,30,000 Subscribers

 

Total

Views: 42,20,95,154

25,54,400 Subscribers

Pakistan based YouTube channels

11.

AjTak Pakistan

6,04,342 Views

Subscribers: NA

12.

Discover Point

10,319,900 Views

70,600 Subscribers

13.

Reality Checks

2,220,519 Views

Subscribers: NA

14.

Kaiser Khan

49,628,946 Views

4,70,000 Subscribers

15.

The Voice of Asia

32,438,352 views

Subscribers: NA

16.

Bol Media Bol

167,628,947 Views

1,1,60,000 Subscribers

 

Total

Views: 26,28,41,006

Subscribers: 17,00,600

 

Facebook Account

SI. No.

Facebook Account

No. of Followers

  1.  

Tahaffuz E Deen Media Services INDIA

23,039

 

**************

 



(Release ID: 1819959) Visitor Counter : 166