ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଖାଲସା ସାଜନା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 APR 2022 5:39PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖାଲସା ସାଜନା ଦିବସ ଅବସରରେ ସମସ୍ତଙ୍କୁ ବିଶେଷ କରି ଶିଖମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଖାଲସା ପନ୍ଥ ସମଗ୍ର ବିଶ୍ୱରେ ଅଗଣିତ ଲୋକଙ୍କୁ ଉତ୍ସାହିତ କରିଥାଏ । ଏହା ଦ୍ୱାରା ଅନୁପ୍ରାଣିତ ହୋଇ ଶିଖମାନେ ନିଜକୁ ବିଶ୍ୱ ସ୍ତରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରିପାରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ପ୍ରତ୍ୟେକଙ୍କୁ ଶୁଭେଚ୍ଛା, ବିଶେଷକରି ଶିଖମାନଙ୍କୁ ଖାଲସା ସାଜନା ଦିବସର ବିଶେଷ ଉତ୍ସବରେ ଅଭିନନ୍ଦନ । ଖାଲସା ସଂସ୍କୃତି ସମଗ୍ର ବିଶ୍ୱରେ ଅଗଣିତ  ଲୋକଙ୍କୁ  ପ୍ରେରଣା   ଯୋଗାଇଥାଏ   । ଏଥିରୁ ଅନୁପ୍ରାଣିତ ହୋଇ ଶିଖମାନେ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।”

HS


(ରିଲିଜ ଆଡି: 1817154) ପରିଦର୍ଶକ କାଉଣ୍ଟର : 204