ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁରୋପୀୟ କମିଶନର ସଭାପତି ମାନ୍ୟବର ଉର୍ସୁଲା ଭନ୍ ଡେର୍ ଲିଏନଙ୍କୁ ଆଜି ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
प्रविष्टि तिथि:
25 APR 2022 4:49PM by PIB Bhubaneshwar
ଚଳିତ ବର୍ଷ ରାଇସିନା ଆଲୋଚନାର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ରାଜି ହୋଇଥିବାରୁ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନର ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଦିନକ ପରେ ତାଙ୍କର ବକ୍ତବ୍ୟ ଶୁଣିବା ପାଇଁ ସେ ବହୁତ ଉତ୍ସାହିତ ଥିବା କହିଛନ୍ତି ।
ନେତାମାନେ ସହମତ ହୋଇଥିଲେ ଯେ ବୃହତ ତଥା ଚଳଚଞ୍ଚଳ ଗଣତାନ୍ତ୍ରିକ ସମାଜ ଭାବରେ ଭାରତ ଏବଂ ୟୁରୋପ ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସମାନ ମୂଲ୍ୟବୋଧ ଏବଂ ସାଧାରଣତା ଦେଖାଇଛନ୍ତି ।
ସେମାନେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଏବଂ ନିବେଶ ଚୁକ୍ତି ଉପରେ ଆଗାମୀ ବୁଝ।ମଣାପତ୍ର ସହିତ ଭାରତ-ଇୟୁ ରଣନୀତିକ ଭାଗିଦାରୀ ଅଗ୍ରଗତିର ସମୀକ୍ଷା କରିଥିଲେ । ଭାରତ-ଇୟୁ ସମ୍ପର୍କର ସମସ୍ତ ଦିଗ ଉପରେ ରାଜନୈତିକ ସ୍ତରର ତଦାରଖ କରିବା ଏବଂ ସହଯୋଗର ବିଭିନ୍ନ କ୍ଷେତ୍ର ମଧ୍ୟରେ ସମନ୍ୱୟ ରକ୍ଷାକୁ ନିଶ୍ଚିତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଆୟୋଗ ଗଠନ କରିବାକୁ ସହମତି ପ୍ରକାଶ ପାଇଥିଲା ।
ସବୁଜ ହାଇଡ୍ରୋଜେନ ପରି କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ସହଯୋଗର ସମ୍ଭାବନାକୁ ନେଇ ଜଳବାୟୁ ସମ୍ବନ୍ଧୀୟ ପ୍ରସଙ୍ଗରେ ନେତାଙ୍କ ବିସ୍ତୃତ ଆଲୋଚନା ହୋଇଥିଲା । ସେମାନେ କୋଭିଡ-୧୯ ର ଅବିରତ ଆହ୍ୱାନ ଉପରେ ମଧ୍ୟ ଆଲୋଚନା କରିଥିଲେ ଏବଂ ବିଶ୍ୱର ସମସ୍ତ ଭାଗରେ ଟିକା ଏବଂ ଚିକିତ୍ସା ପାଇଁ ସମାନ ସୁବିଧା ସୁନିଶ୍ଚିତ କରିବାକୁ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏଥିସହ, ୟୁକ୍ରେନର ସ୍ଥିତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ସମେତ ବୈଠକରେ ବହୁ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।
HS
(रिलीज़ आईडी: 1819913)
आगंतुक पटल : 280
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam